ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୋକାନ ସ୍ଥାୟିତ୍ବ ନେଇ କୃତଜ୍ଞତା ଜ୍ଞାପନ 

ଦୋକାନ ସ୍ଥାୟିତ୍ବ ନେଇ କୃତଜ୍ଞତା ଜ୍ଞାପନ 

ରାଉରକେଲା: ଇସ୍ପାତ ଟାଉନସିପ୍ ମଧ୍ୟରେ ଇସ୍ପାତ ମାର୍କେଟ ର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଏହି ମାର୍କେଟ ରେ ପ୍ରାୟ ୬୦୦ରୁ ଉର୍ଦ୍ଧ୍ବ ଦୋକାନୀ ଭାଇ ସ୍ଥାୟୀ ଭାବେ ନିଜ ଜୀବିକା ନିର୍ବାହ କରୁଥିବା ବେଳେ କିଛି ଉଠା ଦୋକାନୀଙ୍କୁ ସ୍ଥାୟୀ କରାଯାଇଥିଲା। ତେବେ ସେଥିମଧ୍ୟରୁ ପ୍ରାୟ ୩୫ ଟିରୁ ଉର୍ଦ୍ଧ୍ବ ଦୋକାନ ସ୍ଥାୟୀ କରିବା ପାଇଁ ବାରମ୍ବାର ଦାବି କରାଯାଇଥିଲା। ଦୀର୍ଘ ୨୫ ବର୍ଷ ର ଉଦ୍ୟମ ପରେ ପ୍ରାକ୍ତନ ମାର୍କେଟ କମିଟିର ସଭାପତି ଶଙ୍କର ଜେନାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଙ୍କ ନିରନ୍ତର ପ୍ରୟାସ ଫଳରେ ଆଜି ଆରଏସପି କର୍ତ୍ତୃପକ୍ଷ ଉକ୍ତ ଦୋକାନ ଗୁଡ଼ିକୁ ସ୍ଥାୟୀତ୍ବ କରି ସ୍ବୀକୃତି ପତ୍ର ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରାକ୍ତନ ସଭାପତି ଶ୍ରୀ ଜେନା ଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସହର ସେବା ପ୍ରଶାସନ ର ମୁଖ୍ୟ ମହାପ୍ରବନ୍ଧକ ତପନ ଜି କାନେକର ଓ ସଞ୍ଜୀବ ବେହେରା ଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ପ୍ରତିନିଧି ଦଳରେ ମୁରଲୀଧର ମିଶ୍ର, ଭଗବାନ ବିଶ୍ବାଳ, ଚୁନିଲାଲ ଭୌମିକ, ଅଶୋକ ଦାଶ, ନନ୍ଦଳାଲ ଦତ୍ତ, ମନୋଜ ଦଳାଇ, ହରିହର ଦଳାଇ, ରମେଶ ପାତ୍ର, ମଙ୍ଗୁଳି ବେହେରା, ବିନୋଦ ଚୈ।ଧୁରୀ ପ୍ରମୁଖ ଦୋକାନୀ ଭାଇ ମାନେ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ପକ୍ଷ ଅବସରରେ ଏକ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ମାନ୍ୟବର ବିଧାୟକଙ୍କ ଦ୍ୱାରା ଶୁଭାରମ୍ଭ

Sunil Chandra Nayak

ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ 

Sunil Chandra Nayak

ଶମ୍ଭୁ ଚନ୍ଦନ ଙ୍କ ଅକସ୍ମାତ ବିୟୋଗ ରେ ଶୋକ ବାର୍ତ୍ତା 

masiha

Leave a Comment

error: Content is protected !!