ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା ଏନ ଏମ ଓ ପି ଏସ ହାଇସ୍କୁଲ ସଙ୍ଗଠନର ନବ ନିର୍ବାଚିତ ସଭାପତି ଙ୍କୁ ଡହଗାଁ ହାଇସ୍କୁଲରେ ସମ୍ବର୍ଦ୍ଧିତ କଲେ ଶିକ୍ଷକ

କୋକସରା,୧୭/୫- (ମ ନି ସ )କଳାହାଣ୍ଡି ଜିଲ୍ଲାର ଏନ.ଏମ.ଓ.ପି.ଏସ ଶିକ୍ଷକ ସଙ୍ଗଠନ ପକ୍ଷରୁ ଗତକାଲି ଜିଲ୍ଲାର ସଭାପତି ଭାବେ ଶିକ୍ଷକ ସାମନ୍ତ କୁମାର ପାଟ୍ଟଯୋଶୀ ନିର୍ବାଚିତ ହୋଇଛନ୍ତି। ମଙ୍ଗଳବାର ନବ ନିର୍ବାଚିତ ସଭାପତି ଙ୍କୁ ଡହଗାଁ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଓ ସହ ଶିକ୍ଷକ ମାନଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ଭକ୍ତ ଙ୍କ ସଭାପତିତ୍ୱ ରେ ବରିଷ୍ଠ ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡା, ମହେନ୍ଦ୍ର କୁମାର ବଣିଆ, ମୋହିତ କୁମାର ରାଉତ, ଲାବାନ୍ୟନିଧି ହଂସ, କ୍ଷୀରୋଦ ପୁରୋହିତ, ଗୋପବନ୍ଧୁ ନାଏକ, କେଶାନ୍ତି ନାଏକ ଉପସ୍ଥିତ ରହିଥିଲେ । ଏହି ଅବସରରେ ନବ ନିର୍ବାଚିତ ସଭାପତି ନିଜ ବକ୍ତବ୍ୟ ରେ ଆଗାମୀ ସମୟରେ କଳାହାଣ୍ଡି ଶାଖା ର ୧୩ ଟି ବ୍ଲକରେ ସଙ୍ଘ କୁ ଏକ ସୂତ୍ରରେ ଆଦୃତ କରିବା ସହ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ସେ ଅନବରତ ଚେଷ୍ଟା ଜାରି ରଖିବେ ବୋଳି କହିଛନ୍ତି। ନିଜ ଶିକ୍ଷକତା କରୁଥିବା ସ୍କୁଲରେ ସମ୍ମାନିତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

Related posts

ପଛୁଆ ବର୍ଗ ଙ୍କ ପାଇଁ ଶିକ୍ଷା ଓ ବୃତ୍ତି ରେ ୨୭ ପ୍ରତିଶତ ସଂରକ୍ଷଣ ଦାବୀ

Sunil Chandra Nayak

ଓଡ଼ିଶା ର ମହିଳା ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କର ବିଜୟ କୁ ନେଇ ସମଗ୍ର କନ୍ଧମାଳ ରେ ଖୁସି ର ଲହରୀ

Sunil Chandra Nayak

ବିଜେଡ଼ିର ଜୋନସ୍ତରୀୟ ନୂଆଖାଇ ଭେଟଘାଟ୍‌

Sunil Chandra Nayak

Leave a Comment

error: Content is protected !!