ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ଭାଗ୍ୟ ମୋ ଖୋଲିଛି ଯିବି ମୁଁ ପୁରୀକୁ

       ସ୍ନାନ ନରେନ୍ଦ୍ର ପୋଖରୀ

ଦର୍ଶନ କରିବି ଗରୁଡ଼ ସ୍ତମ୍ଭରୁ

     ଧଣ୍ଡାପାନ ଯେ ମୋହରି।

ପହଡ଼ ଖୋଲିଲା ଦର୍ଶନ ମିଳିଲା

      ବାଇଶି ପାହାଚ ବସି

ମନ୍ତ୍ର ଧ୍ବନି ପାଠ କାନକୁ ଶୁଭୁଛି

    ପବିତ୍ର ହେଲି ମୁଁ ଖୁସି।

ଚାହିଁ ଦେଲି ନେତ ହେଲି ମୁଁ ପବିତ୍ର

    ନିଜକୁ ପୁଣ୍ୟ ଆଦେରି

ଖାଇଲି ପ୍ରସାଦ ଆନନ୍ଦ ବଜାରେ

      ବିଶ୍ରାମ ନେଲି ବୃକ୍ଷ ଶ୍ରୀ।

ତା ବୃକ୍ଷ ସ୍ଥଳରେ ଭଜନ କୀର୍ତ୍ତନ

    ଗୀତା ଭାଗବତ ପାଠ

ଶ୍ରବଣ କରିଲେ ଦୂରେ ଯିବ ପାପ

     ଦୃଶ୍ୟ ହବ ଭଲ ବାଟ।

ଫୁଲ ମାଳ ଦେଇ ନମସ୍କାର କରି

      ଜଣାଇଲି ମନକଥା

ପୂରଣ କରିବ ଆଶା ବାନ୍ଧି ରଖେ

     ଘୁଞ୍ଚି ଯିବ ଦୁଃଖ ବ୍ୟଥା।

ତା ପବିତ୍ର ଜଳେ ମୋମନ ଚନ୍ଦନ

     ନିତି ମଥାରେ ଲଗାଇ

ଭକ୍ତି କରୁଅଛି ପୂଜା ପାଠ ମନ୍ତ୍ର

     ପ୍ରଭୁ ନିଅ ଯେ ପାଖୋଇ।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା ଗଙ୍ଗା ପାର

ସଦଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୬ ତମ ଜନ୍ମୋତ୍ସବ ଅନୁଷ୍ଠିତ

ଜୟ କୁମାର ମିଶ୍ର ଙ୍କ କବିତା ମନ ଝୁରେ, ନିରନ୍ତରେ

Sunil Chandra Nayak

Leave a Comment

error: Content is protected !!