ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ କଳାକାର ଭବାନୀ ପଟ୍ଟନାୟକ ଙ୍କ ପରଲୋକ

ବିଶିଷ୍ଟ କଳାକାର ଭବାନୀ ପଟ୍ଟନାୟକ ଙ୍କ ପରଲୋକ 

ଜୁନାଗଡ଼୧୭/୭ (ମନୀ ସ )-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ର ବିଶିଷ୍ଟ କଳାକାର ତଥା ନାଟ୍ୟ ନିର୍ଦେଶକ ଭବାନୀ ଶଙ୍କର ପଟ୍ଟନାୟକ ଙ୍କ ର ଗତ ୧୬ତାରିଖ ଦିନ ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା l ପି ଡବ୍ଲୁ ଡି ବିଭାଗ ରେ କାର୍ଯ୍ୟ ରତ ଥାଇ ଗତ ୨୦୨୨ରେ କାର୍ଯ୍ୟ ରୁ ଅବସରର ନେଇଥିଲେ l ସେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ l ତାଙ୍କ ମୃତ୍ୟୁ ରେ ଜୁନାଗଡ଼ ସହର ତଥା ଜିଲ୍ଲା ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଥିଲା l ତାଙ୍କର ଶେଷ କୃତ୍ୟ ହାତୀ ନଦୀ ସ୍ଥିତ ସ୍ୱର୍ଗଦ୍ୱାର ରେ ସମ୍ପନ୍ନ କରାଯାଇଥିଲା l ପୁତ୍ର ସ୍ୱରାଜ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ l ପରିବାର ଏବଂ ସମ୍ପକ୍ରୀୟ ତଥା ବନ୍ଧୁବର୍ଗ ସମସ୍ତେ ତାଙ୍କର ଶେଷ କାର୍ଯ୍ୟ ସମୟରେ ଉପସ୍ଥିତ ଥିଲେ l ସେ ଜଣେ ମିଷ୍ଠ ଭାଷୀ ଓ ଲୋକପ୍ରିୟ ଭାବରେ ଅଞ୍ଚଳ ରେ ବେଶ ପରିଚିତ ଥିଲେ l ସେ ଏକା ଧାରା ରେ ଜଣେ ନାଟ୍ୟ ନିର୍ଦେଶକ,ମଞ୍ଚ ପରିଚାଳକ,ମଞ୍ଚ ଅଭିନେତା ସହ ସମସ୍ତ କଳା ର ଅଧିକାରୀ ଥିଲେ l ନିଜେ ଏକ ଦିବ୍ୟଶ୍ରୀ ଗଣନାଟ୍ୟ ନାମରେ ଏକ ଅପେରା ଆରମ୍ଭ କରି ସାରା ଓଡିଶା ରେ ଚଞ୍ଚଲ୍ୟ ସୃଷ୍ଟି କରିଥିଲେ l ତାଙ୍କ ନିର୍ଦ୍ଧେଷିତ ଏବଂ ଅଭିନୀତ “ରଘୁଅରକ୍ଷିତ”ଏବଂ “ବାହୁଡା଼ ବିଜୟ” କାଳ୍ପନିକ ଗୀତିନାଟ୍ୟ ଜିଲ୍ଲା ତଥାଜିଲ୍ଲା ଆଖ ପାଖ ପୋଡ଼ଶୀ ଜିଲ୍ଲା ମାନଙ୍କରେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲା l ସରକାରୀ ତଥା ବେସରକାରୀ ଅନୁଷ୍ଠାନ ର ସଚେତନତା କାର୍ଯ୍ୟକ୍ରମ ମାନ ଜିଲ୍ଲା ର ଗାଁ ମାନଙ୍କ ରେ କ୍ଷୁଦ୍ର ନାଟକ ମାଧ୍ୟମରେ ପରିବେଷଣ କରୁଥିଲେ l ଜୁନାଗଡ଼ ରେ ଲାଲବାହାଦୁର କ୍ଲବ ପ୍ରତିଷ୍ଠା କରି ଯୁବକ ମାନଙ୍କ ର ପ୍ରେରଣା ର ଉତ୍ସ ସାଜି ଥିଲେ l ତାଙ୍କର ଅକାଳ ବିୟୋଗରେ ଜୁନାଗଡ଼ ସହର ତଥା ଆଖ ପାଖ ଅଂଚଳ, ଜିଲ୍ଲା ଏବଂ ଜିଲ୍ଲା ବାହାର ର ସମସ୍ତ ବନ୍ଧୁ ପରିଜନ ଙ୍କ ମଧ୍ୟରେ ଶୋକ ର ଛାୟା ଖେଳିଯାଇଛି l

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନିର୍ଦ୍ଦେଶକ ଟାଉନ୍ ପ୍ଲାନିଂ ତଥା ଜାତୀୟ ସ୍ତରର ମାଷ୍ଟର ଟ୍ରେନର ଶତୃଘ୍ନ କର ଅଧିକାରୀ ମାନଙ୍କୁ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ତାଲିମ ଦେଲେ 

Sunil Chandra Nayak

ଡୁଡୁକେଲ ମହାଭାରତ ମହା ପାରାୟଣ ର ଆଜି କଳସ ଯାତ୍ରା 

Sunil Chandra Nayak

କାମ କରି ଘରକୁ ଫେରିବା ବେଳେ ନାଳରେ ପଡି ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!