ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୃଟିପୂର୍ଣ୍ଣ ପାଠ୍ୟପୁସ୍ତକ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଲୋଚନାଚକ୍ର 

ତୃଟିପୂର୍ଣ୍ଣ ପାଠ୍ୟପୁସ୍ତକ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଲୋଚନାଚକ୍ର 

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସାମ୍ମୁଖ୍ୟର ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ବ ଓ ପାଠାଗାରର ସମ୍ପାଦକ ବିଜୟ କୁମାର ବରାଳଙ୍କ ଆବାହକତ୍ବ ତଥା ଶିକ୍ଷାବିତ ମଞ୍ଜୁଳା କୁମାରୀ ରଥଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ତଥା ସ୍ତମ୍ଭକାର ଗଗନ ବିହାରୀ ଧଳ ମୁଖ୍ୟ ଅତିଥି, ଶିକ୍ଷା ବଞ୍ଚାଓ କମିଟିର ଆବାହିକା କମ୍ରେଡ ଛବି ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ତୃଟିପୂର୍ଣ୍ଣ ପାଠ୍ୟପୁସ୍ତକ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥି ଓ ବକ୍ତାମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଭୁଲ ପାଠ୍ୟ ପୁସ୍ତକ ଆମ ଦେଶର ଶିକ୍ଷା ବ୍ୟବସ୍ଥାକୁ ଧ୍ଵଂସ କରିବା ସଂଗେ ସଂଗେ ଦେଶର ଭବିଷ୍ୟତକୁ ବିପଥଗାମୀ କରାଇବ। ତେଣୁ ସଠିକ ପାଠ୍ୟ ପୁସ୍ତକ ପ୍ରଣୟନ ଜରୁରୀ ଅଟେ। ସାମୁଖ୍ୟ ର ସମ୍ପାଦିକା ରଶ୍ମିବାଳା ରାଉତରାୟ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ତଥା ସଭାପତି ଇଂ ଦାସ ଆଲୋଚ୍ୟ ପ୍ରସଙ୍ଗର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପରେ ଗାଳ୍ପିକ ଅଜୟ କୁମାର ମହାନ୍ତି ଗଳ୍ପ ପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କବୀ ଡାକ୍ତର ଗୀତାଞ୍ଜଳି ପତ୍ରୀ ସଭାପତିତ୍ବ ଓ କୁଞ୍ଜବିହାରୀ ରାଉତ, ବ୍ରହ୍ମାନନ୍ଦ ପାଢ଼ୀ ତଥା ସୁନିତା ସାହୁଙ୍କ ସଂଯୋଜନାରେ ସର୍ବଶ୍ରୀ ନିକୁଞ୍ଜ ବିହାରୀ ଦାଶ, ବଳରାମ ଦାଶ, ଧୋବେଇ ବେହେରା,ମଞ୍ଜୁଳା କୁମାରୀ ରଥ,ରଶ୍ମିବାଳା ରାଉତରାୟ, ଭୀମସେନ ସାହୁ, କୁଞ୍ଜବିହାରୀ ରାଉତ,ସୁନିତା ସାହୁ, ଗୀତାଞ୍ଜଳି ପତ୍ରୀ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ପାଠାଗାରର ସମ୍ପାଦକ ଶ୍ରୀ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଷ୍ଣୁ ପଣ୍ଡା, ସୁଧାଂଶୁ ମାଝୀ, ଆଶିଷ ଗାଡିଆ, ବିରେନ୍ ନାଏକ,ଚନ୍ଦନ ସ୍ବାଇଁ,ଧର୍ମୁ ମିରାଜ, ବିଜୟ ସାହୁ, ଅଶୋକ ଶୁକ୍ଳ, ଅରୁଣ ମହାନ୍ତି,ଆଲୋକ ବେହେରା, ଦମନ୍ତ ମାଝୀ,ରେଖା କୋଠାରୀ, ତାରିଣୀ ସୁଠି,ପ୍ରତିଭା ଦଣ୍ଡପାଟ, ରମେଶ ସିଂହ, ରବିନ୍ଦ୍ର ରାଉତ,ରାଖାଲ ମହାନ୍ତି,ଡ ପ୍ରଭାକାର ନାୟକ, ପ୍ରବୋଧ ସାହୁ,କମଳେଶ୍ବର ମଛଖଣ୍ଡ, ଅଜିତ ନାୟକ,ଶେଖ ଇସଲାମ,ବିଜୟ ବ୍ରହ୍ମ, ବାଇଧର ପ୍ରଧାନ, ହିମାଂଶୁ ସ୍ବାଇଁ,ପି ସି ଦାସ, ବ୍ରଜକିଶୋର ପାଣି, ବୈକୁଣ୍ଠ ସାହୁ, କ୍ଷେତ୍ରବାସୀ ସେଠୀ, ସୁବାସ ଦଣ୍ଡପାଟ, ରଶ୍ମିରଞ୍ଜନ ମଲ୍ଲିକ, ସୁପ୍ରିୟା ଦଣ୍ଡପାଟ, ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶିଶୁ ଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ 

masiha

ନର୍ଲା ଠାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

masiha

ପ୍ରଶାସନ ତା ବାଟରେ, ନେତା ତାଙ୍କ ବାଟରେ  ଉନ୍ନୟନ କାର୍ଯ୍ୟକୁ ନେଇ ବିଜେପିର ଦାବି ପତ୍ର

Sunil Chandra Nayak

Leave a Comment

error: Content is protected !!