ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକାରେ କାରଗିଲ ବିଜୟ ଦିବସ ପାଳିତ

ଆସିକାରେ କାରଗିଲ ବିଜୟ ଦିବସ ପାଳିତ

ଆସିକା, ୨୭/୭/୨୬ (ଶିବ ଶଙ୍କର ମିଶ୍ର ) କାରଗିଲ ବିଜୟ ଦିବସ ଅବସରରେ ଆସିକା ସହରର ଶାସ୍ତ୍ରୀନଗର ବାସିନ୍ଦା ତଥା କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ବୀର ସନ୍ତାନ ଉମାକାନ୍ତ ପଟନାୟକଙ୍କ ସ୍ମୃତିରେ ତାଲୁକା ଛକଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା l ଏହି ଅବସରରେ ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ବିଶିଷ୍ଟ ବ୍ୟକ୍ତିବର୍ଗ ଓ ସ୍ଥାନୀୟ ବାସିନ୍ଦାମାନେ ଏକତ୍ରିତ ହୋଇ ସହିଦଙ୍କ ବଳିଦାନକୁ ସ୍ମରଣ କରିଥିଲେ । ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ସହିଦ ଉମାକାନ୍ତ ପଟନାୟକଙ୍କ ଅବଦାନକୁ ବକ୍ତାମାନେ ଉଚ୍ଚ ପ୍ରଶଂସା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ବିଧାୟକଙ୍କ ପୁଅ ସଙ୍ଗୀତ ପାଢ଼ୀ, ବିଜୟ କୁମାର ସାଇଁ, ବୃନ୍ଦାବନ ବେହେରା, ଭେଙ୍କଟ ରମଣ ପାତ୍ର, ଶିଶିର ବିଶ୍ବାଳ, ନାରାୟଣ ମୁନି, ଆସିକା ଚିନ୍ମୟ ମିଶନ ଶାଖା ର ନିରଞ୍ଜନ ମହାନ୍ତି,ପୂର୍ଣ ଚନ୍ଦ୍ର ମହାନ୍ତି, ସାଗର କୁମାର ମହାନ୍ତି, ସୋନୁ ଜେନା, ସିତୁନ୍ ସ୍ବାଇଁ,ପପୁ ମହାନ୍ତି, ମଳୟ ସ୍ବାଇଁ, ଆଶିଷ ପାଢ଼ୀ,ଡିଜିଟା କ୍ୟାମେରା ମେନେ ବାଦଲ ସ୍ବାଇଁ, ପ୍ରମୁଖ ଉପସ୍ଥିତ ରହି ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥ‌ିବା ବୀର ଯବାନମାନଙ୍କ ତ୍ୟାଗ ଓ ବଳିଦାନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। କାର୍ଯ୍ଯକମ ଶେଷରେ ଉପସ୍ଥିତ ସମସ୍ତେ ସହିଦଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ନୀରବ ପ୍ରାର୍ଥନା କରିଥିଲେ ଏବଂ ଦେଶର ସୁରକ୍ଷା ପାଇଁ ନିଜକୁ ସମର୍ପିତ ରଖୁବାକୁ ସଂକଳ୍ପ ନେଇଥିଲେ।

Related posts

ସମାଜସେବୀ ନିରଞ୍ଜନ ପତିଙ୍କୁ ଶ୍ରଦ୍ଧାଞ୍ଜଳି 

masiha

ଆୟାପ୍ପା ଭକ୍ତଙ୍କ ଇରୁମୁଡ଼ି ପୂଜା

Sunil Chandra Nayak

ସମାଧାନ ହେଲା ନନ୍ଦିଗୋର ବେଆଇନ ବାଲି ଉତ୍ତୋଳନ ସମସ୍ୟା 

Sunil Chandra Nayak

Leave a Comment

error: Content is protected !!