ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେନ୍ସନ୍‌ର ମୂଳ କାରଣ ନକାରାତ୍ମକ ଚିନ୍ତା, ଅନାବଶ୍ୟକ ଆଶା, ଭୟ ଏବଂ ନିଜର ପ୍ରକୃତ ସ୍ୱରୂପକୁ ଭୁଲିଯିବ 

ଟେନ୍ସନ୍‌ର ମୂଳ କାରଣ ନକାରାତ୍ମକ ଚିନ୍ତା, ଅନାବଶ୍ୟକ ଆଶା, ଭୟ ଏବଂ ନିଜର ପ୍ରକୃତ ସ୍ୱରୂପକୁ ଭୁଲିଯିବ 

ଆସିକା, ୨/୭/୨୬(ଶିବ ଶଙ୍କର ମିଶ୍ର ) ଆସିକାରେ ରାଜଯୋଗି ଡାଃ ଶକ୍ତିରାଜ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଦ୍ଵାରା ହରିହର ଉଚ୍ଚ ବିଦ୍ୟାଳୟ ଷ୍ଟାଡିୟମ ପଡିଆରେ ଏକ ଆଧ୍ଯାତ୍ମିକ ସତସଙ୍ଗ ସଭା ଆୟୋଜିତ ହୋଇଯାଇଛି l କାର୍ଯ୍ୟକ୍ରମରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ଆନ୍ତର୍ଜାତୀୟ ମୁଖ୍ୟାଳୟ ମାଉଣ୍ଟ ଆବୁ, ରାଜସ୍ଥାନରୁ ପ୍ରେରଣାଦାୟୀ ବକ୍ତା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମେମୋରୀ ଟ୍ରେନର ଆୟୋଜିତ ସଭାକୁ ସମ୍ବୋଧିତ କରି ପ୍ରକାଶ କରିଥିଲେ ଯେ ଆଜିର ମଣିଷ ଧନ, ପଦ ଓ ସୁବିଧା ପଛରେ ଦୌଡ଼ୁଛି, କିନ୍ତୁ ପ୍ରକୃତ ସୁଖ ତା’ର ଅନ୍ତରମନରେ ରହିଛି। ସୁଖ କୌଣସି ବାହ୍ୟ ବସ୍ତୁରୁ ମିଳେ ନାହିଁ; ଏହା ମନର ଏକ ସ୍ଥିତି। ହାପିନେସ୍ ହାଏ. ଟେନସନ ବାଏ ବାଏ ଶୀର୍ଷକ ଅଧିବେଶନ ଉପରେ ଆଲୋଚନା କରିବା ଅବସରରେ ଏକ ରମଣିକ ତଥା ହୃଦୟସ୍ପର୍ଶୀ ଅନ୍ଦାଜ୍ ରେ ଡାଃ ଶକ୍ତିରାଜ ଉପସ୍ଥିତ ଆଧ୍ୟାତ୍ମପ୍ରେମୀ ସମାବେଶକୁ ଉଦବୋଧନ ଦେଇ ଅନୁଭବ କରାଇଥିଲେ ଯେ ଟେନ୍ସନ୍‌ର ମୂଳ କାରଣ ହେଉଛି ନକାରାତ୍ମକ ଚିନ୍ତା, ଅନାବଶ୍ୟକ ଆଶା,ଭୟ ଏବଂ ନିଜର ପ୍ରକୃତ ସ୍ୱରୂପକୁ ଭୁଲିଯିବା। ଯେତେବେଳେ ଆମେ ନିଜକୁ ଏକ ଶାନ୍ତ,ପବିତ୍ର ଓ ଶକ୍ତିଶାଳୀ ଆତ୍ମା ବୋଲି ଅନୁଭବ କରୁ ଏବଂ ପରମାତ୍ମା ଶିବଙ୍କ ସହ ରାଜଯୋଗ ମାଧ୍ୟମରେ ଯୋଗ ସ୍ଥାପନ କରୁ, ସେତେବେଳେ ମନରେ ଶାନ୍ତି, ଖୁସି ଓ ଆତ୍ମବିଶ୍ୱାସ ସ୍ୱତଃ ଭରିଯାଏ। ଇଶ୍ବରୀୟ ବିଶ୍ବବିଦ୍ୟାଳୟ ବ୍ରହ୍ମପୁର ସବଜୋନ୍ ପ୍ରଭାରୀ ରାଜ ଯୋଗିନୀ ବ୍ରହ୍ମାକୁମାରୀ ମାଳା ଦିଦିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସେବା କେନ୍ଦ୍ର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ଆସିକା ପୌରପାଳିକା ବିନୀତା ସ୍ଵାଇଁ ଓ ସମାଜସେବୀ ସତ୍ୟ ନାରାୟଣ ସ୍ଵାଇଁ ସ୍ମାରକୀ ପ୍ରଦାନକରି ରାଜଯୋଗି ଡାଃ ଶକ୍ତିରାଜଙ୍କୁ ସହରବାସୀଙ୍କ ତରଫରୁ ସ୍ୱାଗତ ଜଣାଇଥିବା ବେଳେ ଉପଢୌକନ ଦ୍ଵାରା ସମ୍ମାନିତ କରିଥିଲେ ବିଧାୟକ ପ୍ରତିନିଧି ସଙ୍ଗୀତ ପାଢୀ l ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭରେ ଅଂଶ ଗ୍ରହଣ କରିଥିଲେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା,ମାନବ ସେବା ସମିତି ଆବାହକ ଗଣେଶ ରଥ, ଆସିକା ବାର୍ ଆସୋସିଏସନର ପୂର୍ବତନ ସଭାପତି ସୁରେନ୍ଦ୍ରନାଥ ପଣ୍ଡା, ଆସିକା ଡାକମଣ୍ଡଳର ସୁପରିଣ୍ଟେଣ୍ଡେଣ୍ଟ କର୍ନେଲ ଦିଲ୍ଲୀପ ବେହେରା, ଅବସରପ୍ରାପ୍ତ ଶିକ୍ଷକ ଏ ଯୁଧିଷ୍ଠିର ଦୋରା ଓ ଆତ୍ମାର ସଭାପତି ବିଜୟ ସ୍ଵାଇଁ l କାର୍ଯ୍ୟକ୍ରମରେ ଆସିକା ସହରର ବରିଷ୍ଠ ନାଗରିକ, ବୁଦ୍ଧିଜିବୀ,ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସହସ୍ରାଧିକ ଆଧ୍ୟାତ୍ମପ୍ରେମୀ ଭଉଣୀ ଭାଇ ଙ୍କ ସମାଗମ ହୋଇ ଥିଲା l

Related posts

ନେତାଜୀ ଜୟନ୍ତୀ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ତିଥି ପାଳିତ

masiha

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ ” ମିନିମାରାଥନ ଯୋଗଦେଲେ ଯୁବକ ଯୁବତୀ”

masiha

୧– ଲଘୁଚାପ ଜନିତ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ I ୪୦ ରୁ ଉର୍ଦ୍ଧ ଏକର ଚାଷ ଜମିରେ ପାଣି ପଷି ଚାଷ ନଷ୍ଟ ସହ ବାଲିଚୋର, ୨– ଲଘୁଚାପ ଜନିତ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ 

Sunil Chandra Nayak

Leave a Comment

error: Content is protected !!