ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାମନଘାଟି ଉପଖଣ୍ଡରେ ଖବର କାଗଜ ବିତରକ ମାନଙ୍କୁ ପରିଚୟ ପତ୍ର ବଣ୍ଟନକଲେ ଜିଲ୍ଲା ସଂରଚନା ଓ ଲୋକସମ୍ପର୍କ ଅଧିକାରୀ

ରାଇରଙ୍ଗପୁର :ତା 17-05-2022 ରିଖ. ଆଜି ମୟୁରଭଞ୍ଜ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ନାୟକ ଦିନିକିଆ ରାଇରଙ୍ଗପୁର ଗସ୍ତରେ ଆସି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ରାଇରଙ୍ଗପୁର ସୂଚନା କେନ୍ଦ୍ରକୁ ଯାଇ ସୁବିଧା ଅସୁବିଧା ବିଷୟରେ ଗ୍ରନ୍ଥଗାରିକକୁ ପଚାରି ବୁଝିଥିଲେ. । ଏହି ଅବସରରେ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଠାରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ବାମନଘାଟି ଉପଖଣ୍ଡ ର ଖବର କାଗଜ ବିତରକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ କରିବା ସହିତ ବାମନଘାଟି ର ଅନ୍ୟାନ୍ୟ ଖବର କାଗଜ ବିତରକ ମାନଙ୍କୁ ସେମାନଙ୍କ ନିଜ ନିଜ ପରିଚୟ ପତ୍ର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ରାଇରଙ୍ଗପୁର ରୁ ସଂଗ୍ରହ କରି ନେବା ପାଇଁ ପରାମର୍ଶ ଦେଇଥିଲେ. ଏହି ଅବସରରେ ଶ୍ରୀଯୁକ୍ତ ନାୟକ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାଶଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ. । ଖବରକାଗଜ ବିତରକ ମାନେ ରାଜ୍ୟ ସରକାର ସେମାନଙ୍କୁ ଚିହ୍ନଟ କରି ପରିଚୟ‌ପତ୍ର ପ୍ରଦାନ ଓ ସାମାଜିକ ସୁରକ୍ଷା ପ୍ରଦାନ କରିଥିବାରୁ ସେମାନେ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।ତଦସହ ପୂର୍ବରୁ ଆର୍ଥିକ ସହାୟତା ୬୦୦୦ ଟଙ୍କାପାଇଥିଲେ । ସରକାର ସେମାନଙ୍କୁ ମାନ୍ୟତା ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇଥିଲେ ।ତଦସହ‌ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ବିକାଶ ରଂଜନ ମହାନ୍ତି, ଗ୍ରନ୍ଥ ଗାରିଗା ହରିଶ ମହାପାତ୍ର, ପ୍ରଫୁଲ୍ଲ ସାହୁ ସଂଗ୍ରାମ ବିଶ୍ବାଳ ପ୍ରମୁଖ ସେମାନଙ୍କୁ ‌ସହାୟତା କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।ବାମନଘାଟୀ ଉପଖଣ୍ଡର ୮୨ ଜଣ କାଗଜ ବିତରକ ପରିଚୟପତ୍ର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

ରକ୍ତ ଦେଇ ବିପଦ ର ବନ୍ଧୁ ସାଜିଲେ ଯୁବକ

Sunil Chandra Nayak

ଆଦରମଣି ପ୍ରଧାନ ଙ୍କ କବିତା ରଜ

Sunil Chandra Nayak

ପୌରପରିଷଦର ଅହେତୁକ ଦୋକାନ ଗୃହ ଟିକସ ବୃଦ୍ଧି ନେଇ ରାଇରଙ୍ଗପୁର ପୌରପରିଷଦ ଦୋକାନ ସଂଘ ତରଫରୁ ବିଶାଳ ପ୍ରତିବାଦ ସଭା 

Sunil Chandra Nayak

Leave a Comment

error: Content is protected !!