ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକାରେ କାରଗିଲ ବିଜୟ ଦିବସ ପାଳିତ

ଆସିକାରେ କାରଗିଲ ବିଜୟ ଦିବସ ପାଳିତ

ଆସିକା, ୨୭/୭/୨୬ (ଶିବ ଶଙ୍କର ମିଶ୍ର ) କାରଗିଲ ବିଜୟ ଦିବସ ଅବସରରେ ଆସିକା ସହରର ଶାସ୍ତ୍ରୀନଗର ବାସିନ୍ଦା ତଥା କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ବୀର ସନ୍ତାନ ଉମାକାନ୍ତ ପଟନାୟକଙ୍କ ସ୍ମୃତିରେ ତାଲୁକା ଛକଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା l ଏହି ଅବସରରେ ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ବିଶିଷ୍ଟ ବ୍ୟକ୍ତିବର୍ଗ ଓ ସ୍ଥାନୀୟ ବାସିନ୍ଦାମାନେ ଏକତ୍ରିତ ହୋଇ ସହିଦଙ୍କ ବଳିଦାନକୁ ସ୍ମରଣ କରିଥିଲେ । ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ସହିଦ ଉମାକାନ୍ତ ପଟନାୟକଙ୍କ ଅବଦାନକୁ ବକ୍ତାମାନେ ଉଚ୍ଚ ପ୍ରଶଂସା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ବିଧାୟକଙ୍କ ପୁଅ ସଙ୍ଗୀତ ପାଢ଼ୀ, ବିଜୟ କୁମାର ସାଇଁ, ବୃନ୍ଦାବନ ବେହେରା, ଭେଙ୍କଟ ରମଣ ପାତ୍ର, ଶିଶିର ବିଶ୍ବାଳ, ନାରାୟଣ ମୁନି, ଆସିକା ଚିନ୍ମୟ ମିଶନ ଶାଖା ର ନିରଞ୍ଜନ ମହାନ୍ତି,ପୂର୍ଣ ଚନ୍ଦ୍ର ମହାନ୍ତି, ସାଗର କୁମାର ମହାନ୍ତି, ସୋନୁ ଜେନା, ସିତୁନ୍ ସ୍ବାଇଁ,ପପୁ ମହାନ୍ତି, ମଳୟ ସ୍ବାଇଁ, ଆଶିଷ ପାଢ଼ୀ,ଡିଜିଟା କ୍ୟାମେରା ମେନେ ବାଦଲ ସ୍ବାଇଁ, ପ୍ରମୁଖ ଉପସ୍ଥିତ ରହି ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥ‌ିବା ବୀର ଯବାନମାନଙ୍କ ତ୍ୟାଗ ଓ ବଳିଦାନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। କାର୍ଯ୍ଯକମ ଶେଷରେ ଉପସ୍ଥିତ ସମସ୍ତେ ସହିଦଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ନୀରବ ପ୍ରାର୍ଥନା କରିଥିଲେ ଏବଂ ଦେଶର ସୁରକ୍ଷା ପାଇଁ ନିଜକୁ ସମର୍ପିତ ରଖୁବାକୁ ସଂକଳ୍ପ ନେଇଥିଲେ।

Related posts

ଇନ୍ଦ୍ରାବତୀ ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କ ସ୍ଥାଣୁତା :ପୋଡ଼ାଗଡ଼ ଡ୍ୟାମ ପାଚେରୀ ଭିତରେ ଚାଷ 

Sunil Chandra Nayak

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ : ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ସମୀକ୍ଷା ବୈଠକ ଅନୁଷ୍ଠିତ

ଆମ୍ ଆଦମୀ ପାର୍ଟି କଳାହାଣ୍ଡି ଲୋକସଭା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ ଓ ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ଦେଲେ କୃତିବାସ ମୁଣ୍ଡ 

masiha

Leave a Comment

error: Content is protected !!