ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜନ ସମ୍ପର୍କ ଯାତ୍ରାରେ ଯୋଗଦେଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା

କୋକସରା,୧୬/୦୭ //କେନ୍ଦ୍ର ସରକାରଙ୍କ ଜନାଭିମୁଖୀର ସଫଳ ରୂପାୟନକୁ ନେଇ ଭାରତୀୟ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ଯାତ୍ରା ଜାରି ରହିଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତର ସୁନାମାଲ ଓ ଲଡୁଗାଁ ଠାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ସାଧାରଣ ଲୋକଙ୍କୁ ଭେଟି କେନ୍ଦ୍ରରେ ମୋଦି ସରକାରଙ୍କ ଗରିବ କଲ୍ୟାଣ ଯୋଜନାର ୯ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ବୁଝାଇଥିଲେ ଓ ରାଜ୍ୟ ସରକାର କେନ୍ଦ୍ରର ଯୋଜନାକୁ ଆୟୁଧ କରି ବାହାବା ନେଇଛନ୍ତି ବୋଲି କହିଛନ୍ତି। ଏହି ଜନ ସମ୍ପର୍କ ଯାତ୍ରାରେ ସାଂସଦ ପଣ୍ଡାଙ୍କ ସହ ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ନବରଙ୍ଗପୁର ପ୍ରଭାରୀ ଯୁବମୋର୍ଚା ହିମାଂଶୁ ପଣ୍ଡା, ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ସମ୍ପାଦକ ତ୍ରିନାଥ ଶବର, ଉପ ସଭାପତି ଗୋପାଳ ଅଗ୍ରୱାଲ, ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ଗଣେଶ ନନ୍ଦ, ପ୍ରଭାରୀ କୋକସରା ମଣ୍ଡଳ ଗରୁଡ଼ ଧ୍ଵଜ ମାଝୀ ଓ ଦଲୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ରାଉରକେଲାକୁ ପୂର୍ଣ୍ଣାଙ୍ଗ ଜିଲ୍ଲା କରାଯାଉ : ଜିଲ୍ଲା କଂଗ୍ରେସ

ଓଡ଼ିଶା ଜନତା କଂଗ୍ରେସର ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ : ନୂଆ ଦଳର ଆହ୍ୱାନ ଦେଲେ ସଭାପତି ମହମ୍ମଦ ମୋକିମ 

ରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ସାଂସଦ ଓ ବିଧାୟକ ପ୍ରାର୍ଥୀ ଘରକୁ ଘର ମାରାଥାନ ପ୍ରଚାର କରୁଛନ୍ତି

masiha

Leave a Comment

error: Content is protected !!