ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଟସନ ମଡେଲିଙ୍ଗ ଏକାଡେମୀ ର ଉଦଘାଟନ

ନିଟସନ ମଡେଲିଙ୍ଗ ଏକାଡେମୀ ର ଉଦଘାଟନ 

ରାଉରକେଲା: ବାସନ୍ତୀ କଲୋନୀ ସ୍ଥିତ ବିଏଲ ବ୍ଲକ୍ ଠାରେ ନିଟସନ ମଡେଲିଙ୍ଗ ଏକାଡେମୀ ର ଶୁଭ ଉଦ୍ଘାଟନ ହୋଇଯାଇଛି। ଏକାଡେମୀ ର ମୁଖ୍ୟ ନିତାଞ୍ଜଳୀ ପରିଡା ଓ ସୋନୁ ମୁଖାର୍ଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଜିତେନ୍ଦ୍ର ପ୍ରସାଦ, ସୁଷମା ପ୍ରସାଦ, ମଡେଲ ସବିତା ପରିଡା, ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଏହି ଏକାଡେମୀ ଠାରେ ବିଭିନ୍ନ ମଡେଲିଙ୍ଗ ଉପରେ ଶିକ୍ଷା ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ନେହଲତା ଗନ୍ତାଘରିଆ,ମାୟା ବିଷ୍ଟ,ବିଶ୍ବପ୍ରିୟା ସ୍ବାଇଁ, ରଶ୍ମିତା ବକ୍ସି, ପୁଷ୍ପଲତା ସ୍ବାଇଁ,ସୁରଙ୍ଗିନୀ ପଣ୍ଡା, ସୁଚରିତା ପଣ୍ଡା, ନମିତା ରାଉତ,ରାଜେଶ୍ବରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ

ଢେଙ୍କାନାଳ ପୋଲିସ୍ ଲାଇନ୍ କ୍ଳଷ୍ଟରର ଏଫ୍. ଏଲ୍. ଏନ୍. ଜନଭାଗୀଦାରୀ ସଚେତନତା କାର୍ଯ୍ୟକ୍ରମ -୨୦୨୩ ଅନୁଷ୍ଠିତ

କାର୍ବନ ନିରପେକ୍ଷତା ଅବଲମ୍ବନ କରି ଜଳବାୟୁ ନିୟନ୍ତ୍ରଣ ନେଇ ତାଲିମ 

masiha

Leave a Comment

error: Content is protected !!