ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳୀକୃଷ୍ଣ ସଙ୍ଘ ପକ୍ଷରୁ ମାଗଣା ସ୍ଵାସ୍ଥ୍ୟସେବା ଶିବିର

କାଳୀକୃଷ୍ଣ ସଙ୍ଘ ପକ୍ଷରୁ ମାଗଣା ସ୍ଵାସ୍ଥ୍ୟସେବା ଶିବିର

ଜୁନାଗଡ଼,୧୯/୭(ମନୀ ସ)ସଦଗୁରୁ ସ୍ୱାମୀ ସତ୍ୟାନନ୍ଦ ସରସ୍ବତୀ ମହାରାଜଙ୍କ ୮୪ତମ ଜନ୍ମଜୟନ୍ତୀ ଅବସରରେ କାଳୀକୃଷ୍ଣ ସଂଘ ପକ୍ଷରୁ ଜୁନାଗଡ଼ ଅଗ୍ରସେନ ଭବନ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା। ଏହି ସେବାମୂଳକ କାର୍ଯ୍ୟକ୍ରମରେ ସଂଘର ପରିଚାଳକ ପୂଜ୍ୟ ଶ୍ରୀ ଜଗଦାନନ୍ଦଜୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ବିଧାୟକ ପ୍ରାର୍ଥୀ ମନୋଜ କୁମାର ମେହେର, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ,ବିଜୟଦେବ ସାହୁ ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମ ରେ ଶତାଧିକ ମହିଳା ଓ ପୁରୁଷ ଏହି ଶିବିରରେ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ଡାକ୍ତରମାନଙ୍କ ପରାମର୍ଶ ଗ୍ରହଣ କରିଥିଲେ। ଏହା ସହିତ ନେତ୍ର ପରୀକ୍ଷା କରାଯାଇ ଆବଶ୍ୟକ ଲୋକଙ୍କୁ ମାଗଣାରେ ଔଷଧ ଓ ଚଷମା ବଣ୍ଟନ କରାଯାଇଥିଲା। ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ସଦଗୁରୁ ସ୍ୱାମୀ ସତ୍ୟାନନ୍ଦ ସରସ୍ବତୀ ମହାରାଜଙ୍କ ୮୪ତମ ଜନ୍ମଜୟନ୍ତୀକୁ ସେବା ଓ ସମାଜକଲ୍ୟାଣର ବାର୍ତ୍ତା ସହ ପାଳନ କରିଛି କାଳୀକୃଷ୍ଣ ସଂଘ। ଜୁନାଗଡ଼ ଅଗ୍ରସେନ ଭବନରେ ଆୟୋଜିତ ଏହି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଶତାଧିକ ଲୋକ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ରୋଗୀମାନଙ୍କୁ ପରୀକ୍ଷା କରି ସ୍ୱାସ୍ଥ୍ୟ ପରାମର୍ଶ ଦେବା ସହ ମାଗଣାରେ ଔଷଧ ବଣ୍ଟନ କରିଥିଲେ।

ନେତ୍ର ପରୀକ୍ଷା ଶିବିରରେ ଅନେକ ଲୋକଙ୍କ ଆଖି ପରୀକ୍ଷା କରାଯାଇଥିଲା। ଆବଶ୍ୟକ ଥିବା ବ୍ୟକ୍ତିମାନଙ୍କୁ ମାଗଣାରେ ଚଷମା ଓ ଔଷଧ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସଂଘର ପରିଚାଳକ ପୂଜ୍ୟ ଶ୍ରୀ ଜଗଦାନନ୍ଦଜୀ ସେବା ହିଁ ପରମ ଧର୍ମ ବୋଲି ଉଲ୍ଲେଖ କରି ସମାଜର ସମସ୍ତ ବର୍ଗର ଲୋକଙ୍କୁ ଏଭଳି ସେବାମୂଳକ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ କରିଥିଲେ।

ସ୍ୱାସ୍ଥ୍ୟ ସେବା ସହ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା। ଏହି ଆୟୋଜନକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିବା ସହ ଭବିଷ୍ୟତରେ ଏଭଳି ଜନହିତକର କାର୍ଯ୍ୟକ୍ରମ ଆହୁରି ବ୍ୟାପକ ଭାବେ ଆୟୋଜନ କରିବାକୁ ଆଶା ପ୍ରକାଶ କରିଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ୍ ସମାଜ ପକ୍ଷରୁ ବୈଠକ ଅନୁଷ୍ଠିତ

କୋକସରା ବ୍ଲକରେ ଭାରତ ବନ୍ଦର ପ୍ରଭାବ, ଅଖଚକ ବନ୍ଦ, ଜନ ଜୀବନ ପ୍ରଭାବିତ

masiha

ବନ୍ୟା ଆଶଙ୍କାରେ ଖଇରା ବଜାର ଓ ଆଳଦା ଗ୍ରାମବାସୀ, ପୂର୍ତ୍ତ ବିଭାଗର ଅସହଯୋଗରୁ ଉଠିପାରିଲାନି ବିଦ୍ୟୁତ ଖୁଣ୍ଟ

masiha

Leave a Comment

error: Content is protected !!