ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାରୁ ପଞ୍ଚାୟତରେ ପାନୀୟ ଜଳ ଘୋର ସଙ୍କଟ ,ସମାଧାନ ହେବ କେବେ ? ନଳକୂପ ସାଜିଛି ଗ୍ରାମବାସୀ ସାହାରା 

ସାରୁ ପଞ୍ଚାୟତରେ ପାନୀୟ ଜଳ ଘୋର ସଙ୍କଟ ,ସମାଧାନ ହେବ କେବେ ? ନଳକୂପ ସାଜିଛି ଗ୍ରାମବାସୀ ସାହାରା 

ହିଞ୍ଜିଳିକାଟୁ, ୧୮/୭ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସାରୁ ଗ୍ରାମ ପଞ୍ଚାୟତରେ ପାନୀୟ ଜଳ ସଙ୍କଟ ଏପର୍ଯ୍ୟନ୍ତ ସମାଧାନ ହୋଇନଥିବା ଅଭିଯୋଗ ଉଠିଛି। ଗ୍ରାମରେ ନିୟମିତ ପାଇପ୍ ଯୋଗେ ଜଳ ଯୋଗାଣ ବନ୍ଦ ରହିଥିବାରୁ ଅନେକ ପରିବାର ଦୂରଦୂରାନ୍ତରୁ ନଳକୂପରୁ ପାଣି ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି। କୋଟି କୋଟି ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ଗ୍ରାମବାସୀଙ୍କ ଦୈନନ୍ଦିନ ପାଣି ସମସ୍ୟା ଦୂର ହୋଇ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଶନିବାର ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ କିଛି ଗ୍ରାମବାସୀ ପାଣି ସମସ୍ୟାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରୁଥିବା ସହ ନଳକୂପରୁ ପାଣି ସଂଗ୍ରହ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଭିଡିଓରେ କରାଯାଇଥିବା ଦାବି ଅନୁଯାୟୀ, ପଞ୍ଚାୟତରେ ଏବେ ମଧ୍ୟ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଉଲ୍ଲେଖଯୋଗ୍ୟ ଯେ, ଏହି ସମସ୍ୟାକୁ ନେଇ ପୂର୍ବରୁ ବିଭିନ୍ନ ଖବରକାଗଜ ଓ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଇ ଘରେ ଘରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଆରମ୍ଭ କରାଯାଇଥିବା ସୂଚନା ମିଳିଥିଲା। କିଛିଦିନ ପୂର୍ବେ ସ୍ଥାନୀୟ ସରପଞ୍ଚ ମଧ୍ୟ ଏକ ଡିଜିଟାଲ ନ୍ୟୁଜ୍ ଚ୍ୟାନେଲକୁ ପ୍ରତିକ୍ରିୟା ଦେ ନିଜର ମତ ପ୍ରକାଶ ରଖିଥିଲେ ପଞ୍ଚାୟତରେ ପାଣି ସମସ୍ୟା ଥିବା ସ୍ୱୀକାର କରିବା ସହ ତାହାର ସମାଧାନ ହୋଇଥିବା କହିଥିଲେ । ତେବେ ସୋସିଆଲ ମିଡିଆରେ ପ୍ରକାଶିତ ସଦ୍ୟ ଭିଡିଓରେ ଗ୍ରାମବାସୀ ପୁଣିଥରେ ପାଣି ସମସ୍ୟା ଲାଗି ରହିଥିବା ଦାବି କରିଥିବାରୁ ପରିସ୍ଥିତିକୁ ନେଇ ଏବେ ପ୍ରଶ୍ନ ଉଠିଛି। ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବା ସତ୍ତ୍ୱେ ନିୟମିତ ଜଳ ଯୋଗାଣ କାହିଁକି ହେଉନାହିଁ, ତାହାକୁ ନେଇ ସ୍ଥାନୀୟ ଲୋକେ ଉଦ୍ବେଗ ପ୍ରକାଶ କରିଛନ୍ତି।

ଗ୍ରୀଷ୍ମ ହେଉ କି ବର୍ଷା, ପଞ୍ଚାୟତର ଅନେକ ସାହି ଓ ୱାର୍ଡରେ ପାଣି ସମସ୍ୟା ଲାଗି ରହୁଥିବା ଅଭିଯୋଗ ହେଉଛି। ବହୁ ନଳକୂପ ଅଚଳ ଥିବା ବେଳେ ପାଇପ୍ ଯୋଗେ ଜଳ ଯୋଗାଣ ମଧ୍ୟ ଅନିୟମିତ ରହିଛି। ଫଳରେ ମହିଳା, ବୃଦ୍ଧ ଓ ଛୋଟ ଛୁଆମାନେ ପାନୀୟ ଜଳ ସଂଗ୍ରହ ପାଇଁ ନଳକୂପ ପାଖରେ ଅପେକ୍ଷା କରିବା କୁ ବାଧ୍ୟ ହେଉଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବାରମ୍ବାର ପଞ୍ଚାୟତ ଓ ସମ୍ପୃକ୍ତ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇପାରୁନାହିଁ। ପାଣି ଅଭାବ ଯୋଗୁଁ ଜନସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପଡ଼ୁଥିବା ସେମାନେ ଅଭିଯୋଗ କରିଛନ୍ତି।

ବିଶେଷଜ୍ଞମାନଙ୍କ ମତରେ, କେବଳ ପାଇପ୍ ଲାଇନ୍ ବିଛାଇଦେଲେ ସମସ୍ୟାର ସମାଧାନ ହେବ ନାହିଁ। ନିୟମିତ ରକ୍ଷଣାବେକ୍ଷଣ, ଜଳ ଉତ୍ସର ସଂରକ୍ଷଣ ଓ ସ୍ଥାନୀୟ ସ୍ତରରେ ସଠିକ୍ ପରିଚାଳନା ହେଲେ ହିଁ ଦୀର୍ଘମିଆଦି ଭାବେ ପାନୀୟ ଜଳ ସମସ୍ୟାର ସମାଧାନ ସମ୍ଭବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related posts

ରାଉରକେଲା ସାହିତ୍ଯ ସଂସଦ ଗଠିତ 

masiha

ଆରଣ୍ୟକ ବାରିକ୍ ସଂଘର କର୍ମ କର୍ତ୍ତା ଚୟନ

Sunil Chandra Nayak

Advocate Niranjan Bishi Honoured with Prestigious “Plaque of Honour” by Indian Council of Jurists & All India Bar Association

Sunil Chandra Nayak

Leave a Comment

error: Content is protected !!