ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ

ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ

୨୪/୦୭/୨୬: ଆଜି ଗୃହ (ନିର୍ବାଚନ) ବିଭାଗ, ଓଡ଼ିଶା ର ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ ଶ୍ରୀ ସଞ୍ଜୟ ଲୁଗୁନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହିତ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ସମୀକ୍ଷା ବୈଠକ ମଧ୍ୟ କରିଥିଲେ। 

ସେହିଭଳି ଟାଙ୍ଗରପାଲି ଏବଂ ଲେଫ୍ରିପଡ଼ା ବ୍ଲକ ଗସ୍ତ କରି ଏସ ଆଇ ଆର୍ ପ୍ରକ୍ରିୟାର ଆପତ୍ତି, ଅଭିଯୋଗ ଶୁଣାଣି ଶିବିର ପରିଦର୍ଶନ କରିଥିଲେ। ସେ ଶିବିରରେ ଆପତ୍ତି ଗ୍ରହଣ, ଶୁଣାଣି ଓ ଆବେଦନର ନିଷ୍ପତ୍ତି ପ୍ରକ୍ରିୟାର ଅନୁଧ୍ୟାନ କରିବା ସହ ସ୍ୱଚ୍ଛ, ନିରପେକ୍ଷ ଓ ସମୟରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ।

ପରେ ପରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଙ୍କ ସମ୍ମିଳନୀ କକ୍ଷ ଠାରେ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଏସ ଆଇ ଆର୍ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO) ଏବଂ ବୁଥ୍ ସ୍ତରୀୟ ଅଧିକାରୀ (BLO)ମାନଙ୍କ ସହ ବିସ୍ତୃତ ଆଲୋଚନା କରି କ୍ଷେତ୍ରସ୍ତରରେ କାର୍ଯ୍ୟାନ୍ୱୟନର ସ୍ଥିତି ସମୀକ୍ଷା କରିଥିଲେ।ବିଶେଷକରି, ବି ଏଲ ଓ ମାନଙ୍କ ସହ ସିଧାସଳଖ କଥାବାର୍ତ୍ତା କରି ସେମାନଙ୍କ କାର୍ଯ୍ୟ ଅନୁଭୂତି, କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ସୁଧାର ପାଇଁ ମତାମତ ଓ ପରାମର୍ଶ ଲୋଡ଼ିଥିଲେ। ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏବଂ ବି ଏଲ ଓ ମାନେ ନିଜ ନିଜର ଅନୁଭୂତି ବାଣ୍ଟି ଥିଲେ। 

ବୈଠକରେ ଜିଲ୍ଲାରେ ଚାଲୁଥିବା ଏସ୍.ଆଇ.ଆର୍. ପ୍ରକ୍ରିୟାର ବର୍ତ୍ତମାନ ସ୍ଥିତି, ଅଗ୍ରଗତି ଓ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ପି ପି ଟି ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା। ଶ୍ରୀ ଲୁଗୁନ ସମସ୍ତ ଅଧିକାରୀଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ସହିତ ଯୋଗ୍ୟ ଭୋଟର ମାନଙ୍କୁ ଭୋଟର ତାଲିକା ରେ ଅନ୍ତର୍ଭୁକ୍ତୀକରଣ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। 

ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ, ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ପ୍ରଧାନ, ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମୋତିଲାଲ ଶୁଲିଆ, ସଦର ତହସିଲଦାର ଶ୍ରୀ କୁଳମଣି ରନବିଡ଼ା, ସୁନ୍ଦରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ବିକାଶ ମୁଣ୍ଡାରୀ ଏବଂ ଅନ୍ୟାନ୍ୟ ଅଧିକାରୀ,କର୍ମଚାରୀ ତଥା ବି ଏଲ ଓ ମାନେ ଉପସ୍ଥିତ ରହିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ଏଗାର ଆହତ ମଧ୍ୟରୁ ତିନି ଗୁରୁତର 

masiha

ବାଢ଼ିଆଟାଙ୍ଗର ଖେଳ ପଡ଼ିଆରେ ବହୁ ପ୍ରସିଦ୍ଧ ମେଣ୍ଢା ଲଢେଇ ପ୍ରତିଯୋଗୀତା; ଖେଜୁରି ଗାଁର ମେଣ୍ଢାକୁ ହରାଇ ବାଗଡେଗା ଗ୍ରାମର‌ ମେଣ୍ଢା ବିଜୟୀ; ବିଜେତା ଦଳକୁ ମେଣ୍ଢା ସହିତ ୨୭ ହଜାର ଟଙ୍କା ପୁରସ୍କାର

Sunil Chandra Nayak

ଲାଞ୍ଜିଗଡ଼ ପ୍ରେସ୍ କ୍ଲବ ପକ୍ଷରୁ ନୂଆ ବିଡିଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!