ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପଦ ସଙ୍କୁଳ ଅବସ୍ଥାରେ ଥୁଆମୂଳ ରାମପୁର ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ , ନୂତନ କୋଠା ନିର୍ମାଣ ପାଇଁ ଦାବି

ଥୁଆମୂଳ ରାମପୁର:୩୦/୧୨ – (ମ.ନି.ସ) :- ସମାଜ ଗଠନ କରିବା ପାଇଁ ପ୍ରଥମତଃ ଶିକ୍ଷାର ଆବଶ୍ୟକତା ନିହାତି ଭାବରେ ଜରୁରୀ ହୋଇଥାଏ। ଶିକ୍ଷା ବିହୁନେ କୌଣସି ମନୁଷ୍ୟ ସମାଜ ତିଷ୍ଟିବା ଅସମ୍ଭବ ହୋଇପଡେ। ସେନେଇ ଆଧୁନିକ ପ୍ରଣାଳୀରେ ଉନ୍ନତ ମାନର ଶିକ୍ଷା ପ୍ରଦାନ ପାଇଁ ସରକାରଙ୍କ ପକ୍ଷରୁ ନୂତନ ନୂତନ ଶିକ୍ଷା ବ୍ଯବସ୍ଥା ଓ ଯୋଜନା ମଧ୍ୟ ପ୍ରସ୍ତୁତ କରୁଛନ୍ତି। ସେଅନୁସାରେ ବିଭାଗ ଗୁଡିକରେ ଅନେକ ଅର୍ଥ ବ୍ଯୟ କରାଯାଉଛି। ସେଅନୁସାରେ ଏବେ ମଧ୍ୟ ଅନେକ ଅଞ୍ଚଳରେ ବିଦ୍ଯାଳୟ କିମ୍ବା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ ଅବସ୍ଥାରେ ସୁଧାର ଆସି ପାରିଲାନାହିଁ। ଶିକ୍ଷାର ଯେଉଁଠି କେନ୍ଦ୍ର ବିନ୍ଦୁ ସେହି ଠାରେ ଥିବା କାର୍ଯ୍ଯାଳୟର କୋଠା ବିପଦ ସଙ୍କୁଳ ଅବ୍ଯବସ୍ଥାରେ ରହୁଛି। ଯାହାଫଳରେ ବିଭାଗୀୟ ଅଧିକାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ସମ୍ମାନ କୁ ଆସୁଅଛି। ଆଉ କେତେକ ସ୍ଥାନରେ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ କୋଠା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇ ଥିବା ଶୁଣାଯାଉଛି। ହେଲେ କୋଠା ନିର୍ମାଣ କାର୍ଯ୍ଯ ପାଇଁ ବାଟ ଫିଟୁନଥିବା ବେଳେ କୋଠା ନିର୍ମାଣ କାର୍ଯ୍ଯ ରେ ଅହେତୁକ ବିଳମ୍ବ ହେଉଥିବା ଜଣାପଡିଛି। ଏଭଳି ଏକ ଅଞ୍ଚଳ ରହିଛି ଯାହାକି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକ ଠାରେ ଦେଖିବାକୁ ମିଳିଛି। ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ ଏବେ ଛାତର ଲୁହା ଛଡ ଦେଖାଯାଉଛି। ବର୍ଷା ଦିନ ଆସିଗଲେ ଏହାର ଅବସ୍ଥା କହିଲେନସରେ। ବିପଦ ସଙ୍କୁଳ ଅବସ୍ଥା ଦେଇଗତି କରୁଛି କେତେବେଳେ ଏହି କୋଠା କଣ ହେବ ତାହା କହିହେବ ନାହିଁ। ତେଣୁ ଏହା ପୂର୍ବରୁ ନୂତନ କୋଠା ନିର୍ମାଣ କରାଗଲେ ସବୁ ଦିଗରୁ ସୁବିଧା ହୋଇପାରନ୍ତା ବୋଲି ଆଲୋଚନା ହେଉଛି। ଅନ୍ଯ ପକ୍ଷେ ଶୁଣିବାକୁ ମିଳୁଛି ଯେ, ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଛି, କିନ୍ତୁ କୋଠା ନିର୍ମାଣ କରିବା ପାଇଁ କାହିଁକି ଅହେତୁକ ବିଳମ୍ବ କରାଯାଉଛି ସେନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଉଥିବା ଜଣାପଡିଛି। ବ୍ଳକ ଶିକ୍ଷାଧିକାରୀଙ୍କ ପୁରୁଣା କାର୍ଯ୍ଯାଳୟ ଯେଉଁଠି ରହିଛି ତାକୁ ଭାଙ୍ଗି ପୂର୍ବସ୍ଥାନରେ ହିଁ ନୂତନ କାର୍ଯ୍ଯାଳୟ ନିର୍ମାଣ କରାଯିବ ତେବେ ସବୁ ଦିଗରେ ସୁବିଧା ହେବ ବୋଲି ସ୍ଥାନୀୟ ବୁଦ୍ଧିଜିବିଙ୍କ ମଧ୍ୟରେ ଆଲୋଚନା ହେଉଅଛି। ଯାହାକି ମୁଖ୍ୟ ରାସ୍ତା ପାର୍ଶ୍ଵରେ ରହିଛି ଶିକ୍ଷା ବିଭାଗ କାର୍ଯ୍ଯାଳୟ ତେଣୁ ବ୍ଳକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକ ମାନଙ୍କୁ ସୁବିଧା ହେବ। ତେଣୁ ଯଥା ଶୀଘ୍ର ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ କୋଠା ତୁରନ୍ତ ନିର୍ମାଣ କରାଯାଉ ବୋଲି ଅଞ୍ଚଳରେ ଦାବି ହେଉଅଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଢେଙ୍କାନାଳ ଟେଣ୍ଡ ଏଣ୍ଡ ସପ୍ଲାଏରସ୍ ଓନରର୍ସ ଆସୋସିଏସନ୍ ପକ୍ଷରୁ ଜଳଛତ୍ର ଉଦଘାଟିତ

Sunil Chandra Nayak

ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ

Sunil Chandra Nayak

ଦିବ୍ୟ ଜୀବନ ସଂଘର ରୈ।ପ୍ୟ ଜୟନ୍ତୀ ପାଳନ 

masiha

Leave a Comment

error: Content is protected !!