ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍କୁଟି କୁ ଧକ୍କାଦେଲା ମୋରମ ବୋଝେଇ ହାଇୱା , ଜଣେ ମୃତ ଜଣେ ଗୁରୁତର 

ସ୍କୁଟି କୁ ଧକ୍କାଦେଲା ମୋରମ ବୋଝେଇ ହାଇୱା , ଜଣେ ମୃତ ଜଣେ ଗୁରୁତର 

ପୁରୁଷୋତ୍ତମପୁର, ୨/୭ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମୁରଡ଼ା ତଥା ୩୨ ନଂ ଜାତୀୟ ରାଜପଥ ବାସୁଦେବ ସେଠୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ଗୁରୁବାର ଅପରାହ୍ନରେ ମୋରମ ବୋଝେଇ ହାଇୱା ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣ ସହଯୋଗୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ତେବେ ମୃତକ ଜଣକ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ନାଇଡ଼ୁପୋଲୀ ଗ୍ରାମର ବାବୁ ସାସମଲ (୪୮) ପିତା ଗୋବିନ୍ଦ ସାସମଲ ଏବଂ ଅନ୍ୟ ଗୁରୁତର ଆହତ ଜଣକ ହେଲେ ପଙ୍କଜ ସ୍ବାଇଁ (୪୫) । ସୂଚନା ଅନୁସାରେ ସ୍କୁଟି ନଂ ( ଓଡ଼ି ୦୭ ଏ ଭି ୯୭୧୦) ତାରା ତାରିଣୀ ଛକ ଅଭିମୁଖେ ଯାଉଥିବାବେଳେ ସମାନ ଦିଗରେ ଭାବନ୍ଧ ରୁ ମୋରମ ବୋଝେଇ ହାଇୱା ନଂ (ଓଡ଼ି ୦୪ ଏଲ୍ ୦୪୪୮) ଗାଡ଼ି ପଛରୁ ସ୍କୁଟି କୁ ଧକ୍କା ଦେଇଥିଲା । ଫଳରେ ହାଇୱା ଚକା ତଳେ ଚାପି ହୋଇ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଏବଂ ପଛରେ ବସିଥିବା ସହଯୋଗୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ପଠାଯାଇଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣା ପରେ ହାଇୱା ଚାଳକ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି । ଘଟଣାର ଖବର ପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରତିଦିନ ସହ ସହ ହାଇୱା, ଟିପର ବାଲି, ମୋରମ ବୋଝେଇ ଗାଡ଼ି ଏହି ରାସ୍ତା ଦେଇ ଗମନାଗମନ କରୁଥିବା ବେଳେ ବାରମ୍ବାର ଏହି ମାର୍ଗରେ ଅନେକ ସମୟରେ ଏଭଳି ସଡ଼କ ଦୁର୍ଘଟଣା ଘଟିଚାଲିଛି ତଥାପି ପ୍ରଶାସନ ଏହା ପ୍ରତି ନିରବ ସାଜିଛି। ନିକଟରେ ବାସୁଦେବ ସେଠୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଥିବା ବେଳେ ପ୍ରତେକ ଦିନ ଅନେକ ଛାତ୍ର ଛାତ୍ରୀ ଏହି ବିଦ୍ୟାଳୟ କୁ ପାଠ ପଢ଼ିବା ପାଇଁ ଆସୁଛନ୍ତି । ତେବେ ଏଭଳି ଘଟଣା ବାରମ୍ବାର ଘଟୁଥିବାବେଳେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହ ସେହି ଅଞ୍ଚଳରେ ତୀବ୍ର ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଘଟଣାକୁ ବିରୋଧ କରି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ଅନେକ ସମୟ ଧରି ବ୍ରହ୍ମପୁର ରୁ ପୁରୁଷୋତ୍ତମପୁର ଯିବା ମୁଖ୍ୟ ରାସ୍ତାରେ ଯାତାୟତ ସେବା ବାଧାପ୍ରାପ୍ତ ହୋଇଛି । ତେବେ ଘଟଣାସ୍ଥଳରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଭାଟକୁମୁରଡ଼ା ରାଜସ୍ୱ ନିରୀକ୍ଷକ ଶଙ୍କର ବେହେରା , ପୁରୁଷୋତ୍ତମପୁର ଥାନା ଭାରପ୍ରାପ୍ତ ଅଧିକାରୀ କୁଳମଣି ସେଠୀ ଉପସ୍ଥିତ ରହି ଲୋକକୁ ବୁଝାଶୁଝା କରିବା ସହ ସ୍ଥିତିକୁ ନିୟନ୍ତ୍ରଣ କରିବା କୁ ଚେଷ୍ଟା ଚଲାଇଛନ୍ତି।

Related posts

ମର୍ମନ୍ତୁତ ସଡ଼କ ଦୁର୍ଘଟଣା , ୧ ମୃତ

Sunil Chandra Nayak

୩୯ତମ ବର୍ଷାନ୍ତ ସାରସ୍ବତ ସମ୍ମେଳନ, ସମ୍ବର୍ଦ୍ଧିତ ହେଲେ ଗୀତାରାଣୀ, କାଞ୍ଚନ, ଜ୍ୟୋତି ଓ ପ୍ରଶାନ୍ତ

masiha

ପ୍ରତିଶ୍ରୁତି ସାହିତ୍ୟ ସଂସଦର ତୃତୀୟ ବାର୍ଷିକ ରାଜ୍ୟସ୍ତରୀୟ କବି ଓ କଳାକାର ସମ୍ମିଳନୀ 

masiha

Leave a Comment

error: Content is protected !!