ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୁଳ ରାମପୁରରେ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ

ଥୁଆମୁଳ ରାମପୁରରେ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ

ଥୁଆମୁଳ ରାମପୁର:୦୬/୦୮ – (ମନିସ) କଳାହାଣ୍ଡି ଜିଲ୍ଲାରେ ଖଣି ଖାଦାନକୁ ନେଇ ବିଭିନ୍ନ ସମୟରେ ବାଦ ବିବାଦ ରହିଥିବା ବେଳେ ଅଞ୍ଚଳରେ ବିଭିନ୍ନ ଗୋଷ୍ଠୀ ମାନଙ୍କ ମଧ୍ୟରେ ମଧ୍ୟ ବିଭିନ୍ନ ପ୍ରକାରର ମତାମତ ରହିରଖୁଛନ୍ତି, ଖଣି ଅଞ୍ଚଳର ସ୍ଥାନୀୟ ପାରିପାର୍ଶ୍ବିକ ବିକାଶ, ପରିବେଶ ସୁରକ୍ଷା, ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ଭଳି ବିଭିନ୍ନ ଦାବି ଗୁଡିକ ଉପସ୍ଥାପନ କରାଯାଉଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ଗତ ବୁଧବାର ଦିନ ଥୁଆମୁଳ ରାମପୁରରେ ଭିନ୍ନ ଏକ ମୋଡରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଯାହାକି ଗଣ ସଂଘର୍ଷ ବାହିନୀ, ନବ ନିର୍ମାଣ କୃଷକ ମଞ୍ଚ, ମାଁ ମାଟି ସୁରକ୍ଷା ସମିତି, ବହୁଜନ ସମାଜପାର୍ଟି ଓ ଆଦିବାସୀ ସଂଘ ଗୁଡିକକୁ ନେଇ ଗଠିତ ହୋଇଛି ତାହା ହେଉଛି କ୍ରୀୟାନୁଷ୍ଠାନ କମିଟି ଏହି କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଉପସ୍ଥିତ ନେତୃବୁନ୍ଦ ସ୍ପଷ୍ଟ ଭାବରେ ପ୍ରକାଶ କରିଥିଲେ ଯେ, କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁରରେ ଖଣି ସମ୍ପଦ ଉତ୍ତୋଳନ କରାଯିବ ତେବେ ଶିଳ୍ପ ମଧ୍ୟ ପ୍ରଭାବିତ ଅଞ୍ଚଳରେ କିମ୍ବା କଳାହାଣ୍ଡି ଜିଲ୍ଲାରେ ସ୍ଥାପନ କରାଯିବା ଉଚିତ। ଯାହାଦ୍ଵାରା ପ୍ରଭାବିତ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀଙ୍କୁ ରୋଜଗାର ଯୋଗାଦେବା ସହିତ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ଅଞ୍ଚଳର ବିଭିନ୍ନ ଭିର୍ତ୍ତି ଭୂମି ଓ ପାରିପାର୍ଶ୍ବିକ ବିକାଶ ପାଇଁ ସହାୟକ ହୋଇପାରିବ ବୋଲି ସମ୍ମିଳନୀରେ ମତ ରଖିଥିଲେ। ଅପରପକ୍ଷରେ ସିଜିମାଳୀ ଖଣି ଖନନକୁ ନେଇ ବିଭିନ୍ନ ସଂଘଠନ ଗୁଡିକ ବିରୋଧ କରି ଆନ୍ଦୋଳନ ଜାରିରଖିଛନ୍ତି। ଏପରି ବିଭିନ୍ନ ସମୟରେ ଏହି ଆନ୍ଦୋଳନକୁ ତୀବ୍ର କରୁଥିବା ବେଳେ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଓ ଅନେକ ନେତୃବୃନ୍ଦ ଖଣି ଖନନ ସପକ୍ଷରେ ମଧ୍ୟ ସମ୍ବାଦିକ ସମ୍ମିଳନୀ କରି ନିଜର ମତ ରଖିଥିଲେ। ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ, କୁଟୃମାଳୀ ଏବଂ କର୍ଲାପାଟ ଖଣ୍ତୁଆଳ ମାଳୀ ଖଣି ଲିଜ୍ କୁ ମଧ୍ୟ ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ମଧ୍ୟରେ ଧିରେ ଧିରେ ବିରୋଧର ସ୍ବର ଓ ଆନ୍ଦୋଳନ ଜାରି ରଖିଛନ୍ତି। ସିଜିମାଳୀ, କୁଟୃମାଳୀ ଓ ଖଣ୍ତୁଆଳ ମାଳିର ଅଧିକାଂଶ ଅଞ୍ଚଳ କଳାହାଣ୍ଡି ଜିଲ୍ଲା ଅଧିନରେ ରହିଛି କିନ୍ତୁ ସଂପୃକ୍ତ କମ୍ପାନୀ ରାୟଗଡା ଜିଲ୍ଲାରେ ଶିଳ୍ପୀ ପ୍ରତିଷ୍ଠାନ କରିବା ପାଇଁ ଯୋଜନା କରୁଥିବା ଖବର ପାଇବା ପରେ କଳାହାଣ୍ଡିରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଖାଲି ସେତିକି ନୁହେଁ ଏହି ସମ୍ମିଳନୀରେ କୁହାଯାଇଛି ଯେ, ଖଣି ଖନନ ପ୍ରଭାବିତ ସ୍ଥାନୀୟ ଅଞ୍ଚଳରେ ଶିଳ୍ପ ସ୍ଥାପନ ନହେଲେ ଖଣି ପ୍ରଭାବିତ ଅଞ୍ଚଳର ଲୋକେ ବିକାଶ ଓ ରୋଜଗାର ନିଶ୍ଚିତ ଭାବରେ ହରାଇପାରନ୍ତି ବୋଲି ଆଶଙ୍କା ରହିଛି ବୋଲି ଆନ୍ଦୋଳନ ହେଉଥିବା ଜଣାପଡିଥିବା ବେଳେ ଖଣି ଖନନକୁ ନେଇ ଗୋଟିଏ ପଟେ ପରିବେଶ ଓ ଜୀବନ ଜୀବିକା ସୁରକ୍ଷାର ଦାବି ଜୋର ଧରିଛି ଅପରପକ୍ଷରେ ଶିଳ୍ପାୟନ ମାଧ୍ୟମରେ ବିକାଶ ଓ ରୋଜଗାର ସୃଷ୍ଟି ହେବା ଭଳି ଦାବି ମଧ୍ୟ ସମାନ ଭାବେ ଉଠିଛି। ଏଭଳି ହଁ ହଁ ନା ନା ମଧ୍ୟରେ ଚାଲିଛି ତେବେ ଆଗାମୀ ଦିନରେ ସରକାର ଏହାକୁ ନେଇ ଦୁଇ ପକ୍ଷର ଦାବି ମଧ୍ୟରେ ଥିବା ବିଷୟ ଗୁଡିକ ଉପରେ କିଭଳି ଭାବରେ ବିଚାର କରି ଏହାକୁ ସନ୍ତୋଳନ ରକ୍ଷା କରି ନିସ୍ପତି ଗ୍ରହଣ କରୁଛନ୍ତି ତା ଉପରେ ନଜର ରହିବ ବୋଲି ଆଲୋଚନା ହେଉଥିବା ଜଣାପଡିଛି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଜୁନାଗଡ଼ରେ ପଞ୍ଚାୟତିରାଜ ଦିବସ ପାଳିତ

masiha

ଓଡିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଭାରତ ପାଇଁ ଆଞ୍ଚଳିକସ୍ତରୀୟ ପରାମର୍ଶ କର୍ମଶାଳା

masiha

ମଣ୍ଟଫୋର୍ଟ ସ୍କୁଲ୍,ଢେଙ୍କାନାଳରେ ବାର୍ଷିକ ବିଜ୍ଞାନ,ଗଣିତ, ପରିବେଶ ଓ କଳା ପ୍ରଦର୍ଶନୀ -୨୦୨୫ ଉଦ୍ ଯାପିତ 

Sunil Chandra Nayak

Leave a Comment

error: Content is protected !!