ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଜୟପାଟଣା ବ୍ଲକ ଅନ୍ତର୍ଗତ ଅଁଳାଭଟା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ଅଁଳାଭଟାର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ମଦନ ଖମାରୀଙ୍କ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ସଭାରେ ସଭାପତିତ୍ୱ କରିଥିଲେ ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଚୁଡ଼ାମଣି ନାଏକ ,ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କୁକୁଡ଼ି ଗୌନ୍ତିଆ ଶ୍ରୀଯୁକ୍ତ ଧନଞ୍ଜୟ ନେଗୀ ,ସମ୍ମାନୀୟ ଅତିଥି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମାନସ ପାତ୍ର ,ସମସ୍ତ ସହକର୍ମୀ ଶିକ୍ଷକ,ପୂର୍ବତନ ଛାତ୍ରଛାତ୍ରୀ ଓ ଅବିଭାବକ ଉପସ୍ଥିତ ଥିଲେ ।ପ୍ରଥମରୁ ହିଁ ସେ ଏହି ଗ୍ରାମ ବିଦ୍ୟାଳୟରେ ଯୋଗଦେଇ ୩୬ ବର୍ଷ ଶିକ୍ଷାଦାନ କରି ଏହି ବିଦ୍ୟାଳୟରୁ ହିଁ କର୍ମଜୀବନରୁ ବିଦାୟ ନେଇଛନ୍ତି । ଏହି ଗ୍ରାମ ପାଇଁ ଶିକ୍ଷା ସଂସ୍କାର କ୍ଷେତ୍ରରେ ତାଙ୍କର ଅତୂଳନୀୟ ଅବଦାନ ରହିଛି ବୋଲି ସମସ୍ତ ଅତିଥି ମତବ୍ୟକ୍ତ କରିଛନ୍ତି । ସଭା ପରିଚାଳନା କରିଥିଲେ ଶ୍ରୀଯୁକ୍ତ ବିରଞ୍ଜନ ନାୟକ ।ଶେଷରେ ବହୁପୂର୍ବତନ ଛାତ୍ରଛାତ୍ରୀ , ଗ୍ରାମବାସୀ ,ସହକର୍ମୀଙ୍କ ସହଯୋଗରେ ବାଦ୍ୟ ସଂଗୀତରେ ତାଙ୍କୁ ଗ୍ରାମ୍ୟ ପରିଭ୍ରମଣ କରାଯାଇଥିଲା ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଉଦଘାଟିତ 

masiha

ଉପମୁଖ୍ୟମନ୍ତ୍ରୀ ଙ୍କ ଅଙ୍ଗନୱାଡ଼ି କର୍ମୀ ଓ ସୁପରଭାଇଜରମାନଙ୍କ ସହ ଏକ ବିସ୍ତୃତ ସମୀକ୍ଷା ଓ ଆଲୋଚନା ସଭା

Sunil Chandra Nayak

ଉଲ୍ଲେଖନୀୟ ପ୍ରଦର୍ଶନକୁ ସମ୍ମାନ ଜଣାଇ ରାୟଗଡା ଜିଲ୍ଲାକୁ ଆର୍ଥିକ ଅନୁଦାନ ୫ କୋଟି ପ୍ରଦାନ କରିଛନ୍ତି ନୀତିଆୟୋଗ 

masiha

Leave a Comment

error: Content is protected !!