ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱଦେଶୀ ଜାଗରଣ ମଞ୍ଚ ଗୋଲାମୁଣ୍ଡା ବ୍ଲକ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

ସ୍ୱଦେଶୀ ଜାଗରଣ ମଞ୍ଚ ଗୋଲାମୁଣ୍ଡା ବ୍ଲକ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଜୁନାଗଡ଼ (ମ ନି ସ)- ସ୍ୱଦେଶୀ ଜାଗରଣ ମଞ୍ଚ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ପକ୍ଷରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ପ୍ରାର୍ଥୀ ତଥା ଭାରତୀୟ ଜନତା ପାର୍ଟିର ଜଣେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ମେହେର, ସମ୍ମାନନୀୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତଥା ରାଜ୍ୟ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ବିନ୍ଦୁ ମହାନନ୍ଦ, ମଣ୍ଡଳ ସଭାପତି ବୈଶାଖୁ କେତକୀ, ସ୍ୱଦେଶୀ ଜାଗରଣ ମଞ୍ଚ ଜିଲ୍ଲା ପର୍ଯ୍ୟାବରଣ ପ୍ରମୁଖ ପ୍ରଦୀପ କୁମାର ପଣ୍ଡା, ବରିଷ୍ଠ ସମାଜସେବୀ ତଥା ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲା ପ୍ରଚାର ପ୍ରମୁଖ ଶ୍ୟାମ ସୁନ୍ଦର ଅଗ୍ରୱାଲ ଏବଂ ସ୍ଥାନୀୟ ବରିଷ୍ଠ ଅଧିକାରୀ ଓ ଗୋଲାମୁଣ୍ଡା ମଣ୍ଡଳର ଭାରତୀୟ ଜନତା ପାର୍ଟିର ଗୋଲାମୁଣ୍ଡା ମଣ୍ଡଳର ବହୁ ପଦାଧିକାରୀ ଓ ସଦସ୍ୟବୃନ୍ଦ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ l ଏହି ଅବସରରେ ପରିବେଶ ସୁରକ୍ଷା ପ୍ରସଙ୍ଗରେ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ମଞ୍ଚର ଜିଲ୍ଲା ପ୍ରଚାର ପ୍ରମୁଖ ଶ୍ୟାମ ସୁନ୍ଦର ଅଗ୍ରୱାଲ ନେତୃତ୍ୱ ନେଇଥିଲେ ଓ ପରିଚାଳନା କରିଥିଲେ l

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ସଡ଼କ ସୁରକ୍ଷା ସପ୍ତାହ ଅଵସର ରେ ଖାତିଗୁଡା ପୋଲିସ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଦେଲା ସଚେତନତା ର ବାର୍ତ୍ତା 

Sunil Chandra Nayak

ମହାନତା ଦେଖାଇଲା ସେବା ଫାଉଣ୍ଡେସନ, ସହାୟତା ପାଇଁ ପ୍ରତିଶ୍ରୁତି ଦେଲା ମୋ ଅନୁଷ୍ଠାନ 

masiha

ଭୁବନ ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

masiha

Leave a Comment

error: Content is protected !!