ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଡାକବଙ୍ଗଳା ରାଣିପାଳ ଛକକୁ ବୀର ସିଦ୍ଧୁ-କାନ୍ହୁ ଛକ ନାମରେ ନାମକରଣ 

ରାଇରଙ୍ଗପୁର ଡାକବଙ୍ଗଳା ରାଣିପାଳ ଛକକୁ ବୀର ସିଦ୍ଧୁ-କାନ୍ହୁ ଛକ ନାମରେ ନାମକରଣ 

ରାଇରଙ୍ଗପୁର – ୧/୦୭ -ଆଜି ରାଇରଙ୍ଗପୁର ସହର ସନ୍ନିକଟ ରାଣିପାଳ ଡାକବଙ୍ଗଳା ଛକକୁ ଶହୀଦ କ୍ରାନ୍ତିକାରୀ ସିଦ୍ଧ- କାହ୍ନୁ ହୁଲ ମାହା ଦିବସ ଅବସରରେ ଗ୍ରାମବାସୀ,ବହୁ ମାନ୍ୟଗଣ୍ୟ ଵ୍ଯକ୍ତିଙ୍କ ଉପସ୍ଥିତିରେ ବୀର ସିଦ୍ଧୁ-କାନ୍ହୁ ଛକ ନାମରେ ନାମକରଣ କରାଯାଇଛି । ଆଜି ହୁଲମାହାର ଦିତୀୟ ଦିନରେ ରାଣିପାଳ ଗ୍ରାମର ବୀର ସିଦ୍ଧୁ-କାନ୍ହୁ ମେମୋରିଆଲ କ୍ଲବ ଦ୍ୱାରା ଆଦିବାସୀ ସାନ୍ତାଳ ବିଦ୍ରୋହ ହୁଳ ମାହାର ସ୍ମୃତିରେ ୩୦ ଜୁନ ୧୮୫୫-୫୬ ଆଦିବାସୀ ସଂଗ୍ରାମୀ ବୀର ସିଦ୍ଧୁ କାନ୍ହୁ ଙ୍କ ସଂଗ୍ରାମ କୁ ମନେ ରଖିବା ପାଇଁ ମୁଖ୍ୟ ଅତିଥି ଆଦିବାସୀ ଭାବେ ପ୍ରାକ୍ତନ ବିଧାୟକ ସାହିବା ସୁଶୀଲ ହାଁସଦା ପ୍ରାକ୍ତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଓ ପଣ୍ଡିତ ରଘୁନାଥ ମୂର୍ମୁଙ୍କ ଅଣନାତୀ ଭୀମଓ୍ଵାର ମୁର୍ମୁ ଙ୍କ ଉପସ୍ତିତିରେ ଏହି ଐତିହାସିକ ବୀର ସିଦ୍ଧୁ କାନ୍ହୁ ଛକର ନାମକରଣ କରାଯାଇଥିଲା। ଏହି ଅବସରରେ ପ୍ରାରମ୍ଭରେ ଗ୍ରାମ ମାଝୀଙ୍କ ଘରୁ ପରାମ୍ଫାରିକ ରିତିନୀତିରେ ପୂଜା ସାମଗ୍ରୀ ଓ ଗଜାବଜା ବଜାଇ ଆଦିବାସୀ ମହିଳା-ପୂରୂଷ ଓ ଯୁବ ବାଳକ-ବାଳିକା ମାନେ ଧୁମସା ମାଦଳ ଓ ନାଗରା ବଜାଇ ଗ୍ରାମରାସ୍ତାର ମୁଖ୍ୟ ଗେଟ ରାଇରଙ୍ଗପୁର ଡାକ ବଙ୍ଗଲା ଛକରେ ପହଂଚି ଆଦିବାସୀ ପତାକା ଚିରଗାଲ ଝଣ୍ଡା ଉଡାଇବା ପରେ ବୀର ସିଦ୍ଧୁ କାନ୍ହୁ ନାମରେ ନାମିତ ଫଳକ ଲଗାଇ ପରାମ୍ଫାରିକ ରୀତିନୀତି ରେ ପୁଜାର୍ଚନା କରି ସହିଦମାନଙ୍କ ଉଦେଶ୍ୟରେ ପୂଜା କରାଯାଇଥିଲା । ହିର୍ଲା ମାରାଙ୍ଗ ବୁରୁ ହିର୍ଲା, ଓ ବୀର ସିଦ୍ଧୁ କାନ୍ହୁ ହିତଲାଇ, ଚାନ୍ଦ ଭୈରବ ଫୂଲ ଝାନ ହିତଲାଇ ଧ୍ବନୀରେ ସାମୁହିକ ଶ୍ଲୋଗାନ ଦେଇଥିଲ।ଏବଂ ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ସାହିବା ସୁଶୀଲ ହାଂସଦା, ହୁଲ ମାହା ଉଦ୍ଧେଶ୍ୟରେ ଇଂଗ୍ରେଜୀ ଶାସନ ବିରୁଦ୍ଧରେ ସଂଗ୍ରାମୀ ସିଦ୍ଧୁ କାନ୍ହୁଙ୍କ ନେତୃତ୍ୱରେ 10000/- ରୁ ଅଧିକ ଲୋକଙ୍କ ବଳିଦାନ ପରେ ଆଦିବାସୀ ମାନଙ୍କୁ ଜମିର ଅଧିକାର ଇଂଗ୍ରେଜ଼ ଶାସକ ମାନେ ବିଶେଷ ଅଧିକାର (ସି ଏନ ଟି ) ସାନ୍ତାଳ ପର୍ଗାନା ଟେନେନ୍ସି ଏକ୍ଟ କାନୁନ ତୈୟାର କରି ଜମିର ଅଧିକାର ପ୍ରଦାନ କରିଥିଲେ। ଯାହାଫଳ ଆଦିବାସୀ ଆଜି ପର୍ୟ୍ଯନ୍ତ ଆଦିବାସୀ ମାନେ ଜମିରେ ବିଶେଷ ଅଧିକାର ପାଇଛନ୍ତି ବୋଲି କହିଥିଲେ। ଏହା ପରେ ବିଶିଷ୍ଟ ଅତିଥି ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ବୀର ବିର୍ସା ମୁଣ୍ଡା ଙ୍କ ସଂଗ୍ରାମୀ ଆନ୍ଦୋଳନ ଛୋଟନାଗପୁର ରାଞ୍ଚି କୋଲ୍ହାନ ଅଂଚଳର ମୁଣ୍ଡା ବିଦ୍ରୋ କରି ବଳିଦାନ ଦେଇଥିଲେ, ଯାହାଫଳରେ ଛୋଟନାପୁର ଟେନେନ୍ସି ଏକ୍ଟ ଅଂଗ୍ରେଜୀ ସରକାର ଆଦିବାସୀ ମାନଙ୍କ କାନୁନ କରି ଜମିର ଅଧିକାର ପ୍ରଦାନ କରିଥିଲେ ବୋଲି କହିଥିଲେ। ଆଗାମୀ ଦିନରେ ମଧ୍ୟ ଆମେ ସମସ୍ତ ଆଦିବାସୀ ଏକଜୁଟ ହୋଇ ନିଜର ଜଳ ଜଙ୍ଗଲ ଜମି ଓ ସମ୍ବିଧାନ ଦ୍ୱାରା ପ୍ରଦତ୍ତ ସାମ୍ଵିଧାନିକ ଅଧିକାର କୁ ସୁରକ୍ଷା ଦେବା ପାଇଁ ବର୍ତ୍ତମାନ ୟୁବପୀଢ଼ି ମାଙ୍କର ଗୁରୁଦାୟିତ୍ବ ରହିଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭୀମବାର ମୁର୍ମୁ ଜନସାଧାରଣଙ୍କ ଉଦବୋଧନ ଦେଇ କହିଥିଲେ ଯେ ବର୍ତ୍ତମାନ ୟୁବପୀଢ଼ିଙ୍କ ସହିତ ସମସ୍ତ ଆଦିବାସୀ ନିଜର ଜନ୍ମ ମାଟି ଓ଼ ନିଜର ମାତୃଭାଷା ସାନ୍ତାଳୀ ଅଲଚିକି ରେ ଶିକ୍ଷା ଓ ନିଜର ସଂସ୍କୃତି ଧର୍ମ ରକ୍ଷା ପାଇଁ ବିଶେଷ ଭାବରେ ଆଗେଇ ଆସିବାର ଆବଶ୍ୟକତା ରହୁଛି ବୋଲି କହିଥିଲେ। ସଭାଶେଷରେ ପୂର୍ବତନ ବିଧାୟକ ସାହିବା ସୁଶୀଲ ଙ୍କ ଦ୍ୱାରା ବୀରରସ ର ଗୀତ ଗାଇ ସମସ୍ତ ବୀର ସହିଦଙ୍କୁ ସ୍ମୃତିଚରଣ କରିଥିଲେ। ଶେଷରେ କ୍ଳବର ସଭାପତି ବିକ୍ରମ ଟୁଡୁ ସମସ୍ତ ଗ୍ରାମବାସୀଙ୍କୁ ଓ ଅତିଥି ମାନଙ୍କୁ ସାଧୁବାଦ ଜଣାଇ ଧନ୍ୟବାଦ ଦେଇଥିଲେ।

ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ବାଳ

Related posts

A Renowned Author Er.Gopal Krushna Das.

Sunil Chandra Nayak

ବରାଳରେ କାଳୀପୂଜା 

masiha

କୁମଝର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ତାଲା ଠୂକିଲେ ଗ୍ରାମ ବାସୀ     

Sunil Chandra Nayak

Leave a Comment

error: Content is protected !!