ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୁମୁରା ଠାରେ ବାଇକ ଧକ୍କା ରେ ଗାଈ ମୃତ, ବାଇକ ଚାଳକ ଗୁରୁତର

ଗୋଳାମୁଣ୍ଡା/ମସିହା/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ତୁମୁରା ଠାରେ ଘଟିଛି ଏକ ସଡ଼କ ଦୁର୍ଘଟଣା. ଦୁର୍ଘଟଣା ହେବା ଫଳରେ ଏକ ଗାଈ ଘଟଣା ସ୍ଥଳରେ ମୃତ ହୋଇଥିବା ଦେଖିବାକୁ ମିଳିଛି.ସୂଚନା ଅନୁଯାୟୀ ବର୍ତ୍ତମାନ ଚାରିଟା ସମୟରେ ନୂଆପଡା ଜିଲ୍ଲା କାମପୁର ଗ୍ରାମର ନନ୍ଦଲାଲ ମାଝୀ ନିଜ ବାଇକ OD26F 0194 ହିରୋ HF ଡିଲକ୍ସ ଯୋଗେ ନିଜ ଗାଁ ରୁ ଗୋଲାମୁଣ୍ଡା ବ୍ଲକ ସମ୍ରତବସା କୁ କୌଣସି କାମ ରେ ଆସୁଥିବା ବେଳେ ତୁମୁରା ଠାରେ ଏକ ଗାଈ ସହିତ ଧକ୍କା ହୋଇଥିଲା. ଘଟଣା ସ୍ଥଳରେ ଗାଈଟିର ମୃତ୍ୟୁ ଘଟିଥିବା ବେଳେ ବାଇକ ଚାଳକ ମଧ୍ୟ ଗୁରୁତର ଥିବା ଦେଖିବାକୁ ମିଳିଛି. ଦୁର୍ଘଟଣା ହେବାରୁ ଘଟଣା ସ୍ଥଳକୁ ଅଞ୍ଚଳବାସୀ ପହଞ୍ଚି ତୁରନ୍ତ ମୃତ ଗାଈ କୁ ରାସ୍ତା ରୁ ହଟେଇବା ସହିତ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିବାରୁ ଆମ୍ବୁଲାନ୍ସ ଯୋଗେ ଗୁରୁତର ନନ୍ଦଲାଲ କୁ ଗୋଲାମୁଣ୍ଡା ଡାକ୍ତରଖାନା କୁ ନେଇ ଚିକିତ୍ସିତ କରାଯାଇଥିଲା.

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା, ପ୍ରତିନିଧି,

Related posts

ରଞ୍ଜନ କୁମାର ପଣ୍ଡା ଙ୍କ କବିତା – ଧନ୍ୟ ହେ ଠାକୁରେ ଧନ୍ୟ ତୁମ ଲୀଳା

Sunil Chandra Nayak

ବିଦ୍ୟାଳୟରେ ବଣ୍ଟା ହେଲା କୃମିନାଶକ ବଟିକା

Sunil Chandra Nayak

କବିତା – ଜଗନ୍ନାଥ ଜଣାଣ

Sunil Chandra Nayak

Leave a Comment

error: Content is protected !!