ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଟ୍ ପେପର ଲିକ୍ ଓ ଛାତ୍ର ଆତ୍ମହତ୍ୟା ଘଟଣାରେ ଉତ୍ତରଦାୟୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବିରେ ଓ ଦିଲ୍ଲୀରେ ଆନ୍ଦୋଳନର ଛାତ୍ରଛାତ୍ରୀ ଓ ବିଶିଷ୍ଟ ସାମାଜିକ କର୍ମୀ ସୋନମ୍ ଔଙ୍ଗଚୁଙ୍ଗ ଙ୍କ ଉପରେ ପୋଲିସ ଜୁଲମ ବିରୁଦ୍ଧରେ ରାଉରକେଲା ରେ ସି ପି ଆଇ ଏମ୍ ର ବିକ୍ଷୋଭ

ନିଟ୍ ପେପର ଲିକ୍ ଓ ଛାତ୍ର ଆତ୍ମହତ୍ୟା ଘଟଣାରେ ଉତ୍ତରଦାୟୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବିରେ ଓ ଦିଲ୍ଲୀରେ ଆନ୍ଦୋଳନର ଛାତ୍ରଛାତ୍ରୀ ଓ ବିଶିଷ୍ଟ ସାମାଜିକ କର୍ମୀ ସୋନମ୍ ଔଙ୍ଗଚୁଙ୍ଗ ଙ୍କ ଉପରେ ପୋଲିସ ଜୁଲମ ବିରୁଦ୍ଧରେ ରାଉରକେଲା ରେ ସି ପି ଆଇ ଏମ୍ ର ବିକ୍ଷୋଭ

ରାଉରକେଲା ତା ୨୦/୦୭/୨୦୨୭ ନିଟ୍ ପେପର ଲିକ୍ ଓ ପରବର୍ତ୍ତୀ ସମୟରେ ଉକ୍ତ ଘଟଣାକୁ ନେଇ ଦେଶର ୨୧ ଜଣ ମେଧାବୀ ଛାତ୍ରଛାତ୍ରୀ ଆତ୍ମହତ୍ୟା ଘଟଣା ରେ ଉତ୍ତରଦାୟିତ୍ୱ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତଫା ଦେବା ଦାବିରେ ଦେଶର ବିଶିଷ୍ଟ ସାମାଜିକ କର୍ମୀ ସୋନମ୍ ଔଙ୍ଗଚୁଙ୍ଗ ଦୀର୍ଘ ୨୦ ଦିନ ଧରି ଦିଲ୍ଲୀ ର ଯନ୍ତର ମନ୍ତର ଠାରେ ଆମରଣ ଅନଶନ କରୁଥିବା ସମୟରେ ଦିଲ୍ଲୀ ପୋଲିସ ବଳ ପୂର୍ବକ ମାତ୍ରାଧିକ ଅନଶନ ସ୍ଥଳରୁ ଉଠାଇନେବା ଘଟଣା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ସି ପି ଆଇ ଏମ୍ ପକ୍ଷରୁ ଅଭିଯୋଗ କରାଯିବା ସହିତ ଆନ୍ଦୋଳନରତ ଛାତ୍ରଛାତ୍ରୀ ମାନଙ୍କୁ ଦିଲ୍ଲୀ ପୋଲିସ ଦ୍ବାରା ଦମନ କରିବା ଓ ଆଜି ସଂସଦ ଅଭିଯାନ ସମୟରେ ଟିୟର ଗ୍ୟାସ ଓ ପାଣି ମାଡ କରିବା ସଂପୂର୍ଣ୍ଣ ଗଣତାନ୍ତ୍ରିକ ଓ ବିଧି ବ୍ୟବସ୍ଥା ର ଉଲଂଘନ ବୋଲି ଅଭିହିତ କରିବା ସହିତ ଆଜି ସି ପି ଆଇ ଏମ୍ କେନ୍ଦ୍ର କମିଟି ଡାକରା ରେ ପାର୍ଟିର ରାଉରକେଲା ଆଂଚଳିକ କମିଟି, ରଘୁନାଥ ପାଲି ଆଂଚଳିକ ସାଂଗଠନିକ କମିଟି ଓ ବିଶ୍ରା ଶାଖା କମିଟି ପକ୍ଷରୁ ରାଉରକେଲା ଉଦିତ ନଗର ସ୍ଥିତ ଆମ୍ବେଦକର ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ତୁରନ୍ତ ନିଟ୍ ପେପର ଲିକ୍ ଓ ଛାତ୍ର ଆତ୍ମହତ୍ୟା ଘଟଣାର ଉତ୍ତରଦାୟିତ୍ୱ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେବା ସହିତ ତୁରନ୍ତ ଇସ୍ତଫା ଦେବା ପାଇଁ ନେତାମାନେ ଦାବି କରିଛନ୍ତି।

     ସି ପି ଆଇ ଏମ୍, ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗଣ ବିକ୍ଷୋଭ ରେ ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ରାଜ୍ୟ କମିଟି ସଭ୍ୟ ଜାହାଙ୍ଗୀର ଅଲ୍ଲୀ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ଜିଲ୍ଲା କମିଟି ସଦସ୍ୟ ବି ପି ମହାପାତ୍ର, ବସନ୍ତ ନାୟକ,ରଘୁନାଥପାଲି କମିଟି ଆବାହକ ହୃଦୟାନନ୍ଦ ଯାଦବ, ରାଉରକେଲା ସଂପାଦକ ମଣ୍ଡଳୀ ସଦସ୍ୟ ଅଜୟ ଶର୍ମା, ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାଶ, ଲକ୍ଷ୍ମୀଧର ନାୟକ, ଏନ୍ ଏନ୍ ପାଣିଗ୍ରାହୀ, ପ୍ରଦୀପ ସେଠୀ, ପ୍ରଭାତ ମହାନ୍ତି, ଅରୁଣ ମହାରଣା, ବିନୟ ବେଉରିଆ, ଅଶୋକ ଦାସ,ବୁଧନୀ ମୁଣ୍ଡାରୀ, ଶକୁନ୍ତଳା ମହାକୁଡ଼,ରଜତ ମୁଣ୍ଡା, ଅଜିତ ଏକ୍କା, ସମ୍ବିତ ସ୍ବାଇଁ ପ୍ରମୁଖ ବକ୍ତବ୍ୟ ରଖି ମୋଦି ସରକାର ତୁରନ୍ତ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ନେବା ସହିତ ଏନ୍ ଟି ଏ କୁ ରଦ୍ଦ କରି ଦେଶରେ ପରୀକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା,ନୂତନ ଜାତୀୟ ଶିକ୍ଷା ନୀତି -୨୦୨୦ କୁ ବାତିଲ କରିବାକୁ ବକ୍ତାମାନେ ଦାବି କରିଥିଲେ। ତତ୍ ସହିତ ଓଡ଼ିଶାରେ ପାଠ୍ୟପୁସ୍ତକ ମୁଦ୍ରଣ ରେ ବିଭ୍ରାଟ ପ୍ରସଙ୍ଗ ରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବାକୁ ମଧ୍ୟ ପାର୍ଟି ପକ୍ଷରୁ ଦାବି କରାଯିବା ସହିତ ସର୍ବଭାରତୀୟ ସ୍ତରରେ ଦେଶର ଶିକ୍ଷା ବ୍ୟବସ୍ଥା ର ସୁଧାର ଆଣିବା ପାଇଁ ଚାଲିଥିବା ଛାତ୍ର ଆନ୍ଦୋଳନ ପ୍ରତି ସଂହତି ପ୍ରଦର୍ଶନ କରି ଆଜିର ଆନ୍ଦୋଳନ କରାଯାଇଛି ବୋଲି ନେତାମାନେ କହିଥିଲେ।

    ଏହି ବିକ୍ଷୋଭ କାର୍ଯ୍ୟକ୍ରମ କୁ ସାଗର ଛୋଟରାୟ, ସଚିନ୍ ରାୟ, ଏନ୍ କେ ରାଉତରାୟ, ପ୍ରମୋଦ ପରିଡ଼ା,ବଛିରାମ ବେହେରା,ରାଜୀବ ବସନ୍ତ ରାୟ, ଶାନ୍ତି ମିଞ୍ଜ ପ୍ରମୁଖ ପରିଚାଳନା କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ  “ଏକ ପେଡ ମା କେ ନାମ “ଅନୁଷ୍ଠିତ 

masiha

ଓଡିଶାର ସରକାରୀ ସ୍କୁଲରେ ପାଠ୍ୟପୁସ୍ତକର ଗୁରୁତର ଅଭାବ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜୁ ଛାତ୍ର ଜନତା ଦଳ 

Sunil Chandra Nayak

ଜିଲ୍ଲା ସ୍ତରୀୟ ରେଡକ୍ରସ୍ ଶିକ୍ଷା ଓ ତାଲିମ୍ ଶିବିର ଉଦ୍ଘାଟିତ 

masiha

Leave a Comment

error: Content is protected !!