ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଡିଆ କ୍ଲବ୍ ପକ୍ଷରୁ ଓଡ଼ିଆ ସାମ୍ବାଦିକ ଦିବସ ପାଳିତ

ମିଡିଆ କ୍ଲବ୍ ପକ୍ଷରୁ ଓଡ଼ିଆ ସାମ୍ବାଦିକ ଦିବସ ପାଳିତ

 ଜୁନାଗଡ଼ ଆର୍.ଏମ୍.ସି. କନଫରେନ୍ସ ହଲ୍‌ରେ ମିଡିଆ କ୍ଲବ୍ ପକ୍ଷରୁ ଓଡ଼ିଆ ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ଆଦିତ୍ୟ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା, ଅସୁବିଧା ଏବଂ ସାମ୍ବାଦିକତାର ବର୍ତ୍ତମାନ ସ୍ଥିତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମୁକେଶ୍ ଅଗ୍ରୱାଲ୍ ଯୋଗଦେଇ ସାମ୍ବାଦିକମାନଙ୍କ ସମସ୍ୟାର ସମାଧାନ, ସାମ୍ବାଦିକତାର ନୈତିକତା ଓ ସାମାଜିକ ଦାୟିତ୍ୱ ସମ୍ପର୍କରେ ନିଜର ମତାମତ ବ୍ୟକ୍ତ କରିଥିଲେ। ସେ ସାମ୍ବାଦିକମାନଙ୍କ ଏକତା ଓ ବୃତ୍ତିଗତ ଉନ୍ନତି ପାଇଁ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।ଏହି ଅବସରରେ ସଂଘର ସମ୍ପାଦକ ବିନୟ ଭୂଷଣ ଦଣ୍ଡସେନା, ଉପସଭାପତି ପୂର୍ଣ୍ଣ ପାଣିଗ୍ରାହୀ, ସହ-ସମ୍ପାଦକ ବାଲେଶ୍ୱର ସୁନାନୀ, କୋଷାଧ୍ୟକ୍ଷ ସ୍ବାସ୍ତିଦୀପ ଆଦିତ୍ୟଙ୍କ ସମେତ ଜିତେନ୍ଦ୍ର ମେହେର, ଲାବଣ୍ୟ ନାଏକ, ସପ୍ତସ୍ୱର ପାଢ଼ୀ, ସୁରେଶ ବାଗ, ଦୁଲେନ୍ଦ୍ର ମେହେର ଏବଂ କାଳିଆ କନ୍ଦପାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ସାମ୍ବାଦିକ ସମାଜର କଲ୍ୟାଣ ଏବଂ ସଂଗଠନର ସୁଦୃଢ଼ୀକରଣ ନେଇ ସର୍ବସମ୍ମତିକ୍ରମେ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଡାକ୍ତର ସଦାନନ୍ଦ ପାଣିଗ୍ରାହି ଙ୍କୁ ମହାତ୍ମା ଗାନ୍ଧୀ ଲାଇଫ ଟାଇମ ଆଚିଭମ୍ୟାଣ୍ଟ ଆୱାର୍ଡ଼ ରେ ସମ୍ବର୍ଦ୍ଧିତ

Sunil Chandra Nayak

ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ସହ ପରିଚାଳକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂ ଙ୍କ ନର୍ଲା ବିଧାନସଭା ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଶାସନିକ ସମୀକ୍ଷା ବୈଠକ

Sunil Chandra Nayak

Leave a Comment

error: Content is protected !!