ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ସ୍ଵଧାନତା ଦିବସ ପାଳିତ

ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ସ୍ଵଧାନତା ଦିବସ ପାଳିତ

ବାଲିଗୁଡା, ତା, ୧୫/୦୮:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ପ୍ରଥମ ଥର ପାଇଁ ୮୦ ତମ ସ୍ୱାଧୀନତା ଦିବସ ବେଶ ଉତ୍ସାହ ଓ ଦେଶ ଭକ୍ତିର ସହ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଯାଇଛି l ଏଥିରେ ସଂଘର ସଭାପତି ଡ଼.ମଧୁସୂଦନ ମହାପାତ୍ର ‘ବନ୍ଦେ ମାତରମ୍ ‘ ଗାନ ପରେ ପତାକା ଉତ୍ତୋଳନ ପୂର୍ବକ ଜାତୀୟ ସଂଗୀତ ଗାନ କରିବା ପରେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ୮୦ ତମ ସ୍ଵଧାନତା ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ତାଙ୍କ ଅଭିଭାଷଣ ରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ତ୍ୟାଗ, ବଳିଦାନ ଓ ଅବଦାନ କୁ ସ୍ମରଣ କରିଥିଲେ l ଦେଶର ଏକତା, ଅଖଣ୍ଡତା, ଭାଇଚାରା ଓ ସାମାଜିକ ସମନ୍ୱୟ ବଜାୟ ରଖିବା ସହିତ ବରିଷ୍ଠ ନାଗରିକ ମାନେ ସମାଜର ଉନ୍ନତିରେ ନିଜର ଅଭିଜ୍ଞତା କୁ ଦେଶର ଉନ୍ନତି ରେ ବ୍ୟବହାର କରିବା ପାଇଁ ଆହ୍ୱାନ କରିଥିଲେ l ସମସ୍ତେ ନିଜ ନିଜ ଘରର, ସାହିର ଓ ଗାଁ ର ପରିବେଶ କୁ ପରିଷ୍କାର ରଖିବା ପାଇଁ ଉଦ୍ୟମ କରିବା ସହିତ ସ୍ୱଚ୍ଛ ଭାରତ ନିର୍ମାଣ କରିବାରେ ଏକ ଦାୟିତ୍ୱବାନ ନାଗରିକ ର ଦାୟିତ୍ୱ ସମ୍ପାଦନା କରିବା ପାଇଁ ଆହ୍ୱାନ କରିଥିଲେ l ଦେଶରୁ ଆଶିକ୍ଷା, କୁସଂସ୍କାର, ବାଲ୍ୟ ବିବାହ, ଘୃଣା ବିଦ୍ବେଷ ଦୂର କରିବାରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ l ଶେଷରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ ସମସ୍ତଙ୍କୁ ସେମାନଙ୍କର ଉପସ୍ଥିତି ଓ ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ l

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

Tributes Paid to Musician Sikandar Alam on His Death Anniversary.

Sunil Chandra Nayak

ଗୋପବନ୍ଧୁ ପାଠାଗାରରେ ଶୋକ ସଭା

masiha

ଭକ୍ତ ଗଣଙ୍କ ସେବାରେ ସମର୍ପିତ ଶ୍ରୀ ମନ୍ଦିର ସ୍ଵତନ୍ତ୍ର ସୁରକ୍ଷା ବାହିନୀ 

Sunil Chandra Nayak

Leave a Comment

error: Content is protected !!