ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଆଇନ କରତକଳ ଊପରେ ବନବିଭାଗର ଚଢ଼ାଉ

ବାଲେଶ୍ବର,୧୬/୫/୨୨- ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁରରେ ଥିବା ବେଆଇନ କରତ କଳ ଉପରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ମୂଲ୍ୟବାନ କାଠ ଓ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଜବତ କରାଯାଇଛି । ସିମୁଳିଆ ଅଞ୍ଚଳରେ ବେଆଇନ ଭାବେ ୬ ରୁ ଅଧିକ ଚୁରା କରତକଳ ଚାଲୁଥିବାର ଦୀର୍ଘ ଦିନ ହେବ ଅଭିଯୋଗ ହୋଇ ଆସୁଥିଲା । ଯାହାକୁ ରୋକିବା ପାଇଁ ବିଭାଗ ଅନେକ ସମୟରେ ଅସଫଳ ହେଉଥିଲା । ହଠାତ୍ ବାଲେଶ୍ଵର ଡିଏଫଓ ବିମଲ ପ୍ରସନ୍ନ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ଔପଦା ରେଞ୍ଜର ବବିତା ସୋରେନ, ଖୁଣ୍ଟପାଟଣା ଫରେଷ୍ଟର କିଶୋର ଚନ୍ଦ୍ର ଭୂୟାଁ, କୂଳଡିହା ରେଞ୍ଜ ଷ୍ଟାଫ ସୌମ୍ୟରଂଜନ ମାଝୀ ଓ ସିମୁଳିଆ ପୋଲିସଙ୍କ ଉପସ୍ଥିତିରେ ବେଆଇନ କରତ କଳ ଉପରେ ଚଢ଼ାଉ କରିଥିଲା । ବନବିଭାଗ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଓ ଯନ୍ତ୍ରପାତି ନେଇଯାଇଥିବା ଜଣାପଡିଛି । ବଡ଼ ଆଶ୍ଚର୍ଯ୍ୟର ଚଢ଼ାଉ କଥା ପ୍ରଘଟ ହେବାପରେ ଅନ୍ୟ କେତେକ ଚୁରା କରତକଳ ଅଧିକାରୀମାନେ ବନବିଭାଗ ଅଫିସର ଆସିବା ଆଗରୁ ଯନ୍ତ୍ରପାତି ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରି ଦେଇଥିବାର ଦେଖାଯାଇ ଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜାତୀୟସ୍ତରର କୁଇଜ୍‌ ପ୍ରତିଯୋଗିତାରେ ରାଉରକେଲା ଛାତ୍ରଙ୍କ ସଫଳତା

Sunil Chandra Nayak

ଛାତ୍ରୀ ଥିଲେ,ହେଲେ ପ୍ରେମିକା: ଏବେ ପ୍ରତାରଣା ଏବଂ ନିର୍ଯାତନା ଦେଇ ଥାନା ରେ ଅଟକ

Sunil Chandra Nayak

ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ, ୧୯୪୭ ଅଗଷ୍ଟ ୧୫ରେ ଜନ୍ମ ଗ୍ରହଣ କରିଥିଲେ l

masiha

Leave a Comment

error: Content is protected !!