ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ କ୍ଷୁଦ୍ର ଜଳସେଚନ ବିଭାଗର ସମୀକ୍ଷା ବୈଠକ: ପ୍ରକଳ୍ପଗୁଡ଼ିକୁ ସମୟବଦ୍ଧ ଭାବେ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ନୂଆପଡ଼ାରେ କ୍ଷୁଦ୍ର ଜଳସେଚନ ବିଭାଗର ସମୀକ୍ଷା ବୈଠକ: ପ୍ରକଳ୍ପଗୁଡ଼ିକୁ ସମୟବଦ୍ଧ ଭାବେ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ ) ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଗୁରୁବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କ୍ଷୁଦ୍ର ଜଳସେଚନ ବିଭାଗର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl କ୍ଷୁଦ୍ର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଚନ୍ଦ୍ରଶେଖର ସେଠୀ ସୂଚନା ଦେଇଥିଲେ ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସହଜାତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କେନାଲ ଲାଇନିଂ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଉଦ୍‌ଘାଟନକୁ ଅପେକ୍ଷା କରିଛି। ସେହିପରି କୋଦୋପାଲି ଡାଇଭର୍ସନ ପ୍ରକଳ୍ପର ଡିପିଆର୍ ପ୍ରସ୍ତୁତ ହୋଇଥିବାବେଳେ ଡିଆନମୁଣ୍ଡାର ସିଲଦା ନାଳା ଏବଂ ଝିଲିମିଲାର ସିରଟୋଲ ନାଳାରେ ଦୁଇଟି ନୂତନ ଚେକ୍‌ଡ୍ୟାମ୍‌ ନିର୍ମାଣ ପାଇଁ ଚୁକ୍ତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି।  

ଜିଲ୍ଲାପାଳ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସମସ୍ତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ପୁନରୁଦ୍ଧାର ଆବଶ୍ୟକ ଥିବା ପ୍ରକଳ୍ପଗୁଡ଼ିକୁ ଚିହ୍ନଟ କରି ଶୀଘ୍ର ପ୍ରସ୍ତାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜଳସେଚନ ଭିତ୍ତିଭୂମିକୁ ସୁଦୃଢ଼ କରି କୃଷକମାନଙ୍କୁ ଅଧିକ ସିଞ୍ଚନ ସୁବିଧା ଯୋଗାଇବା ଦିଗରେ କାର୍ଯ୍ୟରେ ଗତି ଆଣିବାକୁ ସେ ଗୁରୁତ୍ୱାରୋପ କରିଥିଲେ।

ଏହାଛଡ଼ା ବୈଠକରେ ବିଭିନ୍ନ ଯୋଜନା ଅଧୀନରେ ଚାଲୁଥିବା ଚେକ୍‌ଡ୍ୟାମ୍‌, ଟ୍ୟାଙ୍କ୍‌ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତିକରଣ, କେନାଲ ନବୀକରଣ, ବୃହତ୍ ବନ୍ଧର ଉନ୍ନତିକରଣ ଓ ନୂତନ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର କେନ୍ଦ୍ରୀୟ ନୋଡାଲ ଅଧିକାରୀ ଜି. ଭି. ପୃଥ୍ୱୀ ସାଗର, ଯିଏ ୫ରୁ ୭ ଅଗଷ୍ଟ ପର୍ଯ୍ୟନ୍ତ ଜିଲ୍ଲାରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ପରିଦର୍ଶନରେ ଅଛନ୍ତି, ସେ ମଧ୍ୟ ବୈଠକରେ ଯୋଗଦେଇ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ମତାମତ ପ୍ରଦାନ କରିଥିଲେ।

ବୈଠକରେ କ୍ଷୁଦ୍ର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଚନ୍ଦ୍ରଶେଖର ସେଠୀଙ୍କ ସମେତ ବିଭାଗର ଅନ୍ୟାନ୍ୟ ବୈଷୟିକ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Related posts

ଜିଲ୍ଲାପାଳଙ୍କ ତେନ୍ତୁଳିଖୁଣ୍ଟି ଗସ୍ତ : ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ଚାଲିଥିରେ କାର୍ଯ୍ୟ ର ସମୀକ୍ଷା

Sunil Chandra Nayak

୨୬ ପଞ୍ଚାୟତକୁ ୪ ଜଣ କନିଷ୍ଠ ଯନ୍ତ୍ରୀ : ଉନ୍ନୟନ କାର୍ଯ୍ୟ ଠପ ଜିଲ୍ଲାପାଳଙ୍କୁ ଭେଟିଲେ ଜନ ପ୍ରତିନିଧି ସମୁହ

masiha

କୋଏଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକୋତ୍ସବ

Sunil Chandra Nayak

Leave a Comment

error: Content is protected !!