ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାବନ୍ଧ ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଆୟୋଜିତ  ଗ୍ରାମ ବିକାଶର ରୂପରେଖା ପ୍ରସ୍ତୁତିରେ ଜନଭାଗିଦାରିକୁ ଗୁରୁତ୍ୱ 

ଭାବନ୍ଧ ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଆୟୋଜିତ 

ଗ୍ରାମ ବିକାଶର ରୂପରେଖା ପ୍ରସ୍ତୁତିରେ ଜନଭାଗିଦାରିକୁ ଗୁରୁତ୍ୱ 

ହିଞ୍ଜିଳିକାଟୁ,୦୪/୦୮ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଭାବନ୍ଧ ଗ୍ରାମ ପଞ୍ଚାୟତରେ ମଙ୍ଗଳବାର ପୂର୍ବାହ୍ନ ୧୧ ଟାରେ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ସର୍ବାଙ୍ଗୀନ ବିକାଶ, ଜନସାଧାରଣଙ୍କ ସମସ୍ୟାର ସମାଧାନ ଏବଂ ସରକାରୀ ଯୋଜନାର ସ୍ୱଚ୍ଛ ଓ ଫଳପ୍ରଦ କାର୍ଯ୍ୟକାରିତାକୁ ଲକ୍ଷ୍ୟ କରି ଆୟୋଜିତ ଏହି ଗ୍ରାମସଭାରେ ବିଭିନ୍ନ ବିକାଶମୂଳକ ପ୍ରସଙ୍ଗ ଉପରେ ଗଠନମୂଳକ ଆଲୋଚନା ହୋଇଥିଲା। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସ୍ଥାନୀୟ ସରପଞ୍ଚ କାଲିଆ ଦାସ, କନିଷ୍ଠ ଯନ୍ତ୍ରୀ ସମିଷ୍ଠା ପଣ୍ଡା, ସମିତିସଭ୍ୟା ରିଙ୍କି ନାହାକ, ରେଶ୍ମା ନାହାକ ଏବଂ ଏଡିଓ ପ୍ରମୋଦ ଚୌଧୁରୀ ଉପସ୍ଥିତ ରହି ଗ୍ରାମର ବିକାଶମୂଳକ ଯୋଜନା, ଚାଲୁଥିବା କାର୍ଯ୍ୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ସଭାରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଗ୍ରାମବାସୀ ଯୋଗଦେଇ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ମତାମତ ଉପସ୍ଥାପନ କରିଥିଲେ। ସଭାରେ ଗ୍ରାମର ରାସ୍ତାଘାଟ, ଡ୍ରେନ ବ୍ୟବସ୍ଥା, ପରିମଳ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ଉନ୍ନତିକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଗ୍ରାମବାସୀଙ୍କ ମତାମତ ଓ ପ୍ରସ୍ତାବକୁ ଆଧାର କରି ବିକାଶ ଯୋଜନା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବକ୍ତାମାନେ କହିଥିଲେ ଯେ, ଗ୍ରାମସଭା ହେଉଛି ଗ୍ରାମୀଣ ଲୋକତନ୍ତ୍ରର ସବୁଠାରୁ ସଶକ୍ତ ମଞ୍ଚ। ଏହା ମାଧ୍ୟମରେ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ସହ ବିକାଶ ଯୋଜନା ପ୍ରସ୍ତୁତ ହେବା ସହ ସରକାରୀ ଯୋଜନାର ହିତାଧିକାରୀ ଚୟନରେ ସ୍ୱଚ୍ଛତା, ପଞ୍ଚାୟତର ଆୟ-ବ୍ୟୟର ସାମାଜିକ ସମୀକ୍ଷା ଏବଂ ସ୍ଥାନୀୟ ସମସ୍ୟାର ତ୍ୱରିତ ସମାଧାନ ସମ୍ଭବ ହୋଇଥାଏ। ତେଣୁ ପ୍ରତ୍ୟେକ ଗ୍ରାମବାସୀ ଗ୍ରାମସଭାରେ ସକ୍ରିୟ ଭାବେ ସାମିଲ ହୋଇ ଗ୍ରାମର ସର୍ବାଙ୍ଗୀଣ ବିକାଶରେ ସହଯୋଗ କରିବାକୁ ବକ୍ତାମାନେ ଆହ୍ୱାନ ଜଣାଇଥିଲେ। ଶେଷରେ ଗ୍ରାମର ସର୍ବାଙ୍ଗୀଣ ବିକାଶ, ସ୍ୱଚ୍ଛ ପ୍ରଶାସନ ଓ ଜନଭାଗିଦାରିକୁ ଅଧିକ ସୁଦୃଢ଼ କରିବା ଦିଗରେ ସମସ୍ତଙ୍କ ମିଳିତ ପ୍ରୟାସ ଜାରି ରଖିବାକୁ ସଂକଳ୍ପ ପ୍ରକାଶ କରାଯାଇଥିଲା।

Related posts

ସରପଞ୍ଚଙ୍କ ସ୍ୱାମୀ ତଥା ବିଜେପି ମଣ୍ଡଳ ସଭାପତି ନାଁରେ ସାଙ୍ଘାତିକ ଦୁର୍ନୀତି ଅଭିଯୋଗ, ଶ୍ରମିକଙ୍କ ଟଙ୍କା ହଡ଼ପ କରିଥିବା ଗୁରୁତର ଅଭିଯୋଗ ଆଣିଲେ ଶ୍ରମିକ l ଅଭିଯୋଗ ପରେ , ତଦନ୍ତ କଲେ ବିଡିଓ

masiha

ନୂତନ ଏବିଇଓଙ୍କ ଯୋଗଦାନ

Sunil Chandra Nayak

ନର୍ଲା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

masiha

Leave a Comment

error: Content is protected !!