ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁଦାନ ଓ ପେନସନ୍ ଦାବିରେ ଶିକ୍ଷକ-କର୍ମଚାରୀଙ୍କ ଧାରଣା; DEO କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

ଅନୁଦାନ ଓ ପେନସନ୍ ଦାବିରେ ଶିକ୍ଷକ-କର୍ମଚାରୀଙ୍କ ଧାରଣା; DEO କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

 ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ଓ ଶିକ୍ଷାକର୍ମଚାରୀ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି, କଳାହାଣ୍ଡି ଜିଲ୍ଲା ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଆୟୋଜିତ ହୋଇଛି। ବିଭିନ୍ନ ଦାବି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଶୀଘ୍ର ସମାଧାନ ପାଇଁ ଦାବି ରଖିଛନ୍ତି ଆନ୍ଦୋଳନକାରୀ।

 ଶିକ୍ଷକ-କର୍ମଚାରୀ ସମିତି ପକ୍ଷରୁ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ ଓ ଅବସର ନେବାକୁ ଥିବା ଶିକ୍ଷକ-ଶିକ୍ଷାକର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ଅନୁଯାୟୀ ପେନସନ୍ ପ୍ରଦାନ ପାଇଁ ଦାବି କରାଯାଇଛି।

ଏଥିସହ ସମସ୍ତ ନୂତନ ଓ ପୂର୍ବ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ନିଯୁକ୍ତି ସହ ସରକାରୀକରଣ କରିବାକୁ ସମିତି ଦାବି ରଖିଛି।ସେହିପରି ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି, ଗ୍ରେଡ୍ ପେ’ରେ ଥିବା ଅସଙ୍ଗତି ଦୂର କରିବା, ନୂତନ ପେନସନ୍ ବ୍ୟବସ୍ଥା ପରିବର୍ତ୍ତେ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା ଏବଂ ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକମାନଙ୍କୁ ୬ଟି ନୋସନାଲ୍ ଇନ୍‌କ୍ରିମେଣ୍ଟ ସହ ଚାକିରିରେ ଚରିଷ୍ଠତା ପ୍ରଦାନ କରିବା ଭଳି ଦାବି ଉଠାଯାଇଛି।

ଧାରଣା ଓ ପ୍ରତିବାଦ ପରେ ସମିତି ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଏବଂ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।ଏହି ଅବସରରେ ଓଷ୍ଟା କଳାହାଣ୍ଡିର ସଭାପତି ସନ୍ତୋଷ କୁମାର ରଥ, ସମ୍ପାଦକ ପ୍ରଭାତ କୁମାର ରଥ, ଓଷ୍ଟାର ରାଜ୍ୟ ଉପସଭାପତି ମୃତ୍ୟୁଞ୍ଜୟ ବେହେରା, ଉପଦେଷ୍ଟା ଭବାନୀ ଶଙ୍କର ମିଶ୍ର ଓ ରବୀନ୍ଦ୍ର କୁମାର ମୁଣ୍ଡଙ୍କ ସମେତ ବିଭିନ୍ନ ବ୍ଲକର ସଭାପତି, ସମ୍ପାଦକ ଏବଂ ବହୁ ସଂଖ୍ୟକ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ତେବେ ଦୀର୍ଘଦିନ ଧରି ରହିଥିବା ଏହି ଦାବିଗୁଡ଼ିକ ଉପରେ ସରକାର କେବେ ନିଷ୍ପତ୍ତି ନେଉଛନ୍ତି ଏବଂ ଶିକ୍ଷକ-କର୍ମଚାରୀଙ୍କ ଦାବି କେତେ ଶୀଘ୍ର ପୂରଣ ହେଉଛି, ଏବେ ତାହା ଉପରେ ସମସ୍ତଙ୍କ ନଜର।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଶାଖାର ନୂତନ କର୍ମକର୍ତା ଚୟନ , ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ଉପରେ ଗୁରୁତ୍ୱ

Sunil Chandra Nayak

ବିଧାୟକ ରମେଶ ଜେନା ଙ୍କ ଦ୍ଵାରା ନଅ ପ୍ରକଳ୍ପ ଉଦ୍ଘାଟିତ

Sunil Chandra Nayak

ଢେ଼ଙ୍କାନାଳରେ ୨୩ତମ ଜାତୀୟ ମତ୍ସ୍ୟ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!