ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୁଷ ହକି ବିଶ୍ଵ କପ୍ ଟ୍ରଫି-୨୦୨୩ କୁ ନବରଙ୍ଗପୁର ଜିଲ୍ଲାରେ ଭବ୍ୟ ସ୍ଵାଗତ ପାଇଁ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି

ନବରଙ୍ଗପୁର ତା ୩୦/୧୨(ମସିହା) ଓଡ଼ିଶା ଆନ୍ତର୍ଜାତିକ ହକି ମହା ସଂଘ ଦ୍ଵାରା ଆୟୋଜିତ ପୁରୁଷ ହକି ବିଶ୍ଵ କପ୍ ୨୦୨୩ କଳିଙ୍ଗ ଷ୍ଟାଡିୟମ୍ ଭୁବନେଶ୍ୱର ଓ ଓଡ଼ିଶାର ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ରେ ଆସନ୍ତା ଜାନୁଆରୀ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଉରକେଲା ଏବଂ ଭୁବନେଶ୍ୱର ରେ ମ୍ୟାଚ୍ ଖେଳାଯିବ। ଏହି ଅବସରରେ ହକି ବିଶ୍ଵ କପ୍ ଟ୍ରଫି ୨୦୨୩ ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରି ଆସନ୍ତା ୩୧.୧୨ ୨୦୨୨ ରିଖରେ ନବରଙ୍ଗପୁର ଜିଲ୍ଲା ରେ ଆସି ପହଞ୍ଚିବ। ହକି ପୁରୁଷ ବିଶ୍ଵ କପ୍ ଟ୍ରଫି କୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦ୍ବାରା ଭବ୍ୟ ସ୍ଵାଗତ ପାଇଁ ଆବଶ୍ୟକ ଆନୁଷଙ୍ଗିକ ସମସ୍ତ ପ୍ରସ୍ତୁତି ସମ୍ପର୍କରେ ଆଜି ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ସୂଚନା ଦେଇଥିଲେ। ଏଥି ନିମନ୍ତେ ତା ୦୧/୦୧/୨୦୨୩ ନୂଆ ବର୍ଷ ରେ ସକାଳ ୭ ଘଟିକର ରାଜା ଚୈତନ୍ୟ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଜିଲ୍ଲାସ୍ତରୀୟ ଅଧିକାରୀ, ବିଶିଷ୍ଟ ବ୍ୟକ୍ତି, କ୍ରୀଡାବିତ୍, ଗଣ ମାଧ୍ୟମର ପ୍ରତିନିଧି, ସାଂସ୍କୃତିକ ଦଳ ଙ୍କ ଉପସ୍ଥିତିରେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରାରେ ବାହାରି ମାଝୀ ଗୁଡ଼ା ଛକ ପର୍ଯ୍ୟନ୍ତ ପରିକ୍ରମା କରାଯାଇ କଳାହାଣ୍ଡି ଜିଲ୍ଲା ପରିକ୍ରମା ନିମନ୍ତେ ବିଦାୟ ଦିଆଯିବ। ହକି ବିଶ୍ଵ କପ୍ ର ପ୍ରସାର ପ୍ରଚାର କରିବା ପାଇଁ ଜିଲ୍ଲାରେ ଗ୍ରାମ ପଞ୍ଚାୟତ ସ୍ତରରୁ, ବ୍ଲକ୍ ଏବଂ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି। ତା ୧୫,୧୬,୧୭.୦୧.୨୦୨୩ ତିନି ଦିନ ପର୍ଯ୍ୟନ୍ତ ସର୍କିଟ ହାଉସ ପାଖ ପଡ଼ିଆରେ ଏକ ମିନି ପଲ୍ଲୀ ଶ୍ରୀ ମେଳା ଅନୁଷ୍ଠିତ ହେବ। ଏଥିରେ ପୁସ୍ତକ ମେଳା, କୃଷି ଯନ୍ତ୍ରପାତି, ମିନା ବଜାର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ, ଏବଂ ପ୍ରୋଜେକ୍ଟ ଟର ମାଧ୍ୟମରେ ହକି ଖେଳର ସିଧା ପ୍ରସାରଣ ଦେଖିବାର ବ୍ୟବସ୍ଥା କରାଯିବ। ଗ୍ରାମ ପଞ୍ଚାୟତ ସ୍ତରରେ ସଚେତନ ପାଇଁ ଗ୍ରାମ ସଭା ର ଆୟାଜନ ମଧ୍ୟ କରାଯିବ। ଏହାକୁ ଅଧିକ ପ୍ରସାର ପ୍ରଚାର କରିବା ପାଇଁ ଖବର ଦାତା ସମ୍ବିଲନୀ ରେ ଜିଲ୍ଲାପାଳ ଡକ୍ଟର ମିଶ୍ର ଆହ୍ବାନ ଦେଇଛନ୍ତି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇ ତ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ, ସମସ୍ତ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ।

ନବରଙ୍ଗପୁର ଜିଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍ 

Related posts

୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ଡ଼ୁମେରବାହାଲ ନିକଟରେ ଭାରସ୍ୟାମ ହରାଇ ଓଲଟିଲା ବାଲି ବୋଝେଇ ଟ୍ରକ 

Sunil Chandra Nayak

ବିଦ୍ୟୁତ କଟିଲେ ଅନ୍ଧାରରେ ଥାନା 

masiha

Leave a Comment

error: Content is protected !!