ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ବିଦ୍ୟାଳୟରେ ଗଜ ଉତ୍ସବ ପାଳନ 

ବିଭିନ୍ନ ବିଦ୍ୟାଳୟରେ ଗଜ ଉତ୍ସବ ପାଳନ 

ରାଉରକେଲା: ରାଉରକେଲା ବନ ବିଭାଗ, ଭାରତୀୟ ବନ୍ୟପ୍ରାଣୀ ଟ୍ରଷ୍ଟ ଓ ଆର୍ଥ କ୍ରୃସେଡର ସଂଗଠନ ର ମିଳିତ ଆନୁକୂଲ୍ୟରେ ଗଜ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବନରକ୍ଷୀ ଅଲିଅଳ ବେହେରା ଙ୍କ ପରିଚାଳନାରେ ସେକ୍ଟର ୬ ସ୍ଥିତ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ଓ ସେକ୍ଟର ୧୬ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଚଳଚ୍ଚିତ୍ର ପ୍ରଦର୍ଶନୀ, ବତ୍କୃତା ଉପସ୍ଥାପନା, କୁଇଜ୍ ପ୍ରତିଯୋଗିତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଦ୍ବାରା ହାତୀ ର ଉପକାରିତା ତଥା ହାତୀଙ୍କ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପ୍ରତିଯୋଗିତା ଗୁଡ଼ିକରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପାନପୋଷ ରେଞ୍ଜର ଜ୍ଞାନେନ୍ଦ୍ର ଲିମା, ସେକ୍ଟର ୬ ର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର, ସେକ୍ଟର ୧୬ ର ପ୍ରଧାନ ଶିକ୍ଷୟିତ୍ରୀ ତୃପ୍ତିମୟୀ ଦ୍ବିବେଦୀ ଅତିଥି ଭାବେ ଓ ଆର୍ଥ କ୍ରୃସେଡର ସଂସ୍ଥାର ରାକେଶ ସାହୁ, ସୁରଜିତ ନାୟକ, ଆକାଶ ପ୍ରଧାନ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଅଲିଅଳ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଆମ ଜଙ୍ଗଲ ଯୋଜନା ତରଫରୁ ଛତୁଚାଷ ସମ୍ପର୍କରେ ତାଲିମ ଶିବିର ଅନୁଷ୍ଠିତ 

Sunil Chandra Nayak

ଜୁନାଗଡ଼ ଓକିଲ ସଂଘ ନିର୍ବାଚନ, କୈଳାସ ଚୌଧୁରୀ ସଭାପତି, ହିମାଂଶୁ ବରାଡ଼ ସମ୍ପାଦକ ନିର୍ବାଚିତ 

masiha

ଏକ୍ ପେଡ୍ ମା କେ ନାମ୍-୨.୦ ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ମଦିନରେ ଓଡିଶାରେ ଲାଗିବ ରେକର୍ଡ ସଂଖ୍ୟକ ୭୫ ଲକ୍ଷ ଗଛ

Sunil Chandra Nayak

Leave a Comment

error: Content is protected !!