ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଙ୍ଗୀତ ଶାରଦା ଗ୍ରୁପ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଭଜନ ‘ତୋ ରଥଯାତ୍ରା’ ର ଶୁଭ ଉନ୍ମୋଚନ

ସଙ୍ଗୀତ ଶାରଦା ଗ୍ରୁପ ର ପଞ୍ଚମ ଅର୍ଘ୍ୟ ଓଡ଼ିଆ ଭଜନ ” ତୋ ରଥଯାତ୍ରା” ଲୋକାର୍ପିତ ହୋଇଯାଇଛି।ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଧର୍ମଗଡସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଓଡ଼ିଆ ଭଜନ “ତୋ ରଥଯାତ୍ରା” ଲୋକାର୍ପଣ ଅବସରରେ ବ୍ରାହ୍ମଣ ଛେଣ୍ଡିଆ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଗାୟିତ୍ରୀ ମୁଣ୍ଡ,ବରିଷ୍ଠ ସାମ୍ବାଦିକ ତଥା ବ୍ରଜମୋହନ ରାଧାକୃଷ୍ଣ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ସଦସ୍ୟ ଶ୍ରୀ ବିଦ୍ୟାଧର ସାହୁ,ଟ୍ରଷ୍ଟର ସଦସ୍ୟ ଆଇନଜୀବୀ କୃପାସିନ୍ଧୁ ପଣ୍ଡା,ପୂର୍ବତନ କୃଷି ଅଧିକାରୀ ସଙ୍ଗୀତଜ୍ଞ ବସନ୍ତ କୁମାର ଯୋଶୀ ଅତିଥି ଭାବେ ଯୋଗଦେଇ ଭଜନକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ପଙ୍କଜ ଜାଲଙ୍କ ସଂଯୋଜନା ଓ ଡାକ୍ତର ସଦାନନ୍ଦ ପାଣିଗ୍ରାହୀଙ୍କ ପ୍ରଯୋଜନାରେ ନିର୍ମିତ ଏହି ଭଜନର ଗୀତ ରଚନା ଅବନା ଭୋଇ କରିଥିବା ବେଳେ ଭଜନରେ କଣ୍ଠଦାନ ଚିଦାନନ୍ଦ ପଣ୍ଡା, ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ପ୍ରକାଶ ଆନନ୍ଦ,ସହାୟତା କରିଛନ୍ତି ଗୋକୁଳାନନ୍ଦ ପ୍ରଧାନ।ଗତ କରୋନା ସମୟରେ ମହାବାହୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ହୋଇପାରିବ ନାହିଁ ବୋଲି ଭକ୍ତ ମାନେ ଆଶଙ୍କାରେ ଥିବାବେଳେ ଶେଷରେ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଶ୍ରୀ ଜୀଉଙ୍କ ରଥଯାତ୍ରା ହୋଇଥିଲା।ଏହି ବିଷୟବସ୍ତୁ ର ଆଧାର କୁ ନେଇ “ତୋ ରଥଯାତ୍ରା” ଭଜନ ପ୍ରସ୍ତୁତ ହୋଇଛି ବୋଲି ପ୍ରଯୋଜକ ଡାକ୍ତର ଶ୍ରୀ ପାଣିଗ୍ରାହୀ ପ୍ରକାଶ କରଛନ୍ତି। 

ସୂଚନାଯୋଗ୍ୟ ଯେ, ସଙ୍ଗୀତ ଶାରଦା ଗ୍ରୁପ ଦ୍ୱାରା ମାଆ ମାଣିକେଶ୍ୱରୀ,ଶ୍ରୀ କୃଷ, ଶିବ ଓ ଶ୍ରୀରାମ ଙ୍କ ଭଜନ ପରେ ଶ୍ରୀ ଜଗନ୍ନାଥଙ୍କ ଏହି ଭଜନ “ତୋ ରଥଯାତ୍ରା” ଭଜନ ଜନାଦୃତ ହେବ ବୋଲି ସଙ୍ଗୀତକାର ପ୍ରକାଶ ଆନନ୍ଦ ପ୍ରକାଶ କରିଛନ୍ତି।

ଏଭଳି ଆହୁରି ଭଜନ ପ୍ରସ୍ତୁତ କରାଯାଇ ଅଞ୍ଚଳରେ ଭକ୍ତି ଭାବ ସୃଷ୍ଟି କରିବା ପାଇଁ ଏଭଳି ପ୍ରୟାସ ଜାରି ରହିବ। ଆଗାମୀ ଦିନରେ ବଜରଙ୍ଗବଳୀ,ଶ୍ରୀ ଗଣେଶ ଓ ବିଭିନ୍ନ ଦେବଦେବୀ ତଥା ସାମ୍ପ୍ରତିକ ବିଶ୍ୱର ସ୍ଥିତ ଉପରେ କିଛି ଭଜନ ପ୍ରସ୍ତୁତ କରାଯାଉଛି ବୋଲି ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

ବୈଦ୍ୟନାଥ ବେହେରାଙ୍କ ରିପୋର୍ଟ…..

Related posts

ବିଧାୟକ ଯୋଗଦେଲେ ଗଣେଶ ବିସର୍ଜନ ଉତ୍ସବରେ ନାଚି ନଚାଇଲେ ସମସ୍ତଙ୍କୁ

Sunil Chandra Nayak

ଛାତି ଥରିଗଲା ଭଳି ଦୃଶ୍ୟ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଇଟାଭାଟି ମାଲିକ ଙ୍କ ର ମୃର୍ତ୍ତ ଦେହେ ଉଦ୍ଧାର ହତ୍ୟା କାଣ୍ଡର କାରଣ ଖୋଳ ତାଡ଼ ଚାଲିଛି

Sunil Chandra Nayak

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଏବଂ ସମାଧାନ ଶିବିର

Sunil Chandra Nayak

Leave a Comment

error: Content is protected !!