ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ …… ନବମ ଦିନ ଉତ୍କଳୀ ସାଂସ୍କୃତିକ ଶିଳ୍ପୀ ର ନାଟକ ହନୁର ଲାଞ୍ଜ ମଞ୍ଚସ୍ଥ …..

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ……

ନବମ ଦିନ ଉତ୍କଳୀ ସାଂସ୍କୃତିକ ଶିଳ୍ପୀ ର ନାଟକ ହନୁର ଲାଞ୍ଜ ମଞ୍ଚସ୍ଥ …..

ରାଉରକେଲା: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ର ନବମ ଦିବସରେ ଉତ୍କଳୀ ସାଂସ୍କୃତିକ ଶିଳ୍ପୀ ର ନାଟକ ହନୁର ଲାଞ୍ଜ ମଞ୍ଚସ୍ଥ ହୋଇଯାଇଛି। ଶୁଭଶ୍ରୀ ଦାଶଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗାଳ୍ପିକ ଭୂପେନ ମହାପାତ୍ର ଯୋଗ ଦେଇ ଓଡିଶାରେ ନାଟ୍ୟ ଜାଗତର ବିରାଟ ପରମ୍ପରା ରହିଥିବା ବେଳେ ଏହା ଆଗକୁ ବଜାଏ ରହିବାର ଆବଶ୍ୟକତା ରହିଛି ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧକ୍ଷ୍ୟ ଶଙ୍କର ପ୍ରସାଦ ତ୍ରିପାଠୀ ଯୋଗଦେଇ ନାଟକ ହିଁ ସମାଜର ଦର୍ପଣ ବୋଲି କହିଥିଲେ । ଆର.ଏସ.ପି ର ସଂଚାର ବିଭାଗ ମୁଖ୍ୟ ଶ୍ରୀମତୀ ଅର୍ଚନା ଶତପଥି ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ l 

ଏକତ୍ର ପକ୍ଷରୁ ଡ଼ ନିବେଦିତା ଜେନା ସ୍ବାଗତ ଅଭିଭାଷଣ ଓ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ବରିଷ୍ଠ ମଞ୍ଚ ଅଭିନେତା ସରୋଜ ଶଙ୍ଖୁଆ ଧନ୍ୟବାଦ ଅର୍ପଣ କରିଥିଲେ।

 ନାଟ୍ୟକାର ବିଲୋଚନ ପାତ୍ର ଙ୍କ ରଚିତ ଓ ନିର୍ଦ୍ଦେଶନାରେ ଏହି ନାଟକର ବିଷୟବସ୍ତୁ ହେଲା କଳ୍ପନା ବି କର୍ମ, ପ୍ରାର୍ଥନା ବି ମୋହ,ବର ବି ଶାପ। ଯାହାର ଭୋଗ ବନ୍ଧନ ନର ବାନର ଦେବତା ଅବତାର, ସମସ୍ତଙ୍କ ଇହ ପରକାଳରେ ଏପରିକି କାଳାନ୍ତରରେ ମଧ୍ୟ ନିଶ୍ଚିତ ପ୍ରତିଫଳନ ହୋଇଥାଏ। ଏହିପରି ଏକ ସିଦ୍ଧାନ୍ତ କୁ ତ୍ରେତୟା ତଥା ଦ୍ବାପର ଯୁଗର ଯୋଗସୂତ୍ର ରେ ଗୁନ୍ଥି ଏକ ସୁନ୍ଦର କଥା କିମ୍ବଦନ୍ତୀ ମାଧ୍ୟମରେ ଉପସ୍ଥାପନା କରାଯାଇଛି। ଏଥିସହ ଏହି ନାଟକର ଅନ୍ତସ୍ବର ଦେବ ଦୁର୍ଲ୍ଲଭ ମନୁଷ୍ୟ ଜୀବନକୁ ଅତି ସଞ୍ଜମତା ତଥା ବିଭୁ ସମର୍ପଣତା ଚେତନା ନେଇ ନିର୍ବାହ କରିବାର ସନାତନୀ ବାର୍ତ୍ତା ବହନ କରିଛି । ଏହିଭଳି କାହାଣୀକୁ ନେଇ ନାଟକଟି ଗତିଶୀଳ ହୋଇଛି। ଏଥିରେ ବିଲୋଚନ, ଆନନ୍ଦ, ସ୍ବାଗତ, ଅନୀଲ, ଅର୍ପିତା , ସୁଶ୍ରୀମୟୀ, ,ପାୟଲ,କ୍ଷୀତିକା,ପ୍ରତିକ୍ଷା, ସୁପ୍ରିୟା, ବିଭୁତି, ଅକ୍ଷୟ, କ୍ଷୀରୋଦ, ଜଗବନ୍ଧୁ,ଅନନ୍ତ ପ୍ରମୁଖ ଅଭିନୟ କରିଥିବା ବେଳେ ସଂଗୀତ ରେ ଗୁଲାବ ଓ ପ୍ରମୋଦ, ମଞ୍ଚସଜ୍ଜାରେ ଆରତୀ ମାଝୀ ଓ ଭୀଷ୍ମ ନାରାୟଣ ସ୍ବାଇଁ, ଆଲୋକ ରେ ଅଶୋକ ନାୟକ, ନୃତ୍ୟ ରେ ବର୍ଷାରାଣୀ ପଣ୍ଡା, ଋପସଜ୍ଜାରେ ଲକ୍ଷ୍ମୀ ଚିତ୍ରାଳୟ,ମଞ୍ଚ ପରିଚାଳନାରେ ପ୍ରକାଶ ରାଉଳ ଓ ଚିନ୍ମୟ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ। ମନୋରଞ୍ଜନ ଦାସ ଓ ସୁଶାନ୍ତ ଦାସ ପରିଚାଳକ ଭାବେ, ଇସ୍ପାତ କଳା ପରିଷଦ ର ସହଯୋଗ ଓ ଗଳ୍ପ ରେ ଡ ପଦ୍ମଜ ପାଳ ଦାୟିତ୍ଵ ନିର୍ବାହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଦୀପ ନାୟକ, ଅକ୍ଷୟ ଧଳ, ଡ଼ଃ ସମର ମୁଦାଲି, ରମେଶ ମହାନ୍ତି ,ଡ଼ା କୃପାସିନ୍ଧୁ ନାୟକ,ସୁରେନ୍ଦ୍ର ପାଢ଼ୀ, ପ୍ରବୀର ଜେନା,ଆଲୋକ ବୋଷ, ସଭାପତି ରାଜୀବ ପାଣି ଓ ସମ୍ପାଦକ ସୁଦେଶ ନାୟକ, ସୁମନ ଦତ୍ତ, ପପୁ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ମଞ୍ଚ କାର୍ଯ୍ୟକ୍ରମ ରେ କଲ୍ୟାଣୀ ଦାସ ଓ ସନ୍ଧ୍ୟା ପଟ୍ଟନାୟକ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳାଶଙ୍କର ୨’ ର ଅଡିଓ ଲୋକାର୍ପିତ

Sunil Chandra Nayak

ବାଲୁଗାଁ ପାଟଣା ସାହି ଗ୍ରାମରେ ସାମାଜିକ ନାଟକ “ମିଛୁଆ ରାଧୁଆ ଗପ ସରିଲା” ନାଟକ ମଞ୍ଚସ୍ଥ !!!

Sunil Chandra Nayak

ନାଟ୍ୟଧାରାରେ ନାଟକ “ଜୟଯାତ୍ରା” 

masiha

Leave a Comment

error: Content is protected !!