ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନଟେମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ହଷ୍ଟେଲ ଛାଡିଲେ180 ଛାତ୍ର

ସାନଟେମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ହଷ୍ଟେଲ ଛାଡିଲେ180 ଛାତ୍ର

ଝରିଗାଁ ୬/୮/୨୬-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ସରକାରୀ ଉଚ ବିଦ୍ୟାଳୟ ସାନଟମେରା ହଷ୍ଟେଲ ଅବ୍ୟସ୍ଥା କୁ ନେଇଁ ହଷ୍ଟେଲ ଛାଡିଲେ ଅନ୍ତେବାସୀ, ନିଜ ନିଜ ବହି ବସ୍ତାନି ଧରି ସାନଟମେରା ରୁ ଝରୀଗାଁ ପାଖାପାଖି ୨୦ କିଲୋମିଟର ଦୂରତା ରୁ ୧୨କିଲୋମିଟର ଅତିକ୍ରମ କରି ପାଦରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି,, ତେବେ ହଷ୍ଟେଲ ରେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବା ଦୁଃଖର ସହ ପ୍ରକାଶ କରିଛନ୍ତି ଅନ୍ତେବାସୀ |

ଦୀର୍ଘ ଦିନ ର ସମସ୍ୟାର ସମୁଖୀନ ହେଉଥିବା ବେଳେ ଦିଦି ଙ୍କ ଦବଙ୍ଗଗିରି ରେ ଅତିଷ୍ଟ ହୋଇ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।

ଦିନେ ହେଲେ କୌଣସି ଅଧିକାରୀ ଏମାନଙ୍କ ନିକଟରେ ପହଂଚି ନ ଥିଲେ ଏବଂ ଏମାନଙ୍କ ସମସ୍ୟା ବୁଝିନଥିବା କଥା ଏବେ ଶିକ୍ଷା ବ୍ୟବସ୍ଥାରେ ଶୃଙ୍ଖଳା, ସ୍ୱଛତା ଏବଂ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି. ।

ପିଲାଙ୍କ ଅଭିଯୋଗ ପ୍ରକାରେ ପିଲାଙ୍କୁ ହଷ୍ଟେଲ ରେ ପୋକ ଚାଉଳ ର ଭାତ, ଦରସିଝା ପଣିଆ ଡାଲି ଏବଂ ଦୁଇଟି ରୁମରେ ୧୮୦ପିଲା କୁନ୍ଦା କୁନ୍ଦି କରି ରଖାଯାଇଛି, ଏବଂ ବହୁଦିନ ଧରି ଏହିଭଳି ବର୍ଷା ଦିନେ ଛାତରୁ ପାଣି ଗଳୁ ଥିବା ଅବସ୍ଥାରେ ପିଲା ମାନେ ଭିଜି ଭିଜି ରହୁଥିବା ଏବଂ ପିଲାଙ୍କ ପାଇଁ ଯେଉଁ ସବୁ ଖେଳନା ଯଥା ଫୁଟବଲ ଏବଂ ଅନ୍ୟାନ୍ୟ ଜିନିଷପତ୍ର ସେମାନଙ୍କୁ ଛୁଇଁବାକୁ ମଧ୍ୟ ପ୍ରଧାନ ଶିକ୍ଷୟତ୍ରୀ ରାଜ ଲଷ୍ମୀ ମହାରଣା ଦେଉନ ଥିବା ମଧ୍ୟ କହିଛନ୍ତି ଅନ୍ତେବାସୀ ତେବେ ପୂର୍ବରୁ ମଧ୍ୟ ଏହିଭଳି ସମସ୍ୟା ହୋଇଥିବା ବେଳେ ଏହାର କୌଣସି ସମାଧାନ ହୋଇନାହିଁ କି କୌଣସି ଅଧିକାରୀ ପହଂଚି ନଥିବା ଶିକ୍ଷାବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠିଛି ଏସମ୍ପର୍କରେପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାରଣା ପିଲାଙ୍କ ଅଭିଯୋଗକୁ ଖଣ୍ଡନ କରିଥିବାବେଳେ ୱେ ଅନତ କୁମାର ନାୟକ ଏହାର ତଦନ୍ତ କରାଯିବବୋଲି କହିଛନ୍ତି ତେବେ ପ୍ରଶ୍ନ ଉଠୁଛି ପୂର୍ବରୁ ଯଦି ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯାଇଥାନ୍ତା ତେବେ ଆଜି ତଦନ୍ତର ଆବଶ୍ୟକତା କାହିଁକି ପଡିଥାନ୍ତା ତେବେ ପିଲାମାନେ ଚାଲି ଚାଲି ଯାଉଥିବାବେଳେ ଦୁକାଲୁ ପଡା ସ୍କୁଲ ନିକଟରେ weo ଅନତ କୁମାର ନାୟକ ପ୍ରଧାନ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ମହାରଣା , ଏବିଓ ଦଶରଥ ଗଣ୍ଡ,ସିଅରସି ପଦାର ବିନ୍ଦ ମହାଲିକ ପିଲାଙ୍କୁ ଅଟକେଇ ବୁଝାସୁଝାକରି ଦୁକାଳୁପଡା ସ୍କୁଲରେ ଅଟକେଇ ରଖିଥିଲେ ସୂଚନା ପାଇ ଅଭିଭାବକ ମାନେ ଆସି ନିଜର ପିଲାଙ୍କୁ ନେଇଯାଇଛନ୍ତି |

ଝରିଗାଁ ରୁ ଗଣେଶ ଛତ୍ର ଙ୍କ ରିପୋର୍ଟ ମସିହା 

Related posts

କୋଇଡା ଆଦର୍ଶ ବିଦ୍ୟାଳୟରେ ପିଟିଏ ମାଇନ୍ସ ତରଫରୁ ଚାରା ରୋପଣ ଅଭିଯାନ

Sunil Chandra Nayak

ଦୁଇ ବାଇକ ମୁହାଁ ମୁହିଁ ଧକ୍କା ଜଣେ ମୃତ ଜଣେ ଗୁରୁତର 

masiha

ବିକାଶ ସମ୍ପ୍ରଦାୟ ପାଇଁ ଏକତା (SOLID) କରୁଣା ଶାନ୍ତି +2 ବିଜ୍ଞାନ ଏବଂ ଧନ୍ଦାମୂଳକ ତାଲିମ ଆବାସିକ କ୍ୟାମ୍ପସରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

masiha

Leave a Comment

error: Content is protected !!