ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବବର୍ଷ ଉପଲକ୍ଷେ ରାଜ୍ୟସ୍ତରୀୟ ଆଭାସୀ ଆଲୋଚନା ଚକ୍ର ଓ କବିତା ଆସର

ଭବାନୀପାଟଣା – ଗତ ତା ୧-୧-୨୦୨୩ରିଖ ରବିବାର ସଂନ୍ଧ୍ୟା ସାତ ଘଟିକା ସମୟରେ କଳାହାଣ୍ଡିର ଏକ ଅଗ୍ରଣୀ ସାହିତ୍ୟ ସଂସଦ “ମୋ ଲେଖା ମୋ ଦୁନିଆ” ତରଫରୁ ଏକ ଆଭାଷୀ କାର୍ଯ୍ୟକ୍ରମ କରାଯାଇଥିଲା ।ଏହି ସଂସଦ ଓଡ଼ିଆ ଭାଷା ସାହିତ୍ୟର ବିକାଶ ତଥା ନିରବଚ୍ଛିନ୍ନ ଅଭିବୃଦ୍ଧି ନିମନ୍ତେ ସାହିତ୍ୟରେ ଯୁବ ଗୋଷ୍ଠୀଙ୍କୁ ଉପଯୁକ୍ତ ସ୍ଥାନ ଦେଇ ଏକ ନୂତନ କ୍ରାନ୍ତିକାରୀ ଅଧ୍ୟାୟ ସୃଷ୍ଟି କରିଅଛି ।ଏହି ଅବସରରେ ନୂତନ ବର୍ଷକୁ ଅଧିକ ସାହିତ୍ୟାନୁମୁଖୀ କରିବା ଉଦ୍ଧେଶ୍ୟରେ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ,ଭବାନୀପାଟଣା ଆନୁକୁଲ୍ୟରେ ଏକ ସ୍ୱତନ୍ତ୍ର କବିତା ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା କଲେଜର ପ୍ରାକ୍ତନ ପ୍ରାଧ୍ୟ୍ୟାପକ ଗାଳ୍ପିକ,କବି ସମାଲୋଚକ ତଥା ଗବେଷକ ଡଃ ଶ୍ରୀଯୁକ୍ତ ଭୁବନାନନ୍ଦ ସାହୁ,ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଓଡ଼ିଆ ଅଧ୍ୟାପକ ତଥା ଦୂରଦର୍ଶନ ର ପାଲା ସମୀକ୍ଷକ ପଣ୍ଡିତ ଡଃ ଶ୍ରୀଯୁକ୍ତ ନିରଞ୍ଜନ ସାହୁ,ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ରବି ନାରାୟଣ ପଣ୍ଡା ମହୋଦୟ ଉପୋରକ୍ତ ଭାଷୀ କାର୍ଯ୍ୟକ୍ରମରେ ଯୋଡି ହୋଇ ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ଏହାର ଗତି ବିଷୟରେ ୱଜସ୍ୱନୀ ବକ୍ତବ୍ୟ ମାଧ୍ୟମରେ ଆଲୋଚନା ଓ ପ୍ରଜ୍ୟାଲୋଚନା କରିଥିଲେ ।ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ,କବି ତଥା ଜଣେ ସୁ ସାହିତ୍ୟିକା ଶ୍ରୀମତୀ ମଞ୍ଜୁଶ୍ରୀ ବରାଳ ଙ୍କର ସଂଯୋଜନା ରେ କବିତା ଆସରଟି ଅତ୍ୟନ୍ତ ଉଚ୍ଚକୋଟୀର ହୋଇପାରିଥିଲା । ଏଥିରେ ୧୫ ଜଣ କବି ନିଜର ସ୍ବରଚିତ କବିତା ପାଠ କରି ନୂତନ ବର୍ଷକୁ ଅଭିନନ୍ଦନ ଜଣାଇଥିଲେ। ଡ଼. ଭବାନୀ ଶଙ୍କର ନିଆଲ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଅଭିଭାଷଣ ରଖିଥିଲେ । ରତିନାରାୟଣ ରାଉତ ବେଦପାଠ କରିଥିବା ବେଲେ ସ୍ୱାଗତ ସମ୍ଭାଷଣ ଯୋଗଗୁରୁ ଶ୍ରୀଯୁକ୍ତ ସନାତନ ମହାକୁଡ଼ ରଖିଥିଲେ ।ଏହି ସଭାଟିକୁ ପ୍ରତିଷ୍ଠାତା ତଥା ସମ୍ପାଦକ ଶ୍ରୀ ଖୁସିରାମ ସାହୁଙ୍କ ଆହ୍ୱାନ କ୍ରମେ କବି ଶ୍ରୀଯୁକ୍ତ ରାଜକିଶୋର ମୁଣ୍ଡି ସଭା ପରିଚାଳନା ଓ ଅତିଥି ପରିଚୟ କରିଥିଲେ। ଶେଷରେ ଅନୁଷ୍ଠାନର ମାର୍ଗଦର୍ଶକ ଚନ୍ଦ୍ରକାନ୍ତ ବିଶ୍ୱାଳଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୋଟ ୪୫ଜଣ କବି ଓ ସାହିତ୍ୟିକ ଅଂଶ ଗ୍ରହଣ କରି ନିଜ ନିଜର ସ୍ବରଚିତ କବିତା ପାଠ କରିଥିଲେ । ଅଗ୍ନି କୁମାର ସାହୁ, ଅକ୍ଷୟ କୁମାର ସାହୁ, ଅନସୂୟା ମଲ୍ଲିକ, ଭାଗିରଥି ପତି, ଅଭିମନ୍ୟୁ ପ୍ରଧାନ, ତରଙ୍ଗ ଚଣ୍ଡି, ଦୀପକ କୁମାର ପଣ୍ଡା, ପାର୍ଥ ଶବର, ପ୍ରିୟଦର୍ଶିନୀ ମିଶ୍ର, ନଗେନ୍ଦ୍ର କୁମାର ରାଉତ,ଭାରତ ଚରଣ ବେହେରା, ସୁପ୍ରିୟା ସାହୁ, ରୁପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ,ସୁବ୍ରତ କୁମାର ପ୍ରଧାନ,କମଳିନୀ ଚଣ୍ଡି, ସୁଶାନ୍ତ ରଣା,ବିନୟ ନାଏକ ଓ ପିଙ୍କୁ ରଣବିଡା ଆଦି ପ୍ରମୁଖ କବି ଓ କବୟିତ୍ରୀ ଉପସ୍ଥିତ ଥିଲେ ।

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

ଯାତ୍ରିବାହୀ ଅଟୋ କୁ ଟ୍ରକ ଧକ୍କା ଦେବା ଘଟଣା ରେ 2 ଯାତ୍ରୀ ମୃତ, ଅନ୍ଯ 3 ଜଣ ଗୁରୁତର 

masiha

ଡାବୁଗାଁ ରେ ମାଘ ମଣ୍ଡେଇ ପାଳିତ

Sunil Chandra Nayak

ରାକ୍ଷୀ ପୂର୍ଣ୍ଣିମା ପାଳନ           

masiha

Leave a Comment

error: Content is protected !!