ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଉଜ୍ଜଳ ଗୁପ୍ତା ସୁବିଧାବାଦୀ, ଦୁର୍ନୀତି ଘୋଡାଇବାକୁ ବିଜେପିରେ ମିଶିଲେ: କଂଗ୍ରେସ

ଉଜ୍ଜଳ ଗୁପ୍ତା ସୁବିଧାବାଦୀ, ଦୁର୍ନୀତି ଘୋଡାଇବାକୁ ବିଜେପିରେ ମିଶିଲେ: କଂଗ୍ରେସ

ନୂଆପଡା,(ସୁଜିତ କୁମାର ପ୍ରଧାନ ) ଖଡ଼ିଆଳ ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଙ୍କ ବିଜେପିରେ ଯୋଗଦାନକୁ ନେଇ ଖଡ଼ିଆଳ କଂଗ୍ରେସ ପକ୍ଷରୁ ତୀକ୍ଷ୍ଣ ପ୍ରତିକ୍ରିୟା ପ୍ରକାଶ ପାଇଛି। ସୋମବାର ଖଡ଼ିଆଳରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଖଡ଼ିଆଳ କଂଗ୍ରେସ ବିଧାୟକ ପ୍ରାର୍ଥୀ କମଲ ଚରଣ ତାଣ୍ଡି ଶ୍ରୀ ଗୁପ୍ତାଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି।ଶ୍ରୀ ତାଣ୍ଡି କହିଥିଲେ ଯେ ଉଜ୍ଜଳ ଗୁପ୍ତା ଜଣେ ସୁବିଧାବାଦୀ ବ୍ୟକ୍ତି। ସେ କଂଗ୍ରେସରେ ଥାଇ ଖଡ଼ିଆଳ ନଗରପାଳ ହୋଇଥିଲେ। କିନ୍ତୁ ଯେତେବେଳେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ କଂଗ୍ରେସରୁ ବିଜେଡିକୁ ଯାଇଥିଲେ, ସେ ସମୟରେ ଉଜ୍ଜଳ ଗୁପ୍ତା ଅଫିସିଆଲି ଦଳ ଛାଡି ନଥିଲେ ମଧ୍ୟ ବିଧାୟକଙ୍କ ସହ ହିଁ ରହିଥିଲେ। ପୁଣି ଭକ୍ତଚରଣ ଦାସ ରାଜ୍ୟ ସଭାପତି ହେବା ସମୟରେ ସେ ତାଙ୍କୁ ଶୁଭେଚ୍ଛା ମଧ୍ୟ କରିନଥିଲେ। ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ାରେ ଉପ ନିର୍ବାଚନ ହେଲାବେଳେ ମଧ୍ୟ ସେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ଏଥିରୁ ସ୍ପଷ୍ଟ ଯେ ସେ କଂଗ୍ରେସରେ ନଥିଲେ।ଏହି ଅବସରରେ ଶ୍ରୀ ତାଣ୍ଡି ଖଡ଼ିଆଳ ଏନଏସିରେ ଆବାସ ଯୋଜନାରେ ବଡ଼ ଘୋଟାଲା ହୋଇଥିବା ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁସାରେ ଖଡ଼ିଆଳ ସହର ପାଇଁ ଆବାସ ଯୋଜନାରେ ୨୩୬୯ ଗୃହ ଆସିଥିବା ବେଳେ ୩୯୬୯ବ ଘର ବଣ୍ଟନ କରାଯାଇଛି। ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି।ଉଜ୍ଜଳ ଗୁପ୍ତା ନିଜର ଦୁର୍ନୀତିକୁ ଘୋଡାଇବା ପାଇଁ ବିଜେପିରେ ମିଶିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏନେଇ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି। ଆସନ୍ତା ୭ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଆଜିର ସାମ୍ବାଦିକ ସମ୍ମୀଳନୀରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ନେତା କମଲ ଚରଣ ତାଣ୍ଡି, ଖଡ଼ିଆଳ ନଗର ସଭାପତି ପ୍ରବୀଣ କୁମାର ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପଦ୍ମନାଭ ଜଗତ, ଖଡ଼ିଆଳ ବ୍ଲକ ସଭାପତି ବୁଦ୍ଧ ଦେବ ବେହେରା, ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ପ୍ରଦୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Related posts

ଧୃବ ଙ୍କ ନେତୃତ୍ବରେ ବିକଶିତ ରାଜନଗର ନିର୍ବାଚନ ମଣ୍ଡଳୀରେ ଯୋଡି ଶଙ୍ଖ ବନାମ ଡବଲ ଇଞ୍ଜିନ ପ୍ରତି ସମର୍ଥନ ବୃଦ୍ଧି

masiha

ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ବିଜେଡି ପରିତ୍ୟାଗ କରି ସମର୍ଥକଙ୍କ ସହ ବିଜେପିରେ ଯୋଗଦେଲେ ରୁଦ୍ର ନାରାୟଣ ସାମନ୍ତରାୟ

ଜିଲ୍ଲା ରେ ସୁନିଶ୍ଚିତ ମରୁଡି ପରିସ୍ଥିତି କୁ ଆଶଙ୍କା କରି ଜିଲ୍ଲା କଂଗ୍ରେସ କମିଟି କଲା ଏକ ଜରୁରୀ ସମ୍ବାଦଦାତା ସମ୍ମିଳନୀ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!