ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାର ଚାରିଟି ବିଧାନସଭା କ୍ଷେତ୍ରରେ SIR ଅନ୍ତର୍ଗତ Unmapped ମାମଲାର ଦାବି ଓ ଆପତ୍ତି ଶୁଣାଣି ଆରମ୍ଭ 

ନବରଙ୍ଗପୁର ଜିଲ୍ଲାର ଚାରିଟି ବିଧାନସଭା କ୍ଷେତ୍ରରେ SIR ଅନ୍ତର୍ଗତ Unmapped ମାମଲାର ଦାବି ଓ ଆପତ୍ତି ଶୁଣାଣି ଆରମ୍ଭ 

ନବରଙ୍ଗପୁର:(ତା.୧୯.୦୭.୨୦୨୬) (ବ୍ୟୁରୋ)ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision–SIR) କାର୍ଯ୍ୟକ୍ରମକୁ ଅଧିକ ସ୍ୱଚ୍ଛ, ନିର୍ଭୁଲ ଓ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ପ୍ରସ୍ତୁତି ସମ୍ପୂର୍ଣ୍ଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜିଠାରୁ ଜିଲ୍ଲାର ସମସ୍ତ ଚାରିଟି ବିଧାନସଭା ନିର୍ବାଚନମଣ୍ଡଳୀ, ଯଥା ୭୩-ଉମରକୋଟ, ୭୪-ଝରିଗାଁ, ୭୫-ନବରଙ୍ଗପୁର ଏବଂ ୭୬-ଡାବୁଗାଁ ରେ ଅଣ-ମାନଚିତ୍ରିତ (Unmapped) ମାମଲାଗୁଡ଼ିକର ଦାବି ଓ ଆପତ୍ତି ଶୁଣାଣି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳ ସ୍ତରରେ ସ୍ୱତନ୍ତ୍ର ଶୁଣାଣି ଶିବିର ଆୟୋଜନ କରାଯାଉଛି।୭୪-ଝରିଗାଁ ବିଧାନସଭା ନିର୍ବାଚନମଣ୍ଡଳୀ: ଏହି ମଣ୍ଡଳୀର ଶୁଣାଣି କାର୍ଯ୍ୟ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO) ତଥା ତହସିଲଦାର, ଝରିଗାଁ ସୁମନ୍ତ ପାତ୍ର ଏବଂ ବିଡିଓ, ଚନ୍ଦାହାଣ୍ଡି ଚୈନୁ ଗଣ୍ଡଙ୍କ ଦ୍ୱାରା ଆରମ୍ଭ କରାଯାଇଛି।୭୩-ଉମରକୋଟ ବିଧାନସଭା ନିର୍ବାଚନମଣ୍ଡଳୀ: ଏହି ମଣ୍ଡଳୀର ଶୁଣାଣି ସହକାରୀ ଜିଲ୍ଲାପାଳ ସୁମିତ ମଣ୍ଡଳଙ୍କ ଦ୍ୱାରା ପରିଚାଳିତ ହେଉଛି।୭୫-ନବରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଏହି ମଣ୍ଡଳୀର ଶୁଣାଣି ନବରଙ୍ଗପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଅଶୋକ କର୍ଣ୍ଣଙ୍କ ଦ୍ୱାରା ଆରମ୍ଭ ହୋଇଛି।୭୬-ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀ: ଏହି ମଣ୍ଡଳୀରେ ସମ୍ପୃକ୍ତ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ଶୁଣାଣି କାର୍ଯ୍ୟ ଜାରି ରହିଛି।ଏହି ସମଗ୍ର ଶୁଣାଣି ପ୍ରକ୍ରିୟା ୭୪-ଝରିଗାଁ ପାଇଁ ERO ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼ ପ୍ରମୋଦ କୁମାର ପୃଷ୍ଟି ୭୩-ଉମରକୋଟ ପାଇଁ ERO ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ ବର୍ମାନ ୭୫-ନବରଙ୍ଗପୁର ପାଇଁ ERO ତଥା ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଏବଂ ୭୬-ଡାବୁଗାଁ ପାଇଁ ERO ତଥା ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରବାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହେଉଛି l ୨୦୦୨ ମସିହାର ଭୋଟର ତାଲିକା ସହ ସିଧାସଳଖ ମ୍ୟାପିଂ ହୋଇପାରି ନଥିବା ଏବଂ ବିଭିନ୍ନ କାରଣରୁ ଯେଉଁ ଭୋଟରମାନଙ୍କ ନାମ ଯାଞ୍ଚ ପରିସରକୁ ଆସିଛି, ସେହି ମାମଲାଗୁଡ଼ିକୁ Unmapped ମାମଲା ଭାବେ ବିବେଚନା କରାଯାଉଛି। ଏହି ଶୁଣାଣି ସମୟରେ ସମ୍ପୃକ୍ତ ଭୋଟରମାନଙ୍କୁ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ନିଜର ପରିଚୟ ଓ ବାସସ୍ଥାନ ସମ୍ବନ୍ଧୀୟ ଦଲିଲପତ୍ର ଉପସ୍ଥାପନ କରିବାକୁ କୁହାଯାଇଛି।

ଶୁଣାଣି ସମୟରେ ସମ୍ପୃକ୍ତ ଭୋଟରମାନେ ଆଧାର କାର୍ଡ, ୨୦୦୨ ମସିହାର ପରିବାର ଲିଙ୍କ ସମ୍ବନ୍ଧୀୟ ଦଲିଲ, ଜନ୍ମ ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର କିମ୍ବା ଅନ୍ୟ କୌଣସି ବୈଧ ଦଲିଲ ସହ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି। କୌଣସି ଯୋଗ୍ୟ ଭୋଟର ଯେପରି ବାଦ ପଡ଼ିବେ ନାହିଁ ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରେ ସାମିଲ ହେବ ନାହିଁ, ସେଥିପ୍ରତି ପ୍ରଶାସନ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛି।ଜିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳର ବୁଥ୍ ସ୍ତରୀୟ ଏଜେଣ୍ଟ (BLA)ମାନଙ୍କୁ ଏହି ଶୁଣାଣି ପ୍ରକ୍ରିୟାରେ ଉପସ୍ଥିତ ରହି ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଇନ୍ଦ୍ରାବତୀ ମୁଖ୍ୟ ରାସ୍ତା ନିର୍ମାଣ ସରିନି ଉଠି ଯାଉଛି ଗୋଡ଼ି ଓ ରାସ୍ତା ଉପର ପାଣି ଡ୍ରେନେଜ ପାଇଁ ନାହିଁ ବ୍ୟବସ୍ଥା: ଅନୁସରଣ ହେଉନି ବୈଷୟିକ ମାପଦଣ୍ଡ

Sunil Chandra Nayak

ରାଜ୍ୟ ଜିମ୍ନାଷ୍ଟିକ ଚମ୍ପିଆନସିପ୍‌ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଦଳର ଯାତ୍ରା

masiha

ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ

Sunil Chandra Nayak

Leave a Comment

error: Content is protected !!