ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏମକେସିଜି ମେଡିକାଲରେ ନିଦାନ ଯୋଜନାରେ ହରିଲୁଟ୍ ଓ ଡାକ୍ତର ଅଭାବ ବିରୋଧରେ ବିକ୍ଷୋଭ ଓ ଦାବୀପତ୍ର ପ୍ରଦାନ ମେଡ଼ିକାଲ୍ କତୃପକ୍ଷ ଓ ଘରୋଇ କେନ୍ଦ୍ର ମଧ୍ୟରେ ମଧୁଚନ୍ଦ୍ରିକାର ତଦନ୍ତ ଦାବି 

ଏମକେସିଜି ମେଡିକାଲରେ ନିଦାନ ଯୋଜନାରେ ହରିଲୁଟ୍ ଓ ଡାକ୍ତର ଅଭାବ ବିରୋଧରେ ବିକ୍ଷୋଭ ଓ ଦାବୀପତ୍ର ପ୍ରଦାନ

ମେଡ଼ିକାଲ୍ କତୃପକ୍ଷ ଓ ଘରୋଇ କେନ୍ଦ୍ର ମଧ୍ୟରେ ମଧୁଚନ୍ଦ୍ରିକାର ତଦନ୍ତ ଦାବି 

ବ୍ରହ୍ମପୁର,୧୪/୦୮ ଦକ୍ଷିଣ ଓଡ଼ିଶାର ସର୍ବବୃହତ ସ୍ୱାସ୍ଥ୍ୟ କେନ୍ଦ୍ର ଏମକେସିଜି ମେଡିକାଲ୍ କଲେଜ ଓ ହସପିଟାଲରେ ବ୍ୟାପିଥିବା ଅନିୟମିତତା, ହରିଲୁଟ୍ ଓ ମୌଳିକ ସୁବିଧା ଅଭାବକୁ ନେଇ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ତରଫରୁ ମେଡ଼ିକାଲ୍ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି l ମଞ୍ଚର ଆବାହକ ଅବନୀ ଗୟା ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ “ନିଦାନ” ଯୋଜନା* ନାମରେ ଏମକେସିଜିରେ ଦିନଦ୍ୱିପ୍ରହରେ ହରିଲୁଟ୍ ଚାଲିଛି। ଏମ୍.ଆର.ଆଇ ପରୀକ୍ଷା ପାଇଁ ରୋଗୀଙ୍କୁ ଘରୋଇ “ନିଦାନ” କେନ୍ଦ୍ରକୁ ପଠାଯାଇ ପ୍ରତି ରୋଗୀ ପିଛା ପ୍ରାୟ ୧୦,୦୦୦ ଟଙ୍କା ସରକାରୀ ପାଣ୍ଠିରୁ ଖର୍ଚ୍ଚ ହେଉଛି। ପ୍ରତିଦିନ ଶହ ଶହ ରୋଗୀଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ବିଲ୍ ହେଉଥିଲେ ମଧ୍ୟ ହସ୍ପିଟାଲରେ ନୂତନ ଏମ.ଆର.ଆଇ ମେସିନ୍ ସଂଯୋଗ କରାଯାଉନାହିଁ। ମେଡ଼ିକାଲ୍ କତୃପକ୍ଷ ଓ ଘରୋଇ ନିଦାନ କେନ୍ଦ୍ର ମଧ୍ୟରେ କଣ ସଲାସୂତରା ରହିଛି, ତାହା ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ରହିଛି ବୋଲି ମଞ୍ଚ କର୍ମକର୍ତ୍ତା ମାନେ ଦାବି କରିଛନ୍ତି l ଏହା ସହ ଟ୍ରମା କେୟାର ବିଭାଗରେ ଡିଜିଟାଲ ଏକ୍ସ ରେ ମେସିନ୍ ନ ଥିବାରୁ ଜରୁରୀ ରୋଗୀ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଘରୋଇ କେନ୍ଦ୍ରକୁ ଦୌଡୁଛନ୍ତି। ଛୁଟି ଦିନରେ ରେଡିଓଲୋଜି ବିଭାଗ ବନ୍ଦ ରହୁଥିବାରୁ ରୋଗୀ ମାନେ ଚରମ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏଣୁ ଚିକିତ୍ସାନୁଷ୍ଠାନରେ ସମସ୍ତ ଛୁଟି ବାତିଲ କରିବା ଓ ଯଥାଶୀଘ୍ର ରୋଗୀଙ୍କ ଆବଶ୍ୟକୀୟ ପରୀକ୍ଷା କରି ରିପୋର୍ଟ ଦେଲେ ତାଙ୍କ ଚିକିତ୍ସା ଆରମ୍ଭ ହୋଇପାରିବ ବୋଲି ମଞ୍ଚ କହିଛି l ପ୍ରତିବର୍ଷ ଜଳାପୋଡ଼ା ଦୁର୍ଘଟଣାରେ ବହୁ ଲୋକଙ୍କ ମୃତ୍ୟୁ ହେଉଥିଲେ ମଧ୍ୟ ଏମକେସିଜି ମେଡିକାଲ୍ ରେ ବର୍ଣ୍ଣ କେୟାର ୟୁନିଟ୍ ନାହିଁ। ପୂର୍ବ ସରକାର କହି କହି ଚାଲିଯାଇଥିଲେ ଓ ବର୍ତ୍ତମାନର ସରକାର ମଧ୍ୟ କୁମ୍ଭୀର କାନ୍ଦଣା କାନ୍ଦି କାନ୍ଦି ଦୁଇବର୍ଷ କାଟିଦେଇଛନ୍ତି l ପ୍ରତିବର୍ଷ ଶତାଧିକ ଲୋକ ଜଳାପୋଡ଼ା ଦୁର୍ଘଟଣାର ଶିକାର ହେଉଥିଲେ ବି ରାଜ୍ୟ ସରକାରଙ୍କ ଗାଲୁଆମି ନୀତି ବନ୍ଦ ହେଉନାହିଁ l ସେହିପରି ହସ୍ପିଟାଲରେ ଡାକ୍ତର ପଦବୀ ବହୁ ସଂଖ୍ୟାରେ ଖାଲି ପଡ଼ିଛି। ଏଭଳି ଡ଼ାକ୍ତର ଅଭାବ ପରିସ୍ଥିତିରେ ପୁଣି ଗତକାଲି ପାଞ୍ଚ ଜଣ ଅଭିଜ୍ଞ ବିଶେଷଜ୍ଞଙ୍କୁ ସ୍ଥାନୀୟ ଆବଶ୍ୟକତାକୁ ଅଣଦେଖା କରି ଅନ୍ୟତ୍ର ବଦଳି କରିବା ଘୋର ନିନ୍ଦନୀୟ। ମଞ୍ଚର ଚାରି ଗୋଟି ପ୍ରମୁଖ ଦାବୀ ମଧ୍ୟରେ ନିଦାନ ଯୋଜନାରେ ହେଉଥିବା ହରିଲୁଟ୍ ର ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ,ଏମକେସିଜିରେ ନୂତନ ଏମଆରଆଇ ମେସିନ୍ ଓ ଟ୍ରମା କେର୍ ବିଭାଗରେ ଡିଜିଟାଲ ଏକ୍ସ ରେ ସଂଯୋଗ, ତୁରନ୍ତ ବର୍ଣ୍ଣ କେୟାର ୟୁନିଟ୍ ସ୍ଥାପନ, ଖାଲି ଥିବା ସମସ୍ତ ଡାକ୍ତର ପଦବୀ ପୂରଣ ଆଦି ଦାବି ଉଲ୍ଲେଖିତ ସ୍ମାରକ ପତ୍ର ମେଡ଼ିକାଲ୍ ରେଜିଷ୍ଟ୍ରାର ଶ୍ୱେତ ରଞ୍ଜନ ଦାସଙ୍କୁ ପ୍ରଦାନ କରାଯାଇଛି l ଦାବି ପୂରଣ ନ ହେଲେ ଆଗାମୀ ଦିନରେ ମଞ୍ଚ ତରଫରୁ ଆହୁରି ଉଗ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଆଜିର ଏହି ବିକ୍ଷୋଭ ରେ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ,ସମ୍ପାଦକ ଆର୍. ସତ୍ୟ ନାରାୟଣ ରାଓ,ସମାଜସେବୀ ସୁରେନ୍ଦ୍ର ନାଥ ପଣ୍ଡା, ଗଗନ ଚାନ୍ଦ ପ୍ରଧାନ, ମନୋଜ କୁମାର ତରାଇ,ମାନବବାଦୀ ହେତୁବାଦୀ ସଙ୍ଗଠନର ସମ୍ପାଦକ କେ. ନନ୍ଦେଶୁ ସେନାପତି, ଶିକ୍ଷକ ସଙ୍ଗଠନର ନେତା ଅଶୋକ କୁମାର ଦଳାଇ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ଆପ୍ ର ଆଦିତ୍ୟ ନାରାୟଣ ରଥ, ହରିକ୍ରିଷ୍ଣା ବେହେରା, ମହମ୍ମଦ ସଫିଉଧିନ ମଲ୍ଲିକ, ପୂଜ୍ୟ ପୂଜା ସମିତି ସମ୍ପାଦକ ଏସ. ଶାମ୍ବଶିବା ରାଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

Related posts

ବିଂଝାରପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

ପଣ୍ତାପଦର – ସରବେଡା ସୀମା ରାସ୍ତା ନିର୍ମାଣ କାର୍ଯ୍ଯରେ ବିଭାଗୀୟ ଇଞ୍ଜିନିୟର ଓ ଠିକାଦାର ଙ୍କ ସଲାସୁତୁରା ନିମ୍ନମାନର କାର୍ଯ୍ଯକୁ ନେଇ ଭିଜିଲାନ୍ସ ତଦନ୍ତ ଦାବି

masiha

ବାସନ୍ତୀ ପାଠାଗାରର ଶିଶୁ ସାହିତ୍ୟ ଆସର 

masiha

Leave a Comment

error: Content is protected !!