ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ପତ୍ରକାର ସଂଘ ପକ୍ଷରୁ ୮୦ ତମ ସ୍ବାଧିନତା ଦିବସ ପାଳିତ 

ଯୁବ ପତ୍ରକାର ସଂଘ ପକ୍ଷରୁ ୮୦ ତମ ସ୍ବାଧିନତା ଦିବସ ପାଳିତ 

ବଲାଙ୍ଗୀର )ପାଟଣାଗଡ଼ ଉପଖଣ୍ଡ ଯୁବ ପତ୍ରକାର ସଂଘ ପକ୍ଷରୁ ଦେଶର ୮୦ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ପାଟଣାଗଡ଼ ରାଧାକୃଷ୍ଣ ମନ୍ଦିର ସ୍ଥିତ ସଂଘର କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ଯୋଗ ଦେଇଥିଲେ। ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଯୁବ ଆଇନଜୀବୀ ବିଭୁତି ଭୁଷଣ ମିଶ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମାନର ସହ ଜାତୀୟ ପତାକା ଉତ୍ତୋଳନ କରାଯିବା ପରେ ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ଅମର ଶହୀଦମାନଙ୍କ ସ୍ମୃତି ଚାରଣ କରାଯାଇଥିଲା। ଏହି ଅବସରରେ ସଂଘର ସଭାପତି କରୁଣାକର ବୁଡେକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭା ରେ ଗଣମାଧ୍ୟମର ଦାୟିତ୍ଵ ଓ ସମାଜ ଗଠନରେ ଯୁବ ସାମ୍ବାଦିକମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଦେଶର ପ୍ରଗତି ଏବଂ ସାଧାରଣ ଜନତାଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ସଂଘର ସଦସ୍ୟମାନେ ସଂକଳ୍ପ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏଥିରେ ସଂଘର ଉପସଭାପତି ଗୋରେଖନାଥ ବରିହା ସ୍ବାଗତ ଭାଷଣ ଦେଇଥିବା ବେଳେ ମୂଖ୍ୟ ଉପଦେଷ୍ଟା ଜଗଦୀଶ ଭୋଇ ପରିଚାଳନା କରିଥିଲେ । କୋଷାଧ୍ୟକ୍ଷ ଘନ ଭୋଇ, , ସହ ସମ୍ପାଦକ ଗୁଣନିଧି ପୁଟେଲ, ସଦସ୍ୟ ପିତରାଜ ଧରୁଆ, ଘନ ବରିହା, ଗୌରୀଶଙ୍କର ବରିହା, ଶେଷଦେବ ସିଂ ନାଏକ, ଦୂର୍ଯ୍ୟୋଧନ ବର୍ଗେ , ପ୍ରମୁଖ ଉପସ୍ଥିତ ଥିଲେ। ଉପସଭାପତି ଗୋରେଖନାଥ ବରିହା ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ସଂଗ୍ରାମୀ ଆନନ୍ଦ ଚନ୍ଦ୍ର ବେହେରାଙ୍କ ପୁଣ୍ୟ ତିଥି ପାଳିତ

masiha

ପୌରପାଳିକା ଏ.ଟି.ଏମ ନାଳ ସ୍ଲାପ ମରାମତି ହେଲା,ୟୁନିଅନ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ନାଳର ସ୍ଲାପ ମରାମତି କେବେ?

masiha

ଶ୍ରାବଣୀ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଅଗଷ୍ଟ ୨ରୁ ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଆରମ୍ଭ ହେବ ଶ୍ରାବଣୀ ମେଳା 

Sunil Chandra Nayak

Leave a Comment

error: Content is protected !!