ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ 

ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ 

ନବରଙ୍ଗପୁର:(୨୦|୭)(ରବି ନାରାୟଣ ମହାନ୍ତି)ନଵରଙ୍ଗପୁର ଜିଲ୍ଲା ଡାବୁଗାଁ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆଜି ସୋମବାରରେ ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଡାବୁଗାଁ ଗୋଷ୍ଟୀ ଉନ୍ନୟନ ଅଧିକାରୀ ସମୀର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ବୁଥ୍ ସ୍ତରୀୟ ଅଧିକାରୀ ୧୦୪ ବୁଥ୍ ର ଲକ୍ଷ୍ମୀ ପ୍ରିୟା ଚୌଧୁରୀ ଓ ୧୦୨ ବୁଥର ଲିଜା ଲିନି ପଲେଇ,୧୦୨ ବୁଥ ରୁ ୩୦ ଜଣ ଭୋଟର, ୧୦୪ ବୁଥ ରୁ ୪୧ ଜଣ ଭୋଟର ପ୍ରମୁଖ ଉପସ୍ଥିତ ଥିବା ବେଳେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବେଶ୍ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ lଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ନିର୍ଭୁଲ, ଅଦ୍ୟତନ ଓ ସ୍ୱଚ୍ଛ ଭୋଟର ତାଲିକା ଅବାଧ ଓ ନିରପେକ୍ଷ ନିର୍ବାଚନର ମୂଳ ଆଧାର। ତେଣୁ ଯୋଗ୍ୟ ପ୍ରତ୍ୟେକ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ ହେବା ସହିତ ଅଯୋଗ୍ୟ ନାମ ବାଦ ଦେବା ଏବଂ ତ୍ରୁଟିପୂର୍ଣ୍ଣ ତଥ୍ୟର ସଂଶୋଧନ ଏହି ସଂଶୋଧନ କାର୍ଯ୍ୟକ୍ରମର ପ୍ରମୁଖ ଲକ୍ଷ୍ୟ। ଡାବୁଗାଁ ବ୍ଳକ ରେ ଭୋଟର ତାଲିକା ରେ ୩୩୩ ଜଣ ଭୋଟରଙ୍କ ଭୁଲ ଭାଲ ଥିବା ଭୋଟରଙ୍କର ପ୍ରଥମ ପର୍ଯ୍ୟାୟରେ ୭୧ ଜଣଙ୍କ ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଶୁଣାଳି ହୋଇଥିଲା l ଏହି କାର୍ଯ୍ୟକ୍ରମ ତା ୨୦|୭ ରୁ ୨୫|୭ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୂଚନା ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଅମୂଲ୍ୟ ଦଲେଇ, ସୁରେଶ ବାରିକ, ନିଖିଲ ମଣ୍ଡଳ, ସାମୁଏଲ ସାଧୁ ଓ ଶୁଭଶ୍ରୀ ମହାଙ୍କୁଡ ସହଯୋଗ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାୟଗଡ଼ ବ୍ଲକ ନବମ ସମିତି ବୈଠକ ଅନୁଷ୍ଠିତ

masiha

କଳିକା କେନ୍ଦ୍ରର ତ୍ରିଦିବସୀୟ କର୍ମୀ ସମ୍ମିଳନୀ

Sunil Chandra Nayak

ଆଇନଜିବୀ ଭଗବାନ ମହାନ୍ତି ସଡ଼କ ଦୁର୍ଘଟଣା ରେ ଆହତ , ଟ୍ରାଫିକ କଣ୍ଟ୍ରୋଲ ରେ ପୋଲିସ ବିଫଳ

Sunil Chandra Nayak

Leave a Comment

error: Content is protected !!