ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନନ୍ଦ ନଗର,କାଠଗଡ଼ା ଅଂଚଳରେ ବର୍ଷ ସାରା ବିପଦପୂର୍ଣ୍ଣ ଓ ବିଦ୍ୟୁତ୍ ସେବା ଯୋଗାଣରେ ଅସ୍ୱାଭାବିକତା ଯୋଗୁଁ ଜନ ଅସନ୍ତୋଷ , କର୍ତ୍ତୃପକ୍ଷଙ୍କ ଦ୍ୱାରା ତୁରନ୍ତ ସମାଧାନ ଦାବୀ

ଆନନ୍ଦ ନଗର,କାଠଗଡ଼ା ଅଂଚଳରେ ବର୍ଷ ସାରା ବିପଦପୂର୍ଣ୍ଣ ଓ ବିଦ୍ୟୁତ୍ ସେବା ଯୋଗାଣରେ ଅସ୍ୱାଭାବିକତା ଯୋଗୁଁ ଜନ ଅସନ୍ତୋଷ , କର୍ତ୍ତୃପକ୍ଷଙ୍କ ଦ୍ୱାରା ତୁରନ୍ତ ସମାଧାନ ଦାବୀ

ଢେଙ୍କାନାଳ :ତା.୧୭.୦୭.୨୦୨୬ ରିଖ:ଏସ୍ ବି ଆଇ ଏଟିଏମ୍,ବନ୍ଧନ ବ୍ୟାଙ୍କ୍ ଗଳି,ଆନନ୍ଦ ନଗର, କାଠଗଡ଼ା,ୱାର୍ଡ଼ ନଂ ୧ ଢେଙ୍କାନାଳରେ ବିଦ୍ୟୁତ୍ ତାର ଉପରେ ଗଛଲତା ବଢ଼ି,ଗଛ ଡ଼ାଳଭାଙ୍ଗି,ବହୁତ୍ କମ୍ ଉଚ୍ଚତାରେ ବିଦ୍ୟୁତ୍ ଯୋଗାଣ ତାରଦ୍ୱାରା ରାସ୍ତା ଅବରୋଧ।ବର୍ଷ ସାରା ବିପଦପୂର୍ଣ୍ଣ ଓ ବିଦ୍ୟୁତ୍ ସେବା ଯୋଗାଣରେ ଅସ୍ୱାଭାବିକତା ଯୋଗୁଁ ଜନ ଅସନ୍ତୋଷ କର୍ତ୍ତୃପକ୍ଷଙ୍କ ଦ୍ୱାରା ତୁରନ୍ତ ସମାଧାନ କରି ବିଦ୍ୟୁତ୍ ବିଭାଗ ପକ୍ଷରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଅଞ୍ଚଳର ବାସିନ୍ଦା,ଡା.ଅରୂପ କୁମାର ମିଶ୍ର,ଡ.ମାନସୀ କର,ଡ.ଅଂଶୁମାନ ମିଶ୍ର,ଡ଼ା.ଦେବୀଦତ୍ତା ଦାଶ, ଡା.ଦେବୀ ପ୍ରସାଦ ମିଶ୍ର,ଡ.ଅନୁପମା ମିଶ୍ର, ଡା.ଅନୁପମ ଦେବାଶିଷ ମିଶ୍ର,ସାବିତ୍ରୀ ମିଶ୍ର,ଜିତେନ୍ଦ୍ର ମିଶ୍ର,ଶୁଭ ଦର୍ଶିନୀ ମିଶ୍ର,ଆଶୁତୋଷ ମିଶ୍ର,ନିର୍ମଳା ସାହୁ,ବାବୁଲି ସାହୁ,ସୁଶାନ୍ତ ପଟ୍ଟନାୟକ,ପୂଜା ପଟ୍ଟନାୟକ,ବିଜୟ ମିଶ୍ର,ଡା.ଐଶ୍ଵର୍ଯ୍ୟ ମିଶ୍ର,ପ୍ରଦୀପ କୁମାର ସାହୁ ପ୍ରମୁଖ ଅଞ୍ଚଳ ବାସୀଙ୍କ ସମସ୍ତ ପରିବାର ବର୍ଗ ଦୃଢ଼ ଦାବୀ କରିଛନ୍ତି।ଏଥିପାଇଁ ସେହି ଅଞ୍ଚଳର ସ୍ଥାୟୀ ବାସିନ୍ଦାଙ୍କ ପରିବାର ଡ.ମାନସୀ କରଙ୍କ ପକ୍ଷରୁ ତା.୧୫.୦୭.୨୦୨୬ ରିଖ ଦୁଇଦିନ ପୂର୍ବେ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟକୁ ଅଭିଯୋଗ ସଂଖ୍ୟା ୭୩୫୯୮୬ ଏବଂ ପୁନର୍ବାର ତା.୧୭.୦୭.୨୦୨୬ ରିଖ ପ୍ରାତଃ ୮ ଘଟିକା ସମୟରେ ଡ.ଅନୁପମା ମିଶ୍ର ଓ ଡା.ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ବାରା ପୁର୍ନବାର ଅଭିଯୋଗ ସଂଖ୍ୟା ୭୩୭୫୨୯ ମାଧ୍ଯମରେ ଦୁରଭାଷ ମାଧ୍ଯମରେ ଅଭିଯୋଗ ପଞ୍ଜିକୃତ କରାଯାଇଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଅଞ୍ଚଳ ବାସୀ ବର୍ଷାଋତୁରେ ଦିନ ଓ ରାତି ଉଭୟ ସମୟରେ,ରାସ୍ତା ଅବରୋଧ ଯୋଗୁଁ ବିପଦସଙ୍କୁଳ ଅବସ୍ଥାରେ ଏବଂ ଯାନବାହନ ଯାତାୟତ କ୍ଷେତ୍ରରେ ଦୁର୍ଘଟଣା ଭଳି ବହୁ ଅସୁବିଧାର ସମ୍ମୁଖୀନ ହୋଇ ଗଭୀର କ୍ଷୋଭ ଓ ଉଦ୍ ବେଗ ପ୍ରକାଶ କରିଛନ୍ତି। 

ବର୍ଷସାରା ନିରବଛିନ୍ନ ଭାବରେ ଟ୍ରାନ୍ସଫର୍ମମରରେ ତ୍ରୁଟି,ସ୍ଥାନେ ସ୍ଥାନେ ବିଦ୍ୟୁତ ତାର ଛିଣ୍ଡି ବିପଦ ସଂକୁଳ ଅବସ୍ଥା ଯୋଗୁଁ ବିଦ୍ୟୁତ ସରବରାହ ସଂପୂର୍ଣ୍ଣ ବନ୍ଦ ହୋଇଯିବା ଫଳରେ ହାଇସ୍କୁଲ ଓ କଲେଜର ବିଭିନ୍ନ ବିଷୟର ପରୀକ୍ଷା ଚାଲୁଥିବା ସମୟରେ ପ୍ରାୟ ତିନି ହଜାର ଲୋକଙ୍କର ପରିବାରର ସଦସ୍ୟମାନେ ଜଳାଭାବ,ରୋଷେଇ,ପ୍ରବଳ ଗରମ,ରାତିରେ ଅଲୋକର ଅଭାବ ଯୋଗୁଁ ପାଠ ପଢ଼ା ଓ ପରୀକ୍ଷା ପାଇଁ ପ୍ରସ୍ତୁତିରେ ଅସୁବିଧା ଭଳି ବିଦ୍ୟୁତ୍ ସଙ୍କଟ ଜନିତ ଘୋର ଅସୁବିଧାସବୁର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ବିଦ୍ୟୁତ୍ ବିଭାଗକୁ ଖବର ଦିଆ ଯାଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ଏବଂ ବର୍ତ୍ତମାନର ଏହି ସମସ୍ୟାର ସମାଧାନ ମଧ୍ୟ ହୋଇପାରିନାହିଁ।ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇଦିଆଯାଇ ନପାରେ ଓ ଏହା ଭିନ୍ନ ରୂପ ମଧ୍ୟ ନେଇ ପାରେ।ଅବିଳମ୍ବେ ଏହି ସମସ୍ୟାର ସମାଧାନ କରାନଗଲେ ଅଞ୍ଚଳବାସୀ ପଞ୍ଚାବନ ନମ୍ବର ଜାତୀୟ ରାଜପଥ ଅବରୋଧ,ବିକ୍ଷୋଭ ଓ ଆମରଣ ଅନଶନ ମାଧ୍ଯମରେ ଏହାର ଦୃଢ଼ ପ୍ରତିବାଦ କରି ବିଦ୍ୟୁତ୍ ବିଭାଗ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବାଧ୍ୟ ହେବେ ବୋଲି ଅଞ୍ଚଳବାସୀ ଦୃଢ଼ ଚେତାବନୀ ଦେଇଛନ୍ତି।ଏହାର ପରିଣାମ ପାଇଁ ବିଦ୍ୟୁତ୍ ବିଭାଗ ଓ ସରକାର ଦାୟୀ ରହିବେ ବୋଲି ଅଞ୍ଚଳର ବରିଷ୍ଠ ନାଗରିକ ଡ଼ା.ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।

ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍ 

Related posts

ଜନ ଜାଗରଣର ପ୍ରତୀକ : ବହୁମୁଖୀ ପ୍ରତିଭା ମୋହନ ମହାରଣା 

masiha

ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ପ୍ରଥମ ବିଶ୍ୱ ଓଡିଆ ଦିବସ – ୨୦୨୪ ପାଳିତ 

masiha

ପଣ୍ଡିତ ଯୁଧିଷ୍ଠିର ପତିଙ୍କ ପରଲୋକ 

masiha

Leave a Comment

error: Content is protected !!