ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚପୁରିଆ ଓ ଉଦେସୁରୁଙ୍ଗ ପଞ୍ଚାୟତରେ “ବିନ୍ଦୁମିନା ସେବା ଫାଉଣ୍ଡେସନ” ର ତରଫରୁ ୧୩୬୦ ଜଣ ଗରିବ ବୃଦ୍ଧ ବୃଦ୍ଧା ଙ୍କୁ ଛତା ଓ ଚପଲ ବଣ୍ଟନ

ଚପୁରିଆ ଓ ଉଦେସୁରୁଙ୍ଗ ପଞ୍ଚାୟତରେ “ବିନ୍ଦୁମିନା ସେବା ଫାଉଣ୍ଡେସନ” ର ତରଫରୁ ୧୩୬୦ ଜଣ ଗରିବ ବୃଦ୍ଧ ବୃଦ୍ଧା ଙ୍କୁ ଛତା ଓ ଚପଲ ବଣ୍ଟନ

ଜୁନାଗଡ଼ (ମ ନି ସ): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପୁରିଆ ଓ ଉଦେସୁରୁଙ୍ଗ ଗ୍ରାମ ପଞ୍ଚାୟତରେ “ବିନ୍ଦୁମିନା ସେବା ଫାଉଣ୍ଡେସନ” ତରଫରୁ ଛତା ଚପଲ ବଣ୍ଟନ କରାଯାଇଛି,ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଅସହାୟ, ଗରିବ ବୃଦ୍ଧ ବୃଦ୍ଧା, ଦିବ୍ୟାଙ୍ଗ ଏବଂ ବିଧବା ମହିଳା ମାନଙ୍କ ସମେତ ମୋଟ ୧୩୬୦ ଜଣ ହିତାଧିକାରୀଙ୍କୁ ବର୍ଷା ରୁ ରକ୍ଷା ପାଇବା ପାଇଁ ମାଗଣାରେ ଛତା ଓ ଚପଲ ବଣ୍ଟନ କରାଯାଇଛି।ଏହି ସେବା କାର୍ଯ୍ୟକ୍ରମରେ ବିନ୍ଦୁମିନା ସେବା ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ଯୋଗଦେଇ ଏହି ସାମଗ୍ରୀଗୁଡ଼ିକ ବଣ୍ଟନ କରିଥିଲେ। ଏହି ଅବସରରେ ସେ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ଯେ, ଅସହାୟ ଲୋକଙ୍କ ସେବା କରିବା ଏବଂ ସେମାନଙ୍କ ସୁଖଦୁଃଖରେ ସାମିଲ ହେବା ହିଁ ଏହି ଫାଉଣ୍ଡେସନର ମୂଳ ଲକ୍ଷ୍ୟ। କମ ଦିନରେ ଗୋଲାମୁଣ୍ଡା ବ୍ଲକର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏହି ସେବାକାର୍ଯ୍ୟ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ମହାନନ୍ଦ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦଙ୍କ ନେତୃତ୍ୱରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଗୋଲାମୁଣ୍ଡା ବ୍ଲକର ୨୮ଗୋଟି ଗ୍ରାମ ପଞ୍ଚାୟତର ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ ୧୪ ହଜାରରୁ ଊର୍ଦ୍ଧ୍ୱ ମାଗଣା କମ୍ବଳ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଜୟନ୍ତ ସିଂ, ଅଶୋକ ମଙ୍ଗରାଜ, ନାରାୟଣ ଅଘରିଆ, ମନୋଜ ଅଗ୍ରୱାଲ, ମାଧୁରୀ ମଙ୍ଗରାଜ, ଦୁଶାସନ ବାଗ, ତୁଲାରାମ ସେଠିଆ,ଜଗୁଜୀବନ ସେଠିଆ, ଟିକେ ସେଠିଆ, ସେନାପତି ମଲ୍ଲିକ, ସୁରଜ ମଙ୍ଗରାଜ, ହରେରାମ ମଲ୍ଲିକ,ହେମନ୍ତ ବାଗ, ପଦ୍ମ ଲୋଚନ ସୁନାନୀ ପ୍ରମୁଖ ଉପସ୍ଥିତ ହୋଇ ସହଯୋଗ କରିଥିଲେ।

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଭାରତ ପ୍ରସିଦ୍ଧ ଭାଷା ବିଶାରଦ,ଅନୁବାଦକ ଓ ଲେଖକ ତଥା ଛଦେଶର ବରପୁତ୍ର ଗୋଲୋକ ବିହାରୀ ଧଳ 

Sunil Chandra Nayak

5T ସଚିବ ଶ୍ରୀଯୁକ୍ତ ଭି କେ ପଣ୍ଡିୟାନ ଙ୍କ ଢେ଼ଙ୍କାନାଳ ଗସ୍ତ ଅବସର ରେ “କପିଳାସ ସୁରକ୍ଷା ସମିତି ” ର ନିବେଦନ କଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

ସୁରପ୍ରତାପପୁର ଗାଁରେ ଟ୍ରାକ୍ଟର ଓଲଟି ୨ମୃତ ୪ଗୁରୁତର

Sunil Chandra Nayak

Leave a Comment

error: Content is protected !!