ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୀ ହରିହର ଛକରେ ରାଉରକେଲା ର ‘ଉଇ ଫର୍ ୟୁ ୟୁଥ କ୍ଲବ’ ପକ୍ଷରୁ ଅନ୍ନ ଓ ପାନୀୟ ଜଳ ବଣ୍ଟନ

ପୁରୀ ହରିହର ଛକରେ ରାଉରକେଲା ର ‘ଉଇ ଫର୍ ୟୁ ୟୁଥ କ୍ଲବ’ ପକ୍ଷରୁ ଅନ୍ନ ଓ ପାନୀୟ ଜଳ ବଣ୍ଟନ

ରାଉରକେଲା: ପବିତ୍ର ଶ୍ରୀଜଗନ୍ନାଥଙ୍କ କୃପା ଓ ଆଶୀର୍ବାଦରେ ‘ଉଇ ଫର୍ ୟୁ ୟୁଥ କ୍ଲବ’ ପକ୍ଷରୁ ପୁରୀର ହରିହର ଛକଠାରେ ଏକ ବିଶାଳ ଅନ୍ନ ଓ ପାନୀୟ ଜଳ ବଣ୍ଟନ ସେବା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। କ୍ଲବର ସଭାପତି କୈଳାଶ ଚନ୍ଦ୍ର ବେହେରା ଏବଂ ସମ୍ପାଦକ ରଶ୍ମି ରଞ୍ଜନ ବାରିକଙ୍କ ନେତୃତ୍ୱରେ ସଦସ୍ୟ ଅମର ବେହେରା, ଦୀପ୍ତି ରଞ୍ଜନ ବାରିକ, ପ୍ରଶାନ୍ତ ସାହୁ, ପ୍ରେମ ପରିଡ଼ା, ବିଭୁ ଦତ୍ତ, ଅଙ୍କିତା ମହାପାତ୍ର, ଶିଶିର ବେହେରା, ଅଭିରାମ ସାହୁଙ୍କ ସମେତ ସମସ୍ତ ସଦସ୍ୟଙ୍କ ନିଷ୍ଠାପୂର୍ଣ୍ଣ ସହଯୋଗରେ ଏହି ମହତ୍ ସେବା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ସେବା କାର୍ଯ୍ୟକ୍ରମରେ ପ୍ରାୟ ୧୨ ହଜାର ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିବା ବେଳେ ପ୍ରାୟ ୧୫ ହଜାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା। ଏହି ମହାନ ସେବା କାର୍ଯ୍ୟକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ସ୍ୱେଚ୍ଛାସେବୀ, ସହଯୋଗୀ, ଶୁଭେଚ୍ଛୁ ଓ ଦାତାମାନଙ୍କ ପ୍ରତି ‘ୱି ଫର୍ ୟୁ ୟୁଥ କ୍ଲବ’ ପକ୍ଷରୁ ଆନ୍ତରିକ କୃତଜ୍ଞତା ପ୍ରକାଶ କରାଯାଇଛି। ପ୍ରକାଶ ଥାଉକି କ୍ଲବ ରାଉରକେଲାର ବିଭିନ୍ନ ସ୍ଥାନରେ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ଏବଂ ଶୀତବସ୍ତ୍ର ବଣ୍ଟନ କରଥାନ୍ତି ।

“ମାନବ ସେବା ହିଁ ମାଧବ ସେବା”—ଏହି ମହାନ ବାର୍ତ୍ତାକୁ ସାର୍ଥକ କରି କ୍ଲବର ଏହି ସେବା କାର୍ଯ୍ୟକ୍ରମ ସମସ୍ତଙ୍କ ପ୍ରଶଂସା ସାଉଁଟିଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସୁବାସ ବୋଷ ସଂଯୁକ୍ତ ଶାଖାର ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ମମତା ମଞରୀ ଥପା କରୋନା ଯୋଦ୍ଧା ଭାବେ ସମ୍ମାନିତ

ରାଇରଙ୍ଗପୁରରେ ମା’ ଶାରଦା ସେବାସଂଘର ୨୯ ତମ ବାର୍ଷିକୋତ୍ସବ

Sunil Chandra Nayak

Leave a Comment

error: Content is protected !!