ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇକୋ କ୍ଲବ୍ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ପାଇଁ ବନମହୋତ୍ସବ ୨୦୨୬ ପାଳିତ

ଇକୋ କ୍ଲବ୍ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ପାଇଁ ବନମହୋତ୍ସବ ୨୦୨୬ ପାଳିତ

ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାର ଇକୋ କ୍ଲବ୍ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ପାଇଁ ଚେତନା ସୃଷ୍ଟି ଉଦ୍ଦେଶ୍ୟରେ ବନମହୋତ୍ସବ ୨୦୨୬ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ କେସିଙ୍ଗା ବନଖଣ୍ଡ ଅଧିନସ୍ଥ କଶ୍ରୁପଡା ଜଙ୍ଗଲ ବିଭାଗର ବନପାଳ ଯଯାତି କିଶୋର ବଗର୍ତ୍ତୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସବୁଜ ପଦକ୍ଷେପ ମାଧ୍ୟମରେ ପୃଥିବୀର ଆରୋଗ୍ୟସାଧନ ଶୀର୍ଷକ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିବପ୍ରସାଦ ସାହୁ ,ଇକୋ କ୍ଳବ୍ ଭାରପ୍ରାପ୍ତ ଶିକ୍ଷକ ଆର୍ତ୍ତତ୍ରାଣ ଷଡ଼ଙ୍ଗୀ ଓ ଏନ୍.ସି.ସି.ଭାରପ୍ରାପ୍ତା ଅଫିସର ମୋନାଲିସା ନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରି ସହର ପରିକ୍ରମା କରିଥିଲେ। ବନମହୋତ୍ସବ ଦିବସ ଉପଲକ୍ଷେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀ ଗାନ୍ଧର୍ବୀ ମାଝୀ, ହଂସିନୀ ଷଣ୍ଢ, ସୋନି ସାହା, ପ୍ରାଚୀ ପ୍ରଧାନ, ହର୍ଷିତା ମାଝୀ ଓ ଗୀତାଞ୍ଜଳି ମହଲାଙ୍କୁ ପୁରସ୍କୃତ କରାଯାଇଥିଲା । ଏବଂ ପରିଶେଷରେ ବିଦ୍ୟାଳୟ ପରିସରରେ ମୁଖ୍ୟ ଅତିଥିଙ୍କ ଦ୍ବାରା ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ବନ ବିଭାଗ କର୍ମଚାରୀ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସକ୍ରିୟ ସହଯୋଗ କରିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

କୋମନା ଠାରେ ଗୁଣାତ୍ମକ ଧାନ ବିହନ ଉତ୍ପାଦନ ପ୍ରଶିକ୍ଷଣ

Sunil Chandra Nayak

କାର୍ଲି ସ୍କୁଲରେ କ୍ଳଷ୍ଟର ସ୍ତରୀୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା 

masiha

ପିଇଓ ସଂଘ ତରଫରୁ ଦାବି ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!