ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଲା ଗାଈଗୋରୁଙ୍କୁ ରିଫାକ୍ଟିଭ ରେଡିୟମ୍ ବେଲଟ୍ ପିନ୍ଧାଯିବାର କାର୍ଯ୍ୟକ୍ରମ ରାଉରକେଲାରେ ଶୁଭାରମ୍ଭ

ବୁଲା ଗାଈଗୋରୁଙ୍କୁ ରିଫାକ୍ଟିଭ ରେଡିୟମ୍ ବେଲଟ୍ ପିନ୍ଧାଯିବାର କାର୍ଯ୍ୟକ୍ରମ ରାଉରକେଲାରେ ଶୁଭାରମ୍ଭ

ରାଉରକେଲା ୧୨/୮, ଆଜି ସୁନ୍ଦରଗଡ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ପାନପୋଷ ଉପଖଣ୍ଡରେ ଗୋ-ମାତା ସୁରକ୍ଷା ଯୋଜନା ଅନ୍ତର୍ଗତ ବୁଲା ଗାଈ ଗୋରୁମାନଙ୍କୁ ରିଫ୍ରାକ୍ଟିଭ ରେଡିୟମ୍ ବେଲଟ୍ ପିନ୍ଧାଯିବାର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

       ଏହି କାର୍ଯ୍ୟକ୍ରମକୁ ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀର୍, ପାନପୋଷ ଏସ୍ ଡି ଭି ଓ ଡାକ୍ତର ପ୍ରସନ୍ନ କୁମାର ମହାରଣା, ରାଉରକେଲା ମହାନଗର ନିଗମ ଉପ-ଆୟୁକ୍ତ ତରୁଣକାନ୍ତ, ରାଉରକେଲା ଏମ୍ ଭି ଆର୍ ମାନସ ପୃଷ୍ଟିଙ୍କ ସମେତ ପାନପୋଷ ଉପଖଣ୍ଡର ବିଭିନ୍ନ ବ୍ଲକର ପ୍ରାଣୀ ଚିକିତ୍ସକ, ଆନିମାଲ ହେଲପ୍ ଲାଇନ୍ କର୍ମଚାରୀ ଏବଂ ଆର୍ ଏମ୍ ସି କର୍ମଚାରୀମାନେ ଉପସ୍ଥିତ ରହି ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ।

   ରାସ୍ତାରେ ଘଟୁଥିବା ଦୁର୍ଘଟଣା ଯୋଗୁଁ ମନୁଷ୍ଯ ଏବଂ ଗାଈଗୋରୁଙ୍କ ପ୍ରାଣହାନୀ ଘଟୁଥିବାରୁ, ସେମାନଙ୍କର ଜୀବନରକ୍ଷା କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ଆଗାମୀ ଦିନରେ ଜାତୀୟ ରାଜପଥ ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ୩୦୦୦ ବୁଲା ଗାଈଗୋରୁଙ୍କୁ ଏହି ବେଲଟ୍ ପିନ୍ଧାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭାରତର ସର୍ବବୃହତ୍ ମୁକ୍ତ ନବସୃଜନ ମଡେଲ,ସ୍ମାର୍ଟ୍ ଓଡ଼ିଶା ଜିଲ୍ଳାସ୍ତରୀୟ ହାକାଥନ୍ ୩.୦ ଡ଼ାୟାପ୍ରିନ୍ୟୁଅର୍ -୨୦୨୬ ଉଦ୍ ଘାଟିତ 

Sunil Chandra Nayak

ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ, ଖରିଡ଼ା ପଞ୍ଚାୟତରେ ବସିଲା ଶିବିର 

Sunil Chandra Nayak

ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କଲେ ବ୍ଲକ ସାମ୍ବାଦିକ ସଂଘ 

Sunil Chandra Nayak

Leave a Comment

error: Content is protected !!