ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧-; ଛଦେଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ବୁଲି ଦେଖି ତୁରନ୍ତ ସହାୟତା ଦାବି କଲେ ପୂର୍ବତନ ବିଧାୟକ, ୨- ବାଙ୍ଗୁରସିଂହ ପଞ୍ଚାୟତ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ନେଇ ସହାୟତା ପ୍ରଦାନ ପ୍ରଶାସନକୁ ଅନୁରୋଧ କଲେ ସମାଜସେବୀ ଶ୍ରୀଯୁକ୍ତ ଜଗବନ୍ଧୁ ଦଳେଇ

ଛଦେଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ବୁଲି ଦେଖି ତୁରନ୍ତ ସହାୟତା ଦାବି କଲେ ପୂର୍ବତନ ବିଧାୟକ

ଢେଙ୍କାନାଳ – ଲଗାଣ ବର୍ଷା ଯୋଗୁଁ ସାପୁଆ ନଦୀ ଉଛୁଳିବାରୁ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର କାକୁଡ଼ିଭାଗ ଗ୍ରାମପଞ୍ଚାୟତ,ଚନ୍ଦ୍ରଶେଖରପ୍ରସାଦ ଗ୍ରାମପଞ୍ଚାୟତର ଅଉଖମା ଭାପୁର ଗ୍ରାମପଞ୍ଚାୟତର ବିଷ୍ଣୁପୁର,ବାଲ୍ୟାମ୍ବା ପଞ୍ଚାୟତ ସରାକପାଟଣା ବ୍ରିଜ,ଗାଁ ଓ ବାଲ୍ୟାମ୍ବା ଦେଇ ଯାଇଥିବା ପୁରୁଣା କଟକ ସମ୍ବଲପୁର ୪୨ ନଂ ଜାତୀୟ ରାଜପଥର ଭାଙ୍ଗି ଯାଇଥିବା ରାସ୍ତା ସମେତ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଅନେକ ପରିବାର ଜଳବନ୍ଦୀ ହୋଇପଡ଼ିଛି। ସେହିପରି କଟକ– ସମ୍ବଲପୁର ପୁରୁଣା ରାସ୍ତାରେ ଘାଇ ସୃଷ୍ଟି ହୋଇ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହି ପରିସ୍ଥିତିରେ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଶ୍ରୀ ନରୋତ୍ତମ ସାହୁ,ଜିଲ୍ଲା ପରିଷଦ ଅଧ୍ଯକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ,ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଅଶୋକ ପରିଡ଼ା,ପୂର୍ବତନ ଛାତ୍ର ସଭାପତି ଶ୍ରୀ ସୂରଜ ମହାପାତ୍ର,ସି.ଏସ୍.ପ୍ରସାଦ ସରପଞ୍ଚ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସହ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁଧିର କୁମାର ସାମଲ। ସ୍ଥିତି ଅନୁଧ୍ୟାନ କରି ପ୍ରଭାବିତ ପରିବାରମାନଙ୍କୁ ତୁରନ୍ତି ରିଲିଫ୍,ସୁରକ୍ଷିତ ଆଶ୍ରୟ,ଖାଦ୍ୟ,ପାନୀୟ ଜଳ ଓ ଆବଶ୍ୟକ ସହାୟତା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି। ସେହିପରି କ୍ଷତିଗ୍ରସ୍ତ ରାସ୍ତାର ତୁରନ୍ତ ମରାମତି କରାଯାଇ ସାଧାରଣ ଜନଜୀବନକୁ ସ୍ବାଭାବିକ କରିବା ପାଇଁ ଯଥାଶୀଘ୍ର ପଦକ୍ଷେପ ନିଆଯାଉ ବୋଲି ପୂର୍ବତନ ବିଧାୟକ ଶ୍ରୀ ସାମଲ ପ୍ରକାଶ କରିଛନ୍ତି।

ବାଙ୍ଗୁରସିଂହ ପଞ୍ଚାୟତ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ନେଇ ସହାୟତା ପ୍ରଦାନ ପ୍ରଶାସନକୁ ଅନୁରୋଧ କଲେ ସମାଜସେବୀ ଶ୍ରୀଯୁକ୍ତ ଜଗବନ୍ଧୁ ଦଳେଇ

ଢେ଼ଙ୍କାନାଳ- ଓଡ଼ପଡ଼ା ବ୍ଲକ ବାଙ୍ଗୁରସିଂହ ଗ୍ରାମପଞ୍ଚାୟତର ଅଧୀନରେ ଯାଉଥିବା ଏକଘରିଆ,ପନେଇଲ,ଜରଡା, ବାଙ୍ଗୁରସିଂହ,ବାଛୁରିବାଙ୍କ ଗ୍ରାମର ମୁଖ୍ୟ ରାସ୍ତା,ବନ୍ୟାର ପ୍ରଭାବରେ ରାସ୍ତା କିଛି କିଛି ଯାଗା ନଷ୍ଟ ହୋଇ ଯାଇଥିବାରୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଚନ୍ଦ୍ରମା ଦଳେଇ ତୁରନ୍ତ ପ୍ରଶାସନଙ୍କୁ ଚିଠି କରି ଅବଗତ କରାଇ ଥିଲେ ଏବଂ ପରେ ଶ୍ରୀମତୀ ଦଳେଇଙ୍କ ତତତ୍ଵାବଧାନରେ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଜଗବନ୍ଧୁ ଦଳେଇ ବାଙ୍ଗୁରସିଂହ ପଞ୍ଚାୟତ ଅଧୀନରେ ଯାଉଥିବା ବିଭିନ୍ନ ଗାଁ ଓ ସାହି ପରିଦର୍ଶନ କରି,ବନ୍ୟା ପାଣିରେ କ୍ଷତି ଗ୍ରସ୍ତ ହୋଇଥିବା ରାସ୍ତା ମରାମତି କାର୍ଯ୍ୟ କରିବା ସହ ଯେଉଁ ଲୋକ ମାନଙ୍କର ଗୃହରେ ପାଣି ଗଳୁଥିଲା,ସେମାନଙ୍କୁ ଜରିପାଲ ଯୋଗେଇ ଦେଇଥିଲେ। ସମାଜସେବୀ ଶ୍ରୀ ଦଳେଇ ଆଗାମୀ ଦିନରେ ଅନ୍ଯ ସମସ୍ୟାକୁ ଉଚିତ୍ ପଦକ୍ଷେପ ନେଇ କାର୍ଯ୍ୟକ୍ରମ କରାଯିବକୁ ନେଇ ସମସ୍ତ ଯୁବପୀଢ଼ି ଜନସାଧାରଣ ମିଶି ସେଇ ବିପଦକୁ ମୁକାବିଲା କରିବା ଓ ସରକାର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସମାଜସେବୀ ଶ୍ରୀ ଦଳେଇ ଅନୁରୋଧ କରିଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଶୃଙ୍ଖଳିତ ଏବଂ ସୁପରିଚାଳନା ଭାବେ ସମ୍ପନ୍ନ କରିବା ନିମନ୍ତେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

masiha

ମହାରାଜା ଶ୍ରୀରାମଚନ୍ଦ୍ର ଜ୍ଯୋତିରଥକୁ ରାଇରଙ୍ଗପୁରରେ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

ଅନ୍ତର୍ଜାତୀୟ ଦିବ୍ୟଙ୍ଗ ଦିବସ ପାଳତ 

masiha

Leave a Comment

error: Content is protected !!