ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ସ୍ତରୀୟ କୃଷିମେଳା ଅନୁଷ୍ଠିତ

ବାଲେଶ୍ବର,୧୬/୫/୨୨- କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ କୃଷିଜିଲ୍ଲା ଅଧିକାରୀ ସିମୁଳିଆଙ୍କ ଆୟୋଜନରେ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗୋଳିହା ପଞ୍ଚାୟତ ପତିରାଜପୁର ମେଳନ ପଡିଆରେ ଜିଲ୍ଲା ସ୍ତରୀୟ କୃଷିମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ସଂଖ୍ଯାରେ କୃଷକ ସଂଗଠନ, କୃଷି ଉତ୍ପାଦକ ସଂଗଠନ, କୃଷି ଓ ଆନୁଷଙ୍ଗିକ ବିଭାଗ ଯୋଗଦେଇ କୃଷକ ମାନଙ୍କୁ ଉନ୍ନତ ଜ୍ଞାନକୌଶଳ ବାବଦରେ ସହାୟତା ଯୋଗାଇ ଦେବାର ବ୍ଯବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଏବଂ ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ପ୍ରତିନିଧି ଭାବେ ଜୟନ୍ତ କୁମାର ରାଉତ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମନ୍ତ୍ରୀ ମହୋଦୟ ପ୍ରଥମେ କୃଷିରଥ ଉଦଘାଟନ କରିବା ପରେ ବିଭିନ୍ନ କୃଷି ମଣ୍ଡପ ପରିଦର୍ଶନ କରିଥିଲେ । ପରେ ପରେ କୃଷି ସଭା ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ, ସରପଞ୍ଚ ପୁଷ୍ପଲତା ଘଡେଇ, ଜିଲ୍ଲା କୃଷି ଅଧିକାରୀ ନିକୁଞ୍ଜ କିଶୋର ରାଉତ, ଜିଲ୍ଲାପରିଷଦ ସଦସ୍ୟା ରଶ୍ମିତା ମହାପାତ୍ର ଓ ସୁଷମା ମହାପାତ୍ର, ସମିତି ସଭ୍ୟ ରଞ୍ଜନ କୁମାର ରାଉତ ପ୍ରମୁଖ ମଞ୍ଚାସୀନ ହୋଇ କୃଷି ଓ କୃଷକ ମାନଙ୍କ ବହୁବିଧ ଉନ୍ନତି ନିମନ୍ତେ କୃଷି ବୈଜ୍ଞାନିକ ମାନଙ୍କ ଭୂମିକା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ୧୦ ଜଣ ସଫଳଚାଷୀ ଓ କୃଷି ଯନ୍ତ୍ରପାତି ହାତତିଆରି ପାୱାର ଟିଲର ଉଦଘାଟନକାରୀ ଭାସ୍କର ମହାରଣାଙ୍କୁ ମାନ୍ଯବର ମନ୍ତ୍ରୀ ମହୋଦୟ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ସନ୍ଧ୍ୟାରେ କୃଷି ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଗତ ତା ୧୫/୫/୨୨ ରିଖ ରବିବାର ଦିନ ଆରମ୍ଭ ହୋଇଥିବା କୃଷି ମେଳା ତା ୧୬/୫/୨୨ ରିଖ ସୋମବାର ଶେଷ ହେବ । ଏହି ଦିବସ ବ୍ଯପୀ କାର୍ଯ୍ୟକ୍ରମକୁ ଖଇରା ଓ ସିମୁଳିଆ କୃଷି କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନିକୁଞ୍ଜ କିଶୋର ରାଉତଙ୍କ ସଭାପତିତ୍ବରେ ବିଭିନ୍ନ କୃଷି ଅଧିକାରୀ ଏବଂ ଅଞ୍ଚଳରୁ ବହୁ ସଫଳଚାଷୀ ଏବଂ କୃଷକମାନେ ଯୋଗଦେଇଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଜିଲ୍ଲା ଶିକ୍ଷା ସ୍ଥାୟୀ ସମିତି ଅଧ୍ୟକ୍ଷ’ଙ୍କ ବଜ୍ରପାତ ଏବଂ ସର୍ପ ଦଂଶନରେ ନିହତ ପରିବାର’ଙ୍କୁ ସାକ୍ଷାତ

Sunil Chandra Nayak

ଲଗାଣ ବର୍ଷା ରେ ଘର ଭୂଷଡ଼ିଲା, ମହିଳା ଆହତ

Sunil Chandra Nayak

Leave a Comment

error: Content is protected !!