ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାଧୀନତା ଦିବସ–୨୦୨୬ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ସ୍ୱାଧୀନତା ଦିବସ–୨୦୨୬ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ରାଇରଙ୍ଗପୁର: ଚଳିତ ଅଗଷ୍ଟ ମାସ ୧୫ ତାରିଖ ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ–୨୦୨୬ ମହାସମାରୋହରେ ପାଳନ କରାଯିବ। 

ଉକ୍ତ ଉତ୍ସବ ପାଳନ ଅବ୍ୟବହିତ ପୂର୍ବରୁ ଏହି ଉପଲକ୍ଷେ ରାଇରଙ୍ଗପୁର ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଥମ ଶ୍ରେଣୀ ଠାରୁ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶ୍ରେଣୀ ଆଧାରରେ ପ୍ରଥମ ରୁ ପଞ୍ଚମ, ଷଷ୍ଠ ରୁ ଅଷ୍ଟମ, ନବମରୁ ଦଶମ ଏବଂ ଯୁକ୍ତ ଦୁଇରୁ ଯୁକ୍ତ ତିନି ଏହିପରି ୪ଟି ବର୍ଗରେ ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ ଓ ଦେଶାତ୍ମବୋଧ ସଂଗୀତ ପ୍ରତିଯୋଗିତା ଆୟୋଜିତ ହୋଇଛି।ପ୍ରବନ୍ଧ ଓ ବକ୍ତୃତା ପୃଥକ ପୃଥକ ଭାବେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ କରାଯାଇଥିଲା। ଆସନ୍ତା ୧୦ତାରିଖ ସ୍ଥାନୀୟ ଆସେକା କାର୍ଯ୍ୟାଳୟ ଠାରେ ସାନ୍ତାଳୀ(ଅଲଚିକି ଲିପି ) ଭାଷାରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ।ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ, ଜାତୀୟତାବୋଧ ଓ ସୃଜନଶୀଳତାର ବିକାଶ ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତାଗୁଡ଼ିକ ଗତକାଲି ଓ ଆଜି ଦୁଇ ଦିନ ଧରି ଆୟୋଜିତ ହୋଇଥିଲା।

ଦୁଇ ଦିନ ଧରି ଅନୁଷ୍ଠିତ ପ୍ରତିଯୋଗିତାରେ ରାଇରଙ୍ଗପୁର ବ୍ଲକ ଓ ସହରାଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଉପଯୁକ୍ତ ବିଚାରକ ମଣ୍ଡଳୀ ଦ୍ୱାରା ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ଚୟନ କରାଯାଇଥିଲା। କୃତୀ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଧୀନତା ଦିବସ ଅବସରରେ ୧୫ ଅଗଷ୍ଟରେ ସ୍ଥାନୀୟ ଷ୍ଟାଡିଅମ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ଆନୁଷ୍ଠାନିକ ଉତ୍ସବରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ ଓ ସମ୍ମାନିତ କରାଯିବ।

ଗୋଷ୍ଠୀ ଶିକ୍ଷାଧିକାରୀ, ରାଇରଙ୍ଗପୁରଙ୍କ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲା ଏବଂ ରାଇରଙ୍ଗପୁର ଏ ଵି ଇ ଓ ଶ୍ରୀ ହେମ ମାଝୀ, କାର୍ତ୍ତିକ ଚନ୍ଦ୍ର କାରୁଆ ଓ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ହରିଶ ମହାପାତ୍ର, ସଂଗ୍ରାମ ବିଶ୍ୱାଳ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଦିଲ୍ଲୀପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଦୁଇ ବାଇକ ମୁହାଁ ମୁହିଁ ଧକ୍କା ଜଣେ ମୃତ ଜଣେ ଗୁରୁତର 

masiha

୭ ତମ ବାର୍ଷିକ ସିନ୍ଧେର ଉତ୍ସବରେ ଯୋଗଦେଲେ ସାଂସଦ ପ୍ରତିନିଧି 

Sunil Chandra Nayak

ମାଟ୍ରିକ ପରୀକ୍ଷାରେ କନ୍ଦରପୁର ଏସ୍କେ ଏକାଡେମୀର ସଫଳତା 

masiha

Leave a Comment

error: Content is protected !!