ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଓବାଦୀ ସଂଗଠନକୁ ସୁଦୃଢ କରିବା ଅଭିଯୋଗ: ୩ ଗିରଫ

ନର୍ଲା (ମପ୍ର) ଅନେକ ଦିନ ଧରି ମାଓବାଦୀ ସଂଗଠନକୁ ସୁଦୃଢ କରିବା ପାଇଁ କାର୍ଯ୍ୟ କରିଆସୁଥିବା ୩ଜଣ ବ୍ୟକ୍ତିକୁ ନର୍ଲା ପୋଲିସ ଗିରଫ କରିଛି। ଲାଞ୍ଜିଗଡ଼ରୋଡର ପ୍ରବୀଣ ରାଉତ(୪୯) ପ୍ରତିଦାନ ରାଉତ (୨୦) ଓ ଅନୁଗୋଳ ଜିଲ୍ଲାର ଶକ୍ତି ସାମନ୍ତ ଦଳବେହେରା ପ୍ରମୁଖ ମାଓବାଦୀ ସଂଗଠନକୁ ସୁଦୃଢ କରିବା ପାଇଁ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଓ ଅନୁବାଦ ସଂଗ୍ରହ କରି ଆସୁଥିବା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ମାନଙ୍କ ଠାରୁ ଦୁଇ ଗୋଟି ୱ।କିଟୋକି, ୩ଗୋଟି ମୋବାଇଲ ଫୋନ , ଏକ ଶହେ ଟଙ୍କିଆ ନୋଟ୍ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଜବତ କରାଯାଇଛି। କଳାହାଣ୍ଡି ଏସପି ଡ଼. ଶ୍ରବଣା ବିବେକ ଏମଙ୍କ ସୂଚନା ଅନୁଯାୟୀ ବିଭିନ୍ନ ସାମଗ୍ରୀ ଗୁଡିକ କେକେବିଏନ ଡିଭିଜନ ମାଓବାଦୀ ସଂଗଠନକୁ ଯୋଗାଇ ଆସୁଥିବା ଜଣାପଡିଛି। ନର୍ଲା ପୋଲିସ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।

ପ୍ରଦୀପ କୁମାର ଗଉଡ, ନର୍ଲା ମସୀହା ପ୍ରତିନିଧି।

Related posts

ଧାନ ଖଳାରେ ନିଆଁ ଲାଗି ଜଳିଗଲା ଧାନ ସହ ପାଲ ଗଦା

Sunil Chandra Nayak

ଗଞ୍ଜାମର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନୂଆ ରେକର୍ଡ଼, ଚକ ପିସ୍ ରେ ନିର୍ମାଣ କଲେ ୫୧ଟି ଐତିହାସିକ ସ୍ଥଳୀ

ଚିଲିଗୁଡା ସରକାରୀ ନୀଳ ମାଧବ ହାଇ ସ୍କୁଲ ସ୍ମାର୍ଟ ସ୍କୁଲ ଭାବରେ ଲୋକାର୍ପିତ

Leave a Comment

error: Content is protected !!