ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷପାନ କରି ମହିଳା ଗୁରୁତ୍ୱର,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର 

ବିଷପାନ କରି ମହିଳା ଗୁରୁତ୍ୱର,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର 

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ରାତି ପ୍ରାୟ ଦଶ ଘଣ୍ଟିକା ଠାରୁ ଜଣେ ମହିଳା ବିଷ ପାନ କରି ଜୀବନ ସହ ସଂଘର୍ଷ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି |ମହିଳା ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଜଲକ୍ରୀଡ଼ା ଗ୍ରାମର ପୁଲୁ ମାଝି ଙ୍କ ସ୍ତ୍ରୀ କାଣୀଦେଇ ମାଝି ବୟସ ୫୨ | ପୁଲୁ କହିବା ଅନୁଯାଇ ଗତକାଲି ଗୋରୁ ବାନ୍ଧିବାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା ଏଥି ମଧ୍ୟରେ ସ୍ତ୍ରୀ କାଣୀଦେଇ ଘରେ ରଖିଥିବା ଘାସ ମୋରା ଔଷଧ କାଡି ପିଇ ଦେଇ ଶୋଇ ପଡ଼ି ଥିବା ସମୟରେ ହଟାତ ବାନ୍ତି କରିବାରୁ କଣ ହେଲା କଣ ବୋଲି ପରିବାର ଲୋକେ ପଚାରିବା ସମୟରେ ଘାସ ମରା ଔଷଧ ର ବୋତଲ ନଜର ପଡ଼ି ଥିଲା କାଣୀଦେଇ କୁ ପଚାରିବାରୁ ହଁ ଭାବରେ ମୁଣ୍ଡ ହଳାଇବାରୁ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଥିଲେ | ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେତୁ ଡାକ୍ତର ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି |

ଅରବିନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୁରୁଗୁଡା ଆମ୍ବେଦକର କ୍ଲବରେ ସ୍ୱାଧୀନତା ଦିବସ ପାଳନ

Sunil Chandra Nayak

ଜମି ଜାଲିଆତି କରି ମାଫିଆ ମାଲାମାଲ

Sunil Chandra Nayak

ସାମାନ୍ୟ ଝଡ଼ ପବନରେ ଷ୍ଟାଚ୍ୟୁ ଧରାଶାୟୀ – ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ବିଜେପିର ଦାବି

Sunil Chandra Nayak

Leave a Comment

error: Content is protected !!