ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହ୍ୟୁମାନିଟି ଫାଉଣ୍ଡେସନ ର ବାର୍ଷିକୋତ୍ସବ ଆସନ୍ତା ୧୪ ରେ……

ହ୍ୟୁମାନିଟି ଫାଉଣ୍ଡେସନ ର ବାର୍ଷିକୋତ୍ସବ ଆସନ୍ତା ୧୪ ରେ……

ରାଉରକେଲା: ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନ ର ଦ୍ବିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଥମ ବାର୍ଷିକୋତ୍ସବ ଆସନ୍ତା ୧୪ ତାରିଖ ଦିନ ସନ୍ଧ୍ୟା ୪ ଟାରେ ଭଞ୍ଜ ଭବନ ପ୍ରେକ୍ଷ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ରାଉରକେଲା କ୍ଲବ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ବିଜୟ ସୁନ୍ଦରାୟ,ସଭାପତି ଦିପ୍ତୀମୟୀ ସୁନ୍ଦରାୟ, ସମ୍ପାଦିକା ଲୀନା ତ୍ରିପାଠୀ,ଉପସଭାପତି କାର୍ତ୍ତିକ ରାଉତ, ବରିଷ୍ଠ ଉପଦେଷ୍ଟା ଗ୍ରେସି ଡେଭିଡ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଅନୁଷ୍ଠାନର ମୂଳଲକ୍ଷ୍ୟ ଓ ଆଭିମୁଖ୍ୟ ହେଉଛି ସମାଜସେବା। ଅନୁଷ୍ଠାନ ବିଭିନ୍ନ ସମୟରେ ନିଃଶୁଳ୍କ ରକ୍ତଦାନ ଶିବିର, ଚକ୍ଷୁ ଚିକିତ୍ସା ଶିବିର, ବୃଦ୍ଧାଶ୍ରମ ଓ ଅନାଥାଳୟରେ ସେବାକାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିଆସୁଛି। ରକ୍ତ ଦାନ କାର୍ଯ୍ୟକ୍ରମର ମୁଖ୍ୟ ବିଜୟ ସୁନ୍ଦରାୟ ରାଜ୍ୟ ତଥା ରାଜ୍ୟ ବାହାରେ ୩୩୦୦ରୁ ଉର୍ଦ୍ଧ୍ବ ରକ୍ତସଂଗ୍ରହ କରି ବେଶ୍ ପ୍ରଶଂସିତ ହୋଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଥିଲା ବେଳେ ଚଳିତ ବାର୍ଷିକୋତ୍ସବ ରେ ଅନୁଷ୍ଠାନ ତରଫରୁ ଶ୍ରେଷ୍ଠ ରକ୍ତଦାତା, କିଛି ଉଦୀୟମାନ ରକ୍ତଦାତା, ଡାକ୍ତର, ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ, ଭାରତୀୟ ଆର୍ମି ର କିଛି ସଦସ୍ୟଙ୍କୁ ସମ୍ମାନିତ କରାଯିବା ସହ କିଛି ଅସହାୟ ବ୍ୟକ୍ତିଙ୍କୁ ହୁଇଲ ଚେୟାର ଓ ଆଶାବାଡି ପ୍ରଦାନ କରାଯିବ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯିବ। ତେଣୁ ଏଭଳି କାର୍ଯ୍ୟକ୍ରମରେ ସହରର ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ଏହାକୁ ଉପଭୋଗ କରିବା ସହ ଉତ୍ସାହିତ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଗରିମା ପତ୍ରି, ଅଞ୍ଜଳି ବିଶ୍ବାଳ, ରଶ୍ମିତା ମଲ୍ଲିକ,ତାରା କ୍ରିଷ୍ଣା ମୂର୍ତ୍ତି, କମଳିନୀ ମହାପାତ୍ର, ସରସ୍ଵତୀ ପାତ୍ର, ସସ୍ମିତା ପାତ୍ର, ରଶ୍ମିତା ବିଶୋଇ, ଅଶ୍ବିନୀ କୁମାର କିଶାନ, ରୁନୁ ରାଉତ, ଶୁଭଲକ୍ଷ୍ମୀ ପାତ୍ର,ଶଶିଲତା ହୋତା, ଅନୁପମା ଆଚାର୍ଯ୍ୟ,ଶାସ୍ବତୀ ରାୟ, ଚିରଞ୍ଜିବୀ ବୁଡେକ, ରାଜରାଣୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ ଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଓ ମେମୋଣ୍ଟୋ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ସଭାପତି ଶ୍ରୀ ମତୀ ସୁନ୍ଦରାୟ ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ଶେଷରେ ସମ୍ପାଦିକା ଶ୍ରୀମତୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରଶାସନ ର ଦ୍ୱାରସ୍ଥ ପରେ ହଂସପଡା ଗ୍ରାମରେ ଦୁର ହେଲା ପାନୀୟ ଜଳ ସମସ୍ୟା

Sunil Chandra Nayak

ଜଡ଼ିବୁଟି ଦିବସରେ ଔଷଧୀୟ ଚାରା ରୋପଣ କଲେ ପତାଞ୍ଜଳି ଯୋଗ ପରିବାର

Sunil Chandra Nayak

ଦୁବାଇ ଗସ୍ତ ନେଇ ରାଇରଙ୍ଗପୁର ମିଶନ ଶକ୍ତି ସଂଘ ସଭାନେତ୍ରୀ ଲୀଳାବତୀଙ୍କୁ ବିପୁଳ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!