ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା କଲେଜରେ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା କଲେଜରେ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା: ସ୍ଥାନୀୟ ସେକ୍ଟର-୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଏବଂ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା ସଭାଗୃହରେ ‘ଶୃଙ୍ଖଳା, ସଂଯମତା ଓ ଛାତ୍ର ଜୀବନ’ ଶୀର୍ଷକକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡଃ ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନା ଚକ୍ରରେ ବିଶିଷ୍ଟ ବେଦଜ୍ଞ ତଥା ଲୋକପ୍ରିୟ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ଛାତ୍ର-ଛାତ୍ରୀମାନଙ୍କୁ ଜୀବନରେ ଶୃଙ୍ଖଳା ଓ ସଂଯମତା ଉପରେ ଗୁରୁତ୍ୱ ଦେବାକୁ ପ୍ରୋତ୍ସାହିତ କରିଥିଲେ। ଛାତ୍ର-ଛାତ୍ରୀମାନେ ଧନ ନୁହେଁ; ଧର୍ମପ୍ରିୟ ହେବା ଜରୁରୀ। ଧର୍ମ ବାହ୍ଯାଚାର ନୁହେଁ; କର୍ତ୍ତବ୍ୟର ଅନ୍ୟନାମ। ଉନ୍ନତ ଚିନ୍ତା-ଚେତନା ଦ୍ଵାରା ଭିତରର ନକାରାତ୍ମକ ଭାବକୁ ପରିଷ୍କାର କରିବାକୁ ହେବ। ଦୋଷଦୃଷ୍ଟ ନହୋଇ କର୍ତ୍ତବ୍ୟନିଷ୍ଠ ହେବା, ହୃଦୟବତ୍ତା ସହ ପିତା-ମାତାଙ୍କ ପ୍ରତି ଭକ୍ତିଭାବ ଜରୁରୀ। ଏହା ସହ ଛାତ୍ର-ଛାତ୍ରୀମାନେ ସୁସ୍ଥ ସମାଜ ତଥା ସ୍ବାବଲମ୍ବୀ, ସ୍ବାଭିମାନୀ ରାଷ୍ଟ୍ର ଗଠନରେ ସହାୟକ ହେବାକୁ ପ୍ରେରିତ କରିଥିଲେ। କଲେଜର ଏକାଡେମିକ ବର୍ସାର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କର ସଂଯୋଜନାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ରାଜନୀତି ବିଜ୍ଞାନ ମୁଖ୍ୟ ପ୍ରାଧ୍ୟାପକ ମନୋଜ କୁମାର ଦଳେଇ ମଞ୍ଚାସୀନ ଥିଲାବେଳେ ଓଡ଼ିଆ ବିଭାଗ ମୁଖ୍ୟା ପ୍ରାଧ୍ୟାପିକା ରଶ୍ମିପ୍ରଭା ମଥାନ ଧନ୍ୟବାଦ ଅର୍ପଣ କରିଥିଲେ। ଶତାଧିକ ଛାତ୍ର-ଛାତ୍ରୀ ଏହି ଆଲୋଚନା ଚକ୍ରରେ ଉପସ୍ଥିତ ଥିଲେ ଏବଂ ଏହିପରି କାର୍ଯ୍ୟକ୍ରମ ଛାତ୍ର ଜୀବନ ପାଇଁ ଅତ୍ୟନ୍ତ ଉପାଦେୟ ବୋଲି ମତାମତ ରଖିଥିଲେ। ସମାଜ ପତି ରାୟ, ନିରଞ୍ଜନ ସେନାପତି, ଉପେନ୍ଦ୍ର ନାୟକ ପ୍ରମୁଖ ସହଯୋଗୀ ତଥା ପ୍ରାଧ୍ୟାପିକା ଭାରତୀ ବରୱା, ପ୍ରାଧ୍ୟାପିକା ବନ୍ଦନା ସୋରେଙ୍ଗ, ଦୀପାଳି ପଧାନ, ରଶ୍ମି ରଞ୍ଜନ ରାଉତ, ରଞ୍ଜିତ ପ୍ରଧାନ, ତରଣି ନାୟକ, ଅନୁପ ଏକ୍କା, ଅଜିତ ବେକ, ଏଲିଜା ଲୁଗୁନ, ସୁମନ ଏକ୍କା, ଅଲୀଳା ମହାପାତ୍ର, ନମିତା ପାଣ୍ଡେ ପ୍ରଭୃତି ଅଧ୍ୟାପକ-ଅଧ୍ୟାପିକା ଉପସ୍ଥିତ ଥିଲେ। ଛାତ୍ରୀ ପୂଜା ତିର୍କି, ସୁନନ୍ଦା ପାନା, ଆଲିତା କୁଜୁର, ମମତା କୁଲା ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇହରି-ଜାମୁଡ଼ାଳି ଗ୍ରାମ୍ୟ ରାସ୍ତା ମରଣଯନ୍ତା ! କାଦୁଅ ପଚ୍ ପଚ୍ କଂକ୍ରିଟ ରାସ୍ତା ନିର୍ମାଣ ଦାବି

Sunil Chandra Nayak

The only one Jobra Anicut Bridge belonging to the people of 42 Mouza and Cuttack city will be destroyed! Claim for immediate construction of two bridges and repair of old bridge.

masiha

ଥୁଆମୂଳ ରାମପୁର ବ୍ଲକ୍ ଠାରେ ଓଡିଶା ଡ୍ରାଇଭର ମହାସଂଘ ଦିବସ ପାଳିତ 

masiha

Leave a Comment

error: Content is protected !!